Odisha news

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା କୁ ନେଇ ତାଳଚେର ବ୍ଲକ ଘେରାଉ କଲା ବିଜେପି*

0
ତାଳଚେର :ତା 09/02:ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା, ଦୁର୍ନୀତି କୁ ନେଇ ତାଳଚେର ବ୍ଲକ ଅଫିସ କୁ ଦୀର୍ଘ ସମୟ ଧରି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ନେତୃତ୍ୱ ରେ ଘେରାଉ କରାଯାଇଥିଲା |ସମସ୍ତ 21ଟି ପଂଚାୟତ ରୁ ଶହ ଶହ ସଂଖ୍ୟାରେ କାର୍ଯ୍ୟକର୍ତା ଓ ହିତାଧିକାରୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ |ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା |ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗଦେଇ ରାଜ୍ୟରେ 23ବର୍ଷ ଧରି ଚାଲିଥିବା ବିଜେଡି ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଉଥିବା ଗରିବ ଲୋକଙ୍କ ଘରକୁ ହଡ଼ପ କରୁଛି ବୋଲି ଅଭିଯୋଗ କରିଥିଲେ |ରାଜ୍ୟ ସରକାର 25ଲକ୍ଷ ଘର ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ 28ଲକ୍ଷ ରୁ ଅଧିକ ଘର ଯୋଗାଇ ଦେବା ପରେ ମଧ୍ୟ ପ୍ରକୃତ ହିତାଧିକାରୀ ଙ୍କ ପାଖରେ ଘର ନ ପହଂଚିବା ଦୁର୍ଭାଗ୍ୟ ଜନକ, ଏବଂ ସେ ଘର ଗଲା କୁଆଡେ ବୋଲି ପ୍ରଶ୍ନ କରିଥିଲେ |ସେହିପରି ତାଳଚେର ବ୍ଲକ ରେ 2000ରୁ ଅଧିକ ହିତାଧିକାରୀ ଘର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ବେଳେ ଏବେ ମାତ୍ର 351ଘର ଲିଷ୍ଟ କିଭଳି ବ୍ଲକ ପ୍ରଶାସନ ପ୍ରକାଶ କରିଛନ୍ତି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ |ପ୍ରକୃତ ହିତାଧିକାରୀ ଙ୍କୁ ଆଗାମୀ ଦଶ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ କରାନଗଲେ ବିଜେପି ବ୍ଲକ ଅଫିସ କୁ ଅଚଳ କରିବା ସହ ହିତାଧିକାରୀ ଙ୍କୁ ନେଇ ବ୍ଲକ ଓ ପଂଚାୟତ ଅଫିସ କାନ୍ଥରେ ରେ ହିତାଧିକାରୀ ଙ୍କ ଲିଷ୍ଟ ମାରିବ ବୋଲି କହିଥିଲେ |ସାଂସଦ ଓ ବିଧାୟକ କାହିଁକି ଅଦ୍ୟାବଧି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ପ୍ରକୃତ ହିତାଧିକାରୀ ଙ୍କ ପାଇଁ ବ୍ଲକ ଅଫିସ ଘେରାଉ କରିନାହାନ୍ତି, ଏବଂ ଲୋକସଭା ଓ ବିଧାନସଭା ରେ ପ୍ରଶ୍ନ କରି ନାହାନ୍ତି ବୋଲି ସେ କହିଥିଲେ |ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ରେ ବ୍ୟାପକ ଦୁର୍ନୀତି, ପ୍ରିୟା ପ୍ରୀତି ତୋଷଣ କୁ ବିଜେପି ବରଦାସ୍ତ କରିବ ନାହିଁ, ପ୍ରଧାନମନ୍ତ୍ରୀ ଙ୍କ ସ୍ବପ୍ନ ସବୁ ଗରିବ ଙ୍କ ମୁଣ୍ଡ ଉପରେ ଛାତ ଘର ସ୍ବପ୍ନ କୁ ପୂରଣ କରିବା ପାଇଁ ଲୋକଙ୍କ ସ୍ୱାର୍ଥ କୁ ନେଇ ବିଜେପି ପଂଚାୟତ ସ୍ତରରୁ ବିଧାନସଭା ପର୍ଯ୍ୟନ୍ତ ଲଢେଇ କରିବ ବୋଲି ପ୍ରକାଶ କରିଥିଲେ |ବରିଷ୍ଠ ନେତା ଯଯାତି ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଆବାସ ଦଳୀୟ ଆଧାର ରେ ବଣ୍ଟନ କରାଯାଇଥିବା ଅଭିଯୋଗ କରିଥିଲେ |ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ,ଏସ ସି ମୋର୍ଚ୍ଚା ସଭାପତି ଅଜୟ ଗୋଛାୟତ, ମଣ୍ଡଳ ସଭାପତି ବରୁଣ ସାହୁ, ନରେଶ ବେହେରା, ନରେନ୍ଦ୍ର ସାହୁ, ସତ୍ୟବନ୍ତ ସାହୁ,ପେସ୍କାର ଗଡ଼ନାୟକ,ଉଚ୍ଛନ ପଟ୍ଟନାୟକ,ଅଖିଳ ସାମଲ,ବିଭୁତି ସାହୁ, ସରପଞ୍ଚ ସହଦେଵ ସାହୁ,ପୂର୍ବତନ ସରପଞ୍ଚ ସୁନୀଲ ବିଶ୍ୱାଳ, ହରମୋହନ ମିଶ୍ର, ପ୍ରମୁଖ ରାଜ୍ୟ ସରକାର ବିରୁଦ୍ଧରେ କହିଥିଲେ |ତାଳଚେର ବ୍ଲକ ର ସମସ୍ତ ପଂଚାୟତ ରୁ ଶହ ଶହ ସଂଖ୍ୟାରେ କାର୍ଯ୍ୟକର୍ତା ଓ ହିତାଧିକାରୀ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ |
Nalco
Leave A Reply