ଓଡିଶାର ରେଳ ବିକାଶକୁ ପ୍ରାଥମିକତା ଦେଉଛନ୍ତି ମୋଦି ସରକାର : ସମୀର ମହାନ୍ତି
ଓଡିଶାକୁ ସର୍ବକାଳୀନ, ସର୍ବାଧିକ ରେକର୍ଡ ପରିମାଣର ରେଳ ବଜେଟ ବ୍ୟୟବରାଦ ପ୍ରସଙ୍ଗରେ
ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୦୧୨ କୋଟି ଅନୁଦାନ ପ୍ରଂଶସନୀୟ
ପ୍ରଧାନମନ୍ତ୍ରୀ ମୋଦି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି
ରାଜ୍ୟରେ ରେଳବାଇ ବିକାଶରେ ମୁଳ ବାଧକ ସାଜିଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଗଲେ ରାଜ୍ୟର ପ୍ରଗତି ଓ ବିକାଶ ସୁନିଶ୍ଚିତ
ଜମି ଅଧିଗ୍ରହଣ କାର୍ଯ୍ୟକୁ ଦାୟୀତ୍ୱର ସହ ସଂପନ୍ନ କରନ୍ତୁ ରାଜ୍ୟ ସରକାର
ଭୂବନେଶ୍ୱର, ତା.୦୩/୦୨: ଓଡିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ରରେ ମୋଦି ସରକାର ସର୍ବଦା ତତ୍ପରତା ପ୍ରଦର୍ଶନ କରିଆସୁଛନ୍ତି । ସ୍ୱାଧୀନତା ପରବର୍ତୀ ସମୟରେ ରେଳବାଇ କ୍ଷେତ୍ରରେ ଓଡିଶା ସର୍ବଦା ଅବହେଳିତ ହୋଇ ଆସୁଥିଲା । ମାତ୍ର ୨୦୧୪ ପରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଏହି ପରଂପରାରେ ପରିବର୍ତନ ଆସିଛି ଏବଂ ବର୍ତମାନ ରାଜ୍ୟ ସରକାରଙ୍କ ଅପେକ୍ଷାଠାରୁ ରେଳବାଇକୁ ବହୁ ଅଧିକ ପରିମାଣର ଅନୁଦାନ ଓଡିଶାକୁ ଆସୁଛି । ୨୦୧୪ ମସିହା ପରେ ରେଳ ବଜେଟରେ ପ୍ରତି ବର୍ଷ ଅନୁଦାନ ପରିମାଣ ବୃଦ୍ଧି ପାଇଚାଲିଛି । ଓଡିଶାକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓଡିଶାର ରେଳ ବିକାଶ ପାଇଁ ବଜେଟରେ ସର୍ବକାଳୀନ ସର୍ବାଧିକ ୧୦୦୧୨ କୋଟି ଟଙ୍କା ବ୍ୟୟବରାଦ କରି ଏକ ନୂତନ ଇତିହାସ ସୃଷ୍ଟି କରାଯାଇଛି । ଖୋଲା ହାତ କରି ଓଡିଶାକୁ ରେଳ ବଜେଟରେ ରେକର୍ଡ ପରିମାଣ ଅର୍ଥ ଆବଂଟନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଅତୀତରେ କଂଗ୍ରେସ ସରକାର ଅମଳରେ ଓଡିଶା ରାଜ୍ୟ ସର୍ବଦା ଅବହେଳିତ ହୋଇଆସୁଥିଲା । ପୂର୍ବଦ୍ୟୋୟର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ମୋଦି ସରକାର ଚଳିତ ବର୍ଷ ବଜେଟରେ ଓଡିଶାକୁ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ଅଗ୍ରାଧିକାର ଦେଇଛନ୍ତି । ୨୦୦୯ରୁ ୨୦୧୪ ଭିତରେ ଓଡିଶାକୁ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ କେବଳ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦୦୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ରାଜ୍ୟର ୫୭ଟି ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ଅନ୍ତର୍ଭୁକ୍ତ କରାଯାଇଛି । ନୂତନ ଜନଜାତୀୟ ଗୈାରବ କରିଡର ପାଇଁ ୨୮୪ କୋଟି, ନୂତନ ଶକ୍ତି କରିଡର ପାଇଁ ୨୮୪ କୋଟି, ବଂଦର ସଂଯୋଗୀକରଣ ପାଇଁ ୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟକୁ ଦେଶ ବିଦେଶରେ ପହଂଚାଇବା ପାଇଁ ରାଜ୍ୟର ୨୮ଟି ଷ୍ଟେସନକୁ ‘ଓ୍ôାନ୍ ଷ୍ଟେସନ – ଓ୍ôାନ୍ ପ୍ରଡକ୍ଟ’ ଜରିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ରାଜ୍ୟ ସରକାର ଚଳିତ ବର୍ଷ ରେଳ ବଜେଟରେ ୮୪୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଦାବୀ କରିଥିବାବେଳେ ମୋଦି ସରକାର ୧୦୦୧୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ୨୦ ପ୍ରତିଶତ ଅଧିକ । ଅନ୍ୟ ପଟେ ରାଜ୍ୟ ସରକାର ନିଜ ଆଡୁ ସହଯୋଗର ହାତ ବଢାଇ ରାଜ୍ୟରେ ରେଳବାଇ ବିକାଶ ପାଇଁ ଆଗେଇ ଆସନ୍ତୁ । ରାଜ୍ୟରେ ରେଳବାଇ ବିକାଶରେ ମୁଳ ବାଧକ ସାଜିଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରନ୍ତୁ ରାଜ୍ୟ ସରକାର । ଏହା ଦ୍ୱାରା ରାଜ୍ୟର ପ୍ରଗତି ଓ ବିକାଶ ସୁନିଶ୍ଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
