Odisha news

କୃଷକମୋର୍ଚ୍ଚାର ବଜେଟ୍ ଆଲୋଚନା ଚକ୍ର : ଅମୃତକାଳ ପ୍ରଥମ ବର୍ଷର ବଜେଟ୍ ଚାଷୀମାନଙ୍କ ପାଇଁ ଅମୃତ ସଦୃଶ

0

 ସଫଳ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲା ବିଜେପି କୃଷକମୋର୍ଚ୍ଚା
 ସାଧାରଣ ଜନତାଙ୍କ ପାଖରେ ବଜେଟ୍ର ପ୍ରଚାର ପ୍ରସାର ପାଇଁ ନିଷ୍ପତିଭୁବନେଶ୍ୱର,ତା.୧୨/୦୨: ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ରରେ ଆଗତ ହୋଇଥିବା ସାଧାରଣ ବଜେଟ୍ରେ କୃଷି, ଜଳସେଚନ, ଖାଦ୍ୟ ପ୍ରକ୍ରିୟା କରଣ, କୃଷକ ରୋଜଗାରକୁ ପ୍ରାଧାନ୍ୟ ଦିଆଯାଇଛି । ୨୦୧୩-୧୪ରେ କୃଷି ବିଭାଗକୁ ୩୦ହଜାର କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହେଉଥିବାବେଳେ ଆଜିର ଦିନରେ ଏହା ୧ଲକ୍ଷ ୨୫ହଜାର କୋଟିରେ ପଂହଚିଛି । ସେହିଭଳି ଜଳସେଚନ, ଫୁଡ୍ ସବସିଡି, ଖାଦ୍ୟ ପ୍ରକ୍ରିୟାକରଣରେ ହୋଇଥିବା ବଜେଟ୍ ରାଶିକୁ ମିଶାଇଲେ କୃଷି କ୍ଷେତ୍ରକୁ ମୋଟ୍ ୪ଲକ୍ଷ ୫୦ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଯାହା ଏକ ସର୍ବକାଳୀନ ରେକର୍ଡ । ୨୦୧୩-୧୪ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୧୩୧୦ ଟଙ୍କା ଥିବାବେଳେ ଏବେ କେନ୍ଦ୍ର ସରକାର ଏହାକୁ ୨୦୪୦ ଟଙ୍କାରେ ପଂହଚାଇଲେଣି ।

ସେହିଭଳି ୨୦୧୩-୧୪ମସିହାରେ ଦେଶରେ ସରକାର ମୋଟ ୩ଶହ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ କିଣୁଥିବାବେଳେ ଏବେ ୯ଶହ ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ କିଣିବାକୁ ଯାଉଛନ୍ତି । ଚଳିତ ବଜେଟ୍ରେ କୃଷି ଭିତିଭୂମି, କୃଷି ଉଦ୍ୟମିତାକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଇଛି । ସେହିଭଳି ଜୈବିକ କୃଷି, ଜୈବିକ ସାର ବ୍ୟବହାର ବଢ଼ାଇବା ପାଇଁ ସରକାର ମିଶନ ମୋଡରେ କାମ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ମିଲେଟ୍ ମିଶନରେ କ୍ଷୁଦ୍ରଚାଷୀଙ୍କ ରୋଜଗାର ବଢ଼ାଇବା ପାଇଁ ସରକାର ବ୍ୟୟବରାଦ କରିଛନ୍ତି । ପିଏମ୍ କିଷାନ ଯୋଜନାରେ ଆଜି ଦେଶର ୧୧କୋଟି ଚାଷୀ ବାର୍ଷିକ ୬ ହଜାର ଟଙ୍କାର ଆର୍ଥôକ ସହାୟତା ପାଉଛନ୍ତି ଯାହା ୪ବର୍ଷ ତଳେ ମାତ୍ର ୩ ହଜାର ଚାଷୀ ପାଉଥିଲେ

ଏସବୁକୁ ଦେଖିଲେ ଏହି ଅମୃତକାଳର ପ୍ରଥମ ବଜେଟ୍ ଚାଷୀଙ୍କ ପାଇଁ ଅମୃତ ସଦୃଶ ବୋଲି ଭାରତୀୟ ଜନତା କୃଷକ ମୋର୍ଚ୍ଚାର ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା । ଏହି ବଜେଟ୍କୁ ନେଇ ଆଗାମୀ ଦିନରେ କୃଷକମୋର୍ଚ୍ଚା ତରଫରୁ ଜିଲ୍ଲା, ମଣ୍ଡଳ ଓ ଶକ୍ତିକେନ୍ଦ୍ର ସ୍ତରରେ ଆଲୋଚନା ଚକ୍ରମାନ ଆୟୋଜନ କରାଯାଇ ଜନସାଧାରଣଙ୍କୁ ଅବଗତ କରାଯିବାକୁ ନିଷ୍ପତି ହୋଇଛି ।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଆଲୋଚନା ଚକ୍ରରେ ଅମୃତକାଳର ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃଷକ ମୋର୍ଚ୍ଚା ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରକୁ ବରିଷ୍ଠ ନେତା ଶ୍ରୀ ସଜ୍ଜନ ଶର୍ମା ପ୍ରଦୀପ ପ୍ରଜ୍ୱୋଳନ କରି ଉଦ୍ଘାଟନ କରିଥିଲେ । ରାଜ୍ୟ ବଜେଟ୍ ଆଲୋଚନାଚକ୍ର ଟିମ୍ର ମୁଖ୍ୟ ତଥା ପୂର୍ବତନ ପ୍ରଶାସକ ଶ୍ରୀ ସୁଦର୍ଶନ ନାୟକ କେନ୍ଦ୍ର ବଜେଟ୍ରେ ମଧ୍ୟମ ବର୍ଗ ଏବଂ ଓଡ଼ିଶାର ସାମଗ୍ରିକ ବିକାଶରେ ଏହାର ସହାୟକ ଉପରେ ମତବ୍ୟକ୍ତ କରିଥିବାବେଳେ ଅନ୍ୟତମ ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କେନ୍ଦ୍ରୀୟ ବଜେଟ୍ରେ ଚାଷୀ ପ୍ରସଙ୍ଗ ଉପରେ ନିଜର ମତାମତ ରଖିଥିଲେ । କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ, ଶିବାଜୀ ମହାନ୍ତି, ଭାଗିରଥୀ ପ୍ରଧାନ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସଜ୍ଜନ ଶର୍ମା ଓ ସମବାୟ ସେଲ୍ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାସ ପ୍ରମୁଖ ଅମୃତକାଳର ସଫଳ ବଜେଟ୍ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ୫ଜଣ ସଫଳ ଚାଷୀ ଶ୍ରୀ ବିଶ୍ୱନାଥ ସାମଲ, ନିମାଇଁ ମହାନ୍ତି, ପିତବାସ ସ୍ୱାଇଁ, ଯୋଗୀ ଗଣ୍ଠିଆ ଓ ରଜନୀକାନ୍ତ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜଙ୍କ ସଂଚାଳନରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା, ଦୁର୍ଯେ୍ୟାଧନ ସାହୁ, ସାଧାରଣ ସଂପାଦକ କାମାକ୍ଷା ପ୍ରସାଦ ପ୍ରଧାନ, ସଂପାଦକ ରାଜେଶ ସାହୁ, ସନ୍ତୋଷ ପ୍ରଧାନ, ସତ୍ୟବାଦୀ ଚଇନୀ, ଅଶୋକ ମହାନ୍ତି, କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ସୁନୀଲ ପ୍ରଧାନ, ବିକ୍ରମ ପ୍ରଧାନ, ପ୍ରଶାନ୍ତ ଗଣ୍ଠିଆ, ପବିତ୍ର ପରିଡା, ମଦନ ପ୍ରଧାନ, ତ୍ରିପୁରା ଦେହୁରୀ, ତାପସ ଜେନା, ଅଜୟ ପ୍ରଧାନ, ଅବନେଶ୍ୱର ପ୍ରଧାନ, ତପନ ବେହେରା, ରଞ୍ଜିତ ଆଚାର୍ଯ୍ୟ, ସରୋଜ ସାହୁ, ଉକôଳ ମନ୍ତ୍ରୀ, ଲିଙ୍ଗରାଜ ବାରିକ, ଗଜେନ୍ଦ୍ର ଚୌଧୁରୀ, ବିକ୍ରମ କେଶରୀ ରାଉତରାୟ, ଶ୍ରୀଧର ସାହୁ, ଶଙ୍କର୍ଷଣ ଜେନା, ଚିତ୍ରଲେଖା ମହାନ୍ତି ଓ ସୁମିତ୍ରା ପାଣି ପ୍ରମୁଖ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Nalco
Leave A Reply