Odisha news

ରାଜ୍ୟ ସଭାପତିଙ୍କ ନିଦେ୍ର୍ଦଶରେ ପ୍ରତିନିଧି ଦଳର କଲ୍ୟାଣପୁର ଗସ୍ତ ଓ ବାସ୍ତ ସ୍ଥିତି ଅନୁଧ୍ୟାନ

ଜଗଦୀଶ ଚୈାହାନଙ୍କୁ ହତ୍ୟା କରାଯାଇଛି : ଡ.ବିଭୂ ତରାଇ

0

 ଜଗଦୀଶଙ୍କ ମୃତୁ୍ୟ ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଦାୟୀ
 ରିୟେଲଷ୍ଟେଟ ବ୍ୟବସାୟୀମାନେ ଦଳିତ ଆଦିବାସୀଙ୍କ ଜମିକୁ କିଣିବାର ଅନୁମତି ପତ୍ର ମାସକ ମଧ୍ୟରେ ପାଇଯାଉଛନ୍ତି
 କିନ୍ତୁ ଗରୀବ, ଦଳୀତ ଲୋକ ଜମି ବିକିବା ପାଇଁ ଯଥାର୍ଥ କାରଣ ଥାଇବି ସରକାରୀ ଅଫିସର ଅନୁମତି ନଦେବା ଅତ୍ୟନ୍ତ ଦୁଃଖ ପରିତାପର ବିଷୟ
 ଏହି କାର୍ଯ୍ୟରେ ଏକ ବିରାଟ ର୍ୟାକେଟ କାର୍ଯ୍ୟ କରୁଛି ଏବଂ ଏହି ର୍ୟାକେଟର ସଦସ୍ୟ ଭାବେ ବହୁ ସରକାରୀ କର୍ମଚାରୀ ସଂପୃକ୍ତ ଅଛନ୍ତି
 ଅନୈତିକ କାର୍ଯ୍ୟକୁ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତା ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସହିତ କରୁଛନ୍ତି
 ସ୍ୱର୍ଗତଃ ଜଗଦୀଶଙ୍କ ପରିବାରକୁ ୩୦ଲକ୍ଷ କ୍ଷତିପୂରଣ, ସ୍ତ୍ରୀଙ୍କୁ ସରକାରୀ ଚାକିରୀ ଏବଂ ଦୁଇଟି ପିଲାର ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର
 ତୁରନ୍ତ ପଦକ୍ଷେପ ନନେଲେ ବିଜେପିି ଆଗାମୀ ଦିନରେ ଗରୀବ ଲୋକଙ୍କ ସ୍ୱାର୍ଥ ପାଇଁ ଆନେ୍ଦାଳନ କରିବ
 ଓଡ଼ିଶା ସରକାର ଗରିବ, ଦଳୀତ ଓ ଆଦିବାସୀ ବିରୋଧୀ
ଭୁବନେଶ୍ୱର, ତା.୨୦/୦୩: ଅନୁସୁଚିତ ଜାତି ଓ ଜନଜାତିଙ୍କ ଜମିକୁ ବେଆଇନ ଭାବେ ଜୋରଜବରଦସ୍ତ ହଡପ୍ କରାଯାଉଥିବାର ଖବର ବର୍ତମାନ ସାଧାରଣ ହୋଇଗଲାଣି । ଏହି କାର୍ଯ୍ୟରେ ଏକ ବିରାଟ ର୍ୟାକେଟ କାର୍ଯ୍ୟ କରୁଛି ଏବଂ ଏହି ର୍ୟାକେଟର ସଦସ୍ୟ ଭାବେ ବହୁ ସରକାରୀ କର୍ମଚାରୀ ସଂପୃକ୍ତ ଅଛନ୍ତି । ଏଭଳି ଅନୈତିକ କାର୍ଯ୍ୟକୁ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତା ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସହିତ କରୁଛନ୍ତି । ଅନ୍ୟ ପଟେ ଅନୁସୁଚିତ ଜାତି ବା ଜନଜାତି ବର୍ଗର ଲୋକଟି ନିଜ ଇଚ୍ଛାରେ ନିଜ ଜମି ବା ସଂପତି ବିକ୍ରି କରିବାକୁ ଚାହିଁଲେ ବହୁ ହଇରାଣର ସାମ୍ନା କରିବାକୁ ପଡୁଛି । ସରକାରୀ ଅଧିକାରୀମାନଙ୍କ ଶୋଷଣର ଶିକାର ହୋଇ ଏପରିକି ଶେଷରେ ବାଧ୍ୟ ହୋଇ ଜୀବନ ମଧ୍ୟ ହରାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ନୂଆପଡା ଜିଲ୍ଲା କଲ୍ୟାଣପୁର ଗ୍ରାମର ଜଣେ ଦଳୀତ, ଦିବ୍ୟାଙ୍ଗ ଓ ଗରୀବ ବ୍ୟକ୍ତି ଜଗଦିଶ୍ ଚୌହାନ କ୍ଷେତ୍ରରେ ବୋଲି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଡ.ବିଭୂପ୍ରସାଦ ତରାଇ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ତରାଇ କହିଛନ୍ତି ଯେ, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆପଡା ଜିଲ୍ଲା କଲ୍ୟାଣପୁର ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲା ସ୍ୱର୍ଗତଃ ଜଗଦିଶ୍ ନିଜର ପୈତୃକ ସମ୍ପତି ୧୬ ଡିସିମିଲ ଜମି ବିକ୍ରି କରିବା ପାଇଁ ସବ୍କଲେକ୍ଟରଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ଥାନୀୟ ତହସିଲଦାରଙ୍କ ରିପୋର୍ଟ ଆଧାରରେ ସବକଲେକ୍ଟର ଅନୁମତି ପ୍ରଦାନ କରିବେ ବୋଲି ତାଙ୍କୁ କହିଥିଲେ । ଦୀର୍ଘ ୧୫ମାସ ବିିତିଥିଲେ ମଧ୍ୟ ତହସିଲଦାର ରିପୋର୍ଟ ପୈଠ କଲେ ନାହିଁ କି ସବକଲେକ୍ଟର ମଧ୍ୟ କୈ÷ାଣସି ଅନୁମତି ଦେଲେ ନାହିଁ । ଜଗଦିଶ୍ ଓ ତାଙ୍କ ବୃଦ୍ଧା ମାଁ ତହସିଲ କାର୍ଯ୍ୟାଳୟ ବାରମ୍ବାର ଯାଇ ତହସିଲଦାରଙ୍କୁ କହିବା ସତ୍ୱେ କୈ÷ାଣସି ସୁଫଳ ମିଳିଲା ନାହିଁ, ବରଂ ମାନସିକ ଯନ୍ତ୍ରଣା ଦେଇଚାଲିଲେ । ପ୍ରଶାସନ ନିକଟରୁ ନିରାଶ ହୋଇ ଶେଷରେ ଜଗଦୀଶ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ବୁର୍ଲା ସ୍ଥାନାନ୍ତରୀତ ସମୟରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହା କୈ÷ାଣସି ମୃତୁ୍ୟ କି ଅପମୃତୁ୍ୟ ନୁହେଁ ବରଂ ହତ୍ୟା । ଏଥିପାଇଁ ସଂପୂର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ଦାୟୀ ବୋଲି ଡ.ତରାଇ କହିଛନ୍ତି ।
ଦୀର୍ଘ ୨୩ବର୍ଷର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସରକାର ଓ ପ୍ରଚାର କରୁଥିବା ୫ଟି ସରକାର ଟ୍ରାନ୍ସଫରେନ୍ସିର କଥା କହୁଛନ୍ତି । ପ୍ରକୃତରେ ଓଡ଼ିଶାର ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଭୂଷୁଡି ଗଲାପରେ ଅମଲାତନ୍ତ୍ରିକ ଶାସନ ଚାଲିଛି । ଏହି ଅମଲାତନ୍ତ୍ରିକ ବ୍ୟବସ୍ଥାରେ ଆଜି ସରକାରୀ ଅଫିସର ଓ କର୍ମଚାରୀ ସର୍ବତ୍ର ଦୁର୍ନୀତିରେ ବୁଡି ରହୁଛନ୍ତି । ଦଳୀତ ଓ ଆଦିବାସୀଲୋକଙ୍କ ଜମି କିଣାବିକାରେ କଟକଣାର ନିୟମ ରହିବି ଏଠି ରିୟେଲଷ୍ଟେଟ ବ୍ୟବସାୟୀମାନେ ଦଳିତ ଆଦିବାସୀଙ୍କ ଜମିକୁ କିଣିବାର ଅନୁମତି ପତ୍ର ମାସକ ମଧ୍ୟରେ ପାଇଯାଉଛନ୍ତି । କିନ୍ତୁ ଗରୀବ, ଦଳୀତ ଲୋକ ଜମି ବିକିବା ପାଇଁ ଯଥାର୍ଥ କାରଣ ଥାଇବି ସରକାରୀ ଅଫିସର ଅନୁମତି ନଦେବା ଅତ୍ୟନ୍ତ ଦୁଃଖ ପରିତାପର ବିଷୟ । ଗରୀବ ଲୋକ ଦୁରାରୋଗ୍ୟ ଚିକିତ୍ସା, ଝିଅ ବାହାଘର, ପିଲାଙ୍କ ପାଠପଢ଼ା ପାଇଁ ଜମି ବିକ୍ରି କରେ । କିନ୍ତୁ ପ୍ରଶାସନିକ ସ୍ତଳରେ ଟାଳଟୁଳନୀତି ଅବଲମ୍ବନ କରାଯାଏ ଯାହାର ଉଦାହରଣ ଜଗଦିଶ୍ ବୋଲି ଡ.ତରାଇ କହିଛନ୍ତି ।
ଓଡ଼ିଶାରେ ଦୁର୍ନୀତି ସର୍ବବ୍ୟାପି ଓ ସର୍ବସ୍ପର୍ଶୀ ହୋଇଛି । ସରକାରୀ ଅଫିସରମାନେ ଅହଂକାରୀ ହେବା ସହ ବିଜୁ ଜନତା ଦଳର ହାତବାରିସ ସାଜିଛନ୍ତି । ଓଡ଼ିଶାର ରାଜ୍ୟ ରାଜନୀତି ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ଚାଲିଛି । ଜିଲ୍ଲାପାଳ, ତହସିଲଦାର ଓ ବିଡିଓମାନେ ନେତାଙ୍କୁ ନିୟନ୍ତ୍ରଣରେ ରଖିବା ସହ ଛତ୍ରଛାୟା ତଳେ ରହି ଦୁର୍ନୀତି କରୁଛନ୍ତି । ଓଡ଼ିଶାର ଗରୀବ ଲୋକ ଯଦି ସରକାରୀ ଅଫିସକୁ କିଛି କାର୍ଯ୍ୟରେ ଯାଉଛନ୍ତି ସେମାନଙ୍କ କାମ ମାସ ମାସ ବିତିଯାଉଛି, କିନ୍ତୁ ଧନୀ ଓ ଲାଂଚ ଦେଉଥିବା ବ୍ୟକ୍ତିଙ୍କ କାମ କରୁଛନ୍ତି ସରକାରୀ ଅଫିସର । ଫଳରେ ଗରୀବ, ଦଳୀତ ଓ ଆଦିବାସୀ ଲୋକେ ସରକାରୀ ଅଫିସରରେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଓଡ଼ିଶା ସରକାର ଗରିବ, ଦଳୀତ ଓ ଆଦିବାସୀ ବିରୋଧୀ ବୋଲି ଡ. ତରାଇ କହିଛନ୍ତି ।
ଜଗଦିଶଙ୍କ ମୃତୁ୍ୟ ପାଇଁ ପ୍ରଶାସନ ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ତୁରନ୍ତ ନ୍ୟାୟ ପ୍ରଦାନ କରାଯାଇ ଜଗଦିଶ୍ ଚୌହାନଙ୍କ ବିଧବା ପତ୍ନୀ ଓ ଦୁଇଟି ସନ୍ତାନ, ବୁଢ଼ା ବାପ, ମାଁ ବଂଚିବା ପାଇଁ କ୍ଷତିଗ୍ରସ୍ତ ପରିବାରକୁ ୩୦ଲକ୍ଷ କ୍ଷତିପୂରଣ ଦିଆଯାଉ । ପରିବାର ବଂଚିବା ପାଇଁ ଜଗଦିଶ ଚୌହାନଙ୍କ ସ୍ତ୍ରୀକୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସରକାରୀ ଚାକିରୀ ଦିଆଯାଉ ଓ ଦୁଇଟି ପିଲା ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ପଦକ୍ଷେପ ନନେବେ ତାହାଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଗରୀବ ଲୋକଙ୍କ ସ୍ୱାର୍ଥ ରଖିବା ପାଇଁ ଆନେ୍ଦାଳନ କରିବ ବୋଲି ଡ.ତରାଇ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥିତ ଥିଲେ ।

 

Nalco
Leave A Reply