ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଭର୍ଚୁଆଲ ବୈଠକ ମାଧ୍ୟମରେ ଏକ ଇ ବୁକକୁ ଉନ୍ମୋଚନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହାକୁ ଉନ୍ମୋଚନ କରିଛନ୍ତି ।
କୋଭିଡ୧୯ ସମୟରେ ଜିଲ୍ଲା ବିଜେପି ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଚେତନତା ମୂଳକ କାମ ସହ ଗରିବଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ, ଦେଶର ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ କିଭଳି ସାହାଯ୍ୟ ସହଯୋଗ କରାଯାଇଥିଲା ତାହା ଉଲ୍ଲେଖ ଅଛି ।
ଏଥି ସହିତ କୋଭିଡ ସମୟରେ ସେବା କାର୍ଯ୍ୟରେ ନିୟୋଜିତ ହୋଇଥିବା ନେତା ଓ କର୍ମୀଙ୍କ ଅନୁଭୂତି ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଏହି ଇ ବୁକ ଆଗାମୀ ପିଢ଼ି ପାଇଁ ପ୍ରେରଣା ହେବ ବୋଲି ଉପସ୍ଥିତ ଅତିଥି ମନେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଲେଖଶ୍ରୀ ସାମନ୍ତ ସିଂହାର ରାଜ୍ୟ ଉପସଭାପତି ଅନିତା ଶୁଭଦର୍ଶନୀ, ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳଙ୍କ ସମେତ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ଅନେକ କର୍ମୀ ଉପସ୍ଥିତ ଥିଲେ ।
