Odisha news

ପ୍ରଧାନମନ୍ତ୍ରୀ ଆବାସରେ ଅନିୟମିତତା, ବ୍ଲକ ଅଫିସ ଘେରାଉ କଲା ବିଜେପି

0

ତାଳଚେର ତା୨୫/୦୧ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ତଥା ରାଜ୍ୟ ସରକାର ଦଳୀୟ ଆଧାରରେ ଘର ବାଂଟିବା ବିରୁଦ୍ଧରେ ବିଜେପି ପକ୍ଷରୁ ରାଜ୍ୟ ସମ୍ପାଦକ ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲଙ୍କ ନେତୃତ୍ୱ ରେ ତାଳଚେର ବ୍ଲକ ଘେରାଉ କରାଯାଇଛି । ତାଳଚେର ବ୍ଲକ ଘେରାଉ ସହ ଏକ ଦାବିପତ୍ର ତାଳଚେର ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଛି । ତାଳଚେର ବ୍ଲକ ରେ ଦୁଇ ହଜାର ରୁ ଉର୍ଦ୍ଧ୍ୱ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଦରଖାସ୍ତ କରିଥିବା ବେଳେ ମାତ୍ର ୩୫୧ ଟି ଘର ବ୍ଲକ କୁ ଆସିଛି ମୋଦୀ ସରକାର ପ୍ରଚୁର ଘର ପଠାଉ ଥିବା ବେଳେ ପ୍ରକୁତ ହିତାଧିକାରୀ ଙ୍କୁ ରାଜ୍ୟ ସରକାର ଘର ନ ଦେଇ ଦଳୀୟ ଆଧାରରେ ଏବଂ ଅର୍ଥ ନେଇ ଅଯୋଗ୍ୟ ହିତାଧିକାରୀ ଙ୍କୁ ଘର ଦିଆ ଯାଉଛି ବୋଲି କାଳନ୍ଦି ସାମଲ ପ୍ରକାଶ କରିଛନ୍ତି ।ତାଳଚେର ବ୍ଲକ ର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନ ଯୋଗାଇଲେ ଆଗାମୀ ଦିନରେ ବ୍ଲକ କୁ ଅଚଳ କରିବାକୁ ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲ ଙ୍କ ସମେତ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ପ୍ରକାଶ ମହାରଣା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ରାଜେନ୍ଦ୍ର ସିଂହ, ପର୍ଶୁରାମ ବାରିକ,  ମନୋଜ ପ୍ରଧାନ, ବିଭୁତି ସାହୁ,  ବିରଚିଂ ସାହୁ, ପ୍ରଶାନ୍ତ ନନ୍ଦ, ନରେନ୍ଦ୍ର ସାହୁ, ସତ୍ୟବନ୍ତ ସାହୁ, ସରପଂଚ ସହଦ୍ୱେ ସାହୁ, ସମିତି ସଦସ୍ୟ କରୁଣା କର ସାହୁ, ଉର୍ମିଳା ଦେହୁରୀ, ଜସ୍ମିନ ପ୍ରଧାନ, ସୁନୀଲ ବିଶ୍ୱାଳ, ସନ୍ତୋଷ କୁମାର ମହାଶୂପକାର, ଇତନୁ ଭୁକ୍ତା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

Nalco
Leave A Reply