ଫୁଲନଖରା : ସମ୍ପ୍ରତି ମହାମାରୀ କରୋନା ମୁକାବିଲାରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀଙ୍କ ସହିଂତ ସାମ୍ବାଦିକମାନେ ଯୋଦ୍ଧାଙ୍କ ଭଳି କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କ ମନୋବଳ ବୃଦ୍ଧି କରିବା ଉଦେ୍ଦଶ୍ୟରେ ଭାରତୀୟ ଜନତା ପାର୍ଟି କଟକ ଜିଲା ସମବାୟ ସେଲ ପକ୍ଷରୁ ଏକ ସମ୍ବର୍ନ୍ଧନା କାର୍ଯ୍ୟକ୍ରମ ମହୀଧରପଡ଼ାଠାରେ ଅନୁଷ୍ଠିତ ହୋଇଥିଲା ।
ଯୁବନେତା କଳ୍ପତରୁ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ନିରାଡ଼ମ୍ବରଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଭା ଶତପଥି, ବନ୍ଧୁ ସାହୁ, ଆଇନଜୀବୀ କୃଷ୍ଣଚନ୍ଦ୍ର ମଲିକ, ବିଜୟ ରାଉତରାୟ, କ୍ଷୀରୋଦ ଦଳାଇ, ବିପିନ ପଣ୍ଡା, କେଦାର ଜେନା, ବିଜୟ ପ୍ରଧାନ, ସୁଧିର ଛୋଟରାୟ, ସୁକୁମାର ନାୟକ, ସୁବୋଧ ମହାନ୍ତି, ଆଇନଜୀବୀ ବଲ୍ଲଭ ବେହେରା, କାଳନ୍ଦି ପ୍ରଧାନ, ଧିରେନ୍ଦ୍ର ବାରିକ, ବିଦ୍ୟାଧର ଓଝା ପ୍ରମୁଖ ଯୋଗଦେଇ ମହୀଧରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଫାର୍ମାସିଷ୍ଟ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଜନସାଧାରଣଙ୍କୁ ମାସ୍କ ବିତରଣ ହୋଇଥିଲା ।