ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ବିରୁଦ୍ଧରେ ବିଜେପି ପକ୍ଷରୁ ଶୋଭାଯାତ୍ରା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନୀତି ଓ ହେରଫେର ପ୍ରତିବାଦରେ ଓଡିଶା ରାଜ୍ୟ ବିଜେପି ଡାକରା ରେ ଘସିପୁରା ବ୍ଲକ ବିଜେପି ଆନୁକୁଲ୍ୟରେ ଆଜି ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରା ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ବିଜେପି ର ବରିଷ୍ଠ ନେତା ଶ୍ରୀ ଭଗବାନ ସାହୁ, ବୃଦ୍ଧିଜିବୀ ସେଲ୍ ର ଜିଲ୍ଲା ସଂଯୋଜକ ଶ୍ରୀ ଶମ୍ଭୁନାଥ ରାଉତ କଂ ନେତୃତ୍ଵରେ ବାହାରି ଘସିପୁରା ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବ୍ଲକ ଅଫିସ ଘୋରାଉ କରାଯାଇଥିଲା। । ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ସନୋଷ କୁମାର ରାଉତ, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ଯଞ୍ଜ ପ୍ରସାଦ ସାହୁ, ବାଇଧର ଚିନରା, ପ୍ରଣବ କୁମାର ପୁହାଣ, ବାମନ ଭୂଇଁଆ, ଲକ୍ଷ୍ମୀଧର ରାଉତ, ଶ୍ରୀଧର ମହାନ୍ତ, ଆକାଶ ନାଥ, ଶୁକଦେବ ପାଗଲ, ଶ୍ରୀନିବାସ ବାରିକ, ରମଣୀ ଚକ୍ର, ଏକାଦଶୀ ପଲେଇ, ଲିପୁ ଜେନା, କୃଷୃ ଚନ୍ଦ୍ର ପରିଡା, ଭଗବାନ ମହାରଣା, ବିଜୟ ପାତ୍ର, ଅଧିକାରୀ ମହାରଣା, ବୃଦ୍ଧିଦେବ ମହାରଣା, କରୁଣାକର ଯେନା, ସଂଗ୍ରାମ ଜେନା, ବିଜୁ ପାତ୍ର, ପଦ୍ମଚରଣ ମହାନ୍ତ, ଭରତ ମିଶ୍ର, ମାନସ ଆଚାର୍ଯ୍ୟ, ସରୋଜ କୁମାର ସାହୁ,ସଞ୍ଜୟ କୁମାର ଜେନା, ପିମ୍ପୁଡି ଯେନା, ବିପିନ୍ କୁମାର ଜେନା, ନାରାୟଣ ଚନ୍ଦ, ଗଗନ କୁମାର ସିଂ, ମୁରଲୀଧର ମିଶ୍ର, ନରେନ୍ଦ୍ର କୁମାର ପଣ୍ଡା, ବାଇଧର ସାହୁ, ପ୍ରାଣବନ୍ଧୁ ସାହୁ, ତପନ କୁମାର ଧୀର କଂ ସମେତ ବହୁ ନେତୃବୃନ୍ଦ ଓ ହଜାର ହଜାର ଦଳୀୟ କର୍ମୀ ସାମିଲ ହୋଇଥିଲେ।
