Odisha news

ତାଳଚେର ମେଡିକାଲ କଲେଜ କେବେ ଚାଲିବ, ପ୍ରଶ୍ନ କଲା ବିଜେପି

0

ତାଳଚେର ତା ୨୫/୦୩ ତାଳଚେର ମେଡିକାଲ କଲେଜ ପ୍ରସଙ୍ଗରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ନେତୃତ୍ୱ ରେ ଶତାଧିକ କାର୍ଯ୍ୟକର୍ତା  ଏମସିଏଲ ଜଗନ୍ନାଥ ଏରିଆର ମହା ପ୍ରବନ୍ଧକଙ୍କୁ ଭେଟି ଚର୍ଚ୍ଚା ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ମେଡିକାଲ କଲେଜ ସମ୍ବନ୍ଧରେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ପ୍ରଶ୍ନର କୌଣସି ସନ୍ତୋଷ ଜନକ ଉତର ଜଗନ୍ନାଥ ଜିଏମ  ଅଶୋକ କୁମାର ଧଳ ଦେଇ ପାରିନଥିଲେ । ମେଡିକାଲ କଲେଜ ସମ୍ବନ୍ଧରେ କଣ ନିଷ୍ପତି ହୋଇଛି ସାତ ଦିନ ମଧ୍ୟରେ ସମ୍ପୂର୍ଣ ତଥ୍ୟ ଜିଏମ ଜଗନ୍ନାଥ ଜଣାଇବାକୁ ବୈଠକରେ ନିଷ୍ପତି ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଦେବଗଡ଼ ସାଂସଦ ଥିଲେ ସେହି ସମୟରୁ ତାଳଚେର ମେଡିକାଲ କଲେଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ପରବର୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ହେବା ପରେ ମେଡିକାଲ କଲେଜ ପାଇଁ ବ୍ୟବସ୍ଥା କରିଥିଲେ । ଏମସିଏଲ ନିଜସ୍ୱ ଜାଗାରେ ୫୦୦କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ  ତିଆରି କଲା ୨୦୧୮ରୁ ମେଡିକାଲ କ୍ୟାମ୍ପସର ଉଦଘାଟନ ସରିଲାଣି, ଏମସିଏଲ ପୁନଶ୍ଚ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଫଳରେ ଏହାର ପରିଚାଳନା ପାଇଁ ସମ୍ପୂର୍ଣ ଅର୍ଥ ବ୍ୟୟ କରିବାକୁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ୨୫/୦୫/୨୦୨୨ରେ ଜଣାଇଛି, କିନ୍ତୁ ଦୀର୍ଘ ୧୦ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟକ୍ରମ ହୋଇନାହିଁ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ସ୍ଥାନୀୟ ସାଂସଦ ଓ ବିଧାୟକ ମେଡିକାଲ କଲେଜ ପ୍ରସଙ୍ଗରେ କାହିଁକି ସଂସଦ ଓ ବିଧାନସଭାରେ ପ୍ରଶ୍ନ ଉଠାଉ ନାହାନ୍ତି ଏବଂ ନିରବ ରହୁଛନ୍ତି ତାହା ଜଣା ପଡୁନାହିଁ । ଏମସିଏଲ ଜାଗା ଦେଲା, ବିଲଡିଂ କଲା, ପରିଚାଳନା ପାଇଁ ଅର୍ଥ ଦେଲା ସବୁ ଦେବା ପରେ ମଧ୍ୟ କାହିଁକି ଏଯାଏ ମେଡିକାଲ କଲେଜ ଚାଲିପାରୁ ନାହିଁ, ଏହା ପଛରେ ଆଉ ରାଜ୍ୟ ସରକାର ହାଇଟେକକୁ ଦେବାକୁ ଚକ୍ରାନ୍ତ କରୁ ନାହାନ୍ତି କି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ । ମେଡିକାଲ କଲେଜ କେବେ ଚାଲିବ ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସାମଲ ଙ୍କ ସମେତ ଡିଲେଶ୍ୱର ପ୍ରଧାନ, ସମ୍ପାଦକ ସୁଦିପ ଗଡ଼ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ପର୍ଶୁରାମ ବାରିକ, ଘଂଟପଡା ସମିତି ସଦସ୍ୟ କରୁଣାକର ସାହୁ, ସରପଂଚ ସହଦେବ ସାହୁ, ଗୀତିଶ ପ୍ରଧାନ, ନରେଶ ଚନ୍ଦ୍ର ବେହେରା, ସୁନୀଲ ବିଶ୍ୱାଳ, ବିଭୁତି ସାହୁ, ଜସ୍ମିନ ପ୍ରଧାନ, ସୁନୀଲ କୁମାର ବିଶ୍ୱାଳ, ନିରୋଜ ଦାସ, ପ୍ରଶାନ୍ତ ଦାସ, ବୁଲୁ ମିଶ୍ର, ରତନ କୁମାର ବାରିକ, ସନ୍ତୋଷ କୁମାର ମହା ସୁପକାର, ମିଲ୍ଲୀ ପ୍ରଧାନ, ରେଖା ଅଗ୍ରୱାଲ, ପ୍ରତିମା ଚୌଧୁରୀ, କାଳନ୍ଦି ପ୍ରଧାନ, ଅର୍ଜୁନ କିସ୍କୁ ଶତାଧିକ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ ।

Nalco
Leave A Reply