Odisha news

ସାଢ଼େ ଚାରିକୋଟି ଓଡିଆଙ୍କ ସ୍ୱାର୍ଥ ପାଇଁ ବିଜେପି ଯୁବମୋର୍ଚ୍ଚା ସଂଗ୍ରାମ ଜାରି ରଖିବ : ଡ.ଲେଖାଶ୍ରୀ

ଜେଲ୍ରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟିଲେ ବିଜେପିର ନେତୃମଣ୍ଡଳୀ

0

 ଶାସକ ଦଳ ଇଙ୍ଗିତରେ ପୋଲିସ ଯେଉଁ ମିଥ୍ୟା ମକଦ୍ଦମା ଦେଇ ଅପରାଧୀ ସଜେଇବାକୁ ଚେଷ୍ଟା ଚଳାଇଛି ତାହା ସଫଳ ହେବାକୁ ଦେବନି ବିଜେପି
 ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ପଛରେ ଥିବା ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଧରାପକାଇବା ପର୍ଯ୍ୟନ୍ତ ଏ ଆନେ୍ଦାଳନ ଚାଲୁ ରହିବ
 ପୋଲିସ ପ୍ରଶାସନକୁ ବ୍ୟବହାର କରି ଶାସକ ଦଳ ବିଜେପିର ପଥରୋଧ କରିବାକୁ ଅପଚେଷ୍ଟା ଚଳାଇଛି
 ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସଂକଳ୍ପବଦ୍ଧ ସଂଗ୍ରାମ କରି ସମଗ୍ର ରାଜ୍ୟରେ ବିଜେଡି ସରକାରଙ୍କ ଏହି ମନ୍ଦ ଉଦେ୍ଦଶ୍ୟକୁ ପଣ୍ଡ କରିବ
ଭୁବନେଶ୍ୱର, ତା.୦୩/୦୩: ବିଜୁ ଜନତା ଦଳ ସରକାର ପୋଲିସର ନିଜ କର୍ମୀଭଳି କାର୍ଯ୍ୟ କରାଇଲେ ମଧ୍ୟ ଭାରତୀୟ ଜନତା ପାର୍ଟିର ସ୍ୱରକୁ ଚପାଇ ପାରିବ ନାହିଁ । ବିଜେପି ସର୍ବଦା ଶାନ୍ତିପୂର୍ଣ୍ଣଭାବେ ଅନ୍ୟାୟକୁ ବିରୋଧ କରେ । କିନ୍ତୁ ବିଜେଡିର କାର୍ଯ୍ୟକର୍ତାମାନେ ଷଡଯନ୍ତ୍ର କରି ଆନେ୍ଦାଳନରେ ହିଂସା ସୃଷ୍ଟି କରିଥିଲେ । ପୋଲିସ ଘଟଣାର ତଦନ୍ତ ନକରି ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ସଙ୍ଗୀନ ଦଫା ଲଗାଇ ମିଛ କେସ୍ ଜରିଆରେ ଜେଲ୍କୁ ପଠାଇ ଦେଲା । ଆନେ୍ଦାଳନରେ ସ୍ଥାନରେ ନଥିବା ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରି ଜେଲ୍ ପଠାଇଛି । ଓଡିଶାବାସୀଙ୍କ ହକ୍ ପାଇଁ ବିରୋଧୀ ଦଳ ଆନେ୍ଦାଳନ କରିଥିଲା କିନ୍ତୁ ପୋଲିସ ଓ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର କରି ବିରୋଧୀଙ୍କ ସ୍ୱରକୁ ଚପାଇବାର ଅପଚେଷ୍ଟା କରିଛନ୍ତି । ଆଜି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେୃତ୍ୱରେ ଏକ ପ୍ରତିନିଧି ଦଳ ଜେଲ୍ରେ ଥିବା ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଯୁବକାର୍ଯ୍ୟକର୍ତାମାନଙ୍କ ସଂଗ୍ରାମୀ ମନୋବୃତି ପାଇଁ ଡ. ଲେଖାଶ୍ରୀ ସାଧୁବାଦ ଜଣାଇଥିଲେ । ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ମନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତିକୁ ନେଇ ଯେଉଁ ଆଶଙ୍କା ଉପୁଜିଛି ତାର ନେତୃତ୍ୱ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ଯେଉଁ ସଂଗ୍ରାମ ଚଳାଇଛି ତାହାକୁ ରାଜ୍ୟବାସୀ ସମର୍ଥନ ଜଣାଇଛନ୍ତି ।
ଶାସକ ଦଳ ଇଙ୍ଗିତରେ ଓଡ଼ିଶା ପୋଲିସ ଅଧିକାରୀ ଭାରତୀୟ ଜନତା ଯୁବମୋର୍ଚ୍ଚା ନାଁରେ ମିଥ୍ୟା ମକଦ୍ଦମା ଦେବା, ଅପରାଧୀକରଣ ଦଫା ଲାଗି ଅପରାଧୀ ସଜେବାକୁ ଚେଷ୍ଟା ଚଳାଇଛନ୍ତି ସେଥିରେ ସଫଳ ହେବେନି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଥିବା ମୁଖ୍ୟ ଚକ୍ରାନ୍ତକାରଙ୍କୁ ଧରାପକାଇବା ପର୍ଯ୍ୟନ୍ତ ଏ ଆନେ୍ଦାଳନ ଚାଲୁରହିବ । ପୋଲିସ ପ୍ରଶାସନକୁ ବ୍ୟବହାର କରି ଶାସକ ଦଳ ବିଜେପିର ପଥରୋଧ କରିବାକୁ ଅପଚେଷ୍ଟା ଚଳାଇଛି । ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସଂକଳ୍ପବଦ୍ଧ ସଂଗ୍ରାମ କରି ସମଗ୍ର ରାଜ୍ୟରେ ବିଜେଡି ସରକାରଙ୍କ ଏହି ମନ୍ଦ ଉଦେ୍ଦଶ୍ୟକୁ ପଣ୍ଡ କରିବ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଏହି ଅବସରରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ଉପସଭାପତି ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଓବିସିମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସିଦ୍ଧାର୍ଥଶଙ୍କର ପତି, ରଶ୍ମିରଞ୍ଜନ କାନୁନଗୋ, ବିବେକାନନ୍ଦ ଜେନା, ସୁରେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

Nalco
Leave A Reply