ସମସ୍ତ ମିଲର୍ସଙ୍କ ଗୋଦାମ ଗୃହ ଓ ଧାନ ଟ୍ରକକୁ ତଦନ୍ତର ପରିସରଭୁକ୍ତ କରାଯାଉ : ବିଜେପି କୃଷକମୋର୍ଚ୍ଚା
ମଣ୍ଡି ବ୍ୟବସ୍ଥାର ଦୁର୍ନୀତିକୁ ନେଇ ଭିଜିଲାନ୍ସ ଡିଜିଙ୍କୁ ଫେରାଦ ହେଲା ବିଜେପି କୃଷକମୋର୍ଚ୍ଚା
ମିଲ ମାଲିକ, ମଣ୍ଡି ଅଧିକାରୀ ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାର ପର୍ଦ୍ଦାଫାସ ହେବା ଉଚିତ
ଏଫଏକୁ୍ୟ ମାନ ନିର୍ଦ୍ଧାରଣ ପକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ତଦନ୍ତ ଆବଶ୍ୟକ
କଟକ/ଭୁବନେଶ୍ୱର, ତା.୧୬/୦୧ : ସଂପ୍ରତି ରାଜ୍ୟରେ ଚାଲିଥିବା ଧାନମଣ୍ଡି ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ଏବଂ ମିର୍ଲସ, ମଣ୍ଡି ଅଧିକାରୀ, ଆରଏମସି ଅଧିକାରୀ ଏବଂ ଯୋଗାଣ ବିଭାଗର ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀ କ୍ଷତି ସହୁଛି । ବାରମ୍ବାର ଅଭିଯୋଗ ଓ ଆନେ୍ଦାଳନ ସତ୍ୱେ କର୍ତୃପକ୍ଷ ନୀରବ । ମିଲରମାନଙ୍କ ସ୍ୱେଚ୍ଛାଚାରିତା ଏବଂ ମନମାନୀ କାରଣରୁ ଜିଲ୍ଲା ପ୍ରଶାସନ ବି ନିଃସହାୟ । ଫଳରେ ମିଲର ଚାହିଁଲେ ମଣ୍ଡି ଚାଲିବ ନଚେତ୍ ବନ୍ଦ ହେବ । ଏଭଳି ପରିସ୍ଥିତିରେ ବିଚରା ଚାଷୀ ତାର ଧାନକୁ ବିକ୍ରି କରି ପାରୁନାହିଁ କିମ୍ବା କେନ୍ଦ୍ର ସରକାର ଦେଉଥିବା ଏମଏସପି ଟ.୨୦୪୦ଙ୍କା ମଧ୍ୟ ଠିକ୍ ଭାବେ ପାଇପାରୁ ନାହିଁ । ପରିଶେଷରେ ଚାଷୀର ଟୋକନ ରଦ୍ଦ ହେଉଛି । ଏଣୁ ମଣ୍ଡି ବ୍ୟବସ୍ଥାର ସୁଧାର ଆଣିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ କଟକଠାରେ ଭିଜିଲାନ୍ସ ଡିଜିଙ୍କ ଅନୁପସ୍ଥିତିରେ ଡିଆଇଜି ଶ୍ରୀ ଆର. ପ୍ରକାଶଙ୍କୁ ଭେଟି ତିନି ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଟୋକନ ବ୍ୟବସ୍ଥା ରାଜ୍ୟସ୍ତରୀୟ ହେଉଥିବାରୁ ସେଥିରେ ବ୍ୟାପକ ଅନିୟମିତତା ହେଉଛି । ପୂର୍ବଭଳି ଡିଏଲପିସି ମିଟିଂ ଜିଲ୍ଲାରେ ବସୁନାହିଁ । ଟୋକନ ପାଇଥିବା ଚାଷୀଙ୍କର ନାମ ତାଲିକା ମଣ୍ଡି କାନ୍ଥରେ ମରାଯାଉ ନାହିଁ । ଚାଷୀ ପାଖରେ ଆଗୁଆ ସୂଚନା ପାଇଁ ଟୋକନ ପାଇଥିବା ଚାଷୀଙ୍କ ତାଲିକା ଦୁଇଦିନ ପୂର୍ବରୁ ମଣ୍ଡି କାନ୍ଥରେ ସାର୍ବଜନୀନ କରାଯିବାର ଆବଶ୍ୟକତା ଅଛି । ଯେଉଁଦିନ ଯେତିକି ଟୋକନ ଧାର୍ଯ୍ୟ ହେଉଛି ସେତିକି ଚାଷୀଙ୍କଠାରୁ ମିଲର ଧାନ ନକିଣିବାରୁ ଚାଷୀର ଟୋକନ ଲାସ୍ ରବ୍ଧ ହେଉଛି । ଟୋକନ ବ୍ୟବସ୍ଥା ରାଜ୍ୟ ସ୍ତରୀୟ ହୋଇଥିବାରୁ ଚାଷୀ ଆଉ ରାଜଧାନୀକୁ ଦୌଡିବା ସମ୍ଭବ ହେଉନାହିଁ । ଏବ୍ୟବସ୍ଥାରେ ମଧ୍ୟ ସ୍ୱଚ୍ଛତା ଦାବି କଲା ବିଜେପି କୃଷକମୋର୍ଚ୍ଚା । ଧାନ ମଣ୍ଡିରୁ ମିଲର କେତେ ପରିମାଣର ଧାନ କିଣିଛି ଏବଂ ବାସ୍ତବରେ କେତେ ପରିମାଣର ଧାନ ଟ୍ରକରେ ମହଜୁଦ୍ ଥାଇ ପରିବହନ ହେଉଛି ଏହାର ବିଧିବଦ୍ଧ କାଗଜ ଯାଂଚ କରାଯାଇ ଗାଡିକୁ ଓଜନ କରାଗଲେ ବାସ୍ତବ ଦୁର୍ନୀତି ଧରାପଡିବ ବୋଲି ଡିଆଇଜିଙ୍କୁ ଅବଗତ କଲେ କୃଷକମୋର୍ଚ୍ଚା ପ୍ରତିନିଧି ମଣ୍ଡଳୀ । ଏଫଏକୁ୍ୟ ମାନର ଧାନ ଚିହ୍ନଟ ପାଇଁ ପ୍ରତି ମଣ୍ଡିକୁ ସରକାର ମାପକ ଯନ୍ତ୍ରମାନ ଯୋଗାଇଛନ୍ତି, କିନ୍ତୁ ସେଥିରେ ଧାନକୁ ପରୀକ୍ଷା ନକରାଯାଇ ମିଲ୍ର ସ୍ୱାର୍ଥକୁ ଦୃଷ୍ଟିରେ ରଖି କ୍ୱିଂଟାଲ ପ୍ରତି ସର୍ବନିମ୍ନ ୪କିଗ୍ରା ରୁ ୧୦କିଗ୍ରା ପର୍ଯ୍ୟନ୍ତ ଧାନ କଟାଯାଉଅଛି ଯଦ୍ୱାରା ଚାଷୀ କ୍ଷତି ସହୁଅଛି । ଏହା ତଦନ୍ତ ସାପେକ୍ଷ୍ୟ । ଯଦି ଚାଷୀଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରାଯାଆନ୍ତା ତାହାଲେ ମଣ୍ଡି ବ୍ୟବସ୍ଥାରେ ଅନେକ ସୁଧାର ଆସିପାରନ୍ତା ଏବଂ ମିଲର୍ସମାନଙ୍କର ଉପଦ୍ରବ୍ୟବରୁ ଗରିବ ଚାଷୀଟି ରକ୍ଷାପାଇପାରନ୍ତା ଏବଂ ଲାଭବାନ ହୁଅନ୍ତା ବୋଲି କୃଷକମୋର୍ଚ୍ଚା ପ୍ରତିନିଧି ମଣ୍ଡଳୀ ଡିଜିଙ୍କ ଉଦେ୍ର୍ଦଶରେ ଡିଆଇଜିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଦାବିକୁ ଜଣେ ଏସ୍ପି ପାହ୍ୟାର ଅଧିକାରୀ ତଦନ୍ତ କରିବେ ବୋଲି ଡିଆଇଜି ଶ୍ରୀ ପ୍ରକାଶ ପ୍ରତିଶ୍ରୁତି ଦେଇଛନ୍ତି ।
ଏହିପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ଉପସଭାପତି ଶ୍ରୀ ହୃଶିକେଶ ଜେନା, ଉପସଭାପତି ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, କଟକ ନଗର ବିଜେପି ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ, ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ୍ ସ୍ୱାଇଁ, ଗଣମାଧ୍ୟମ ସଂଯୋଜକ ହିତେଶ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, ସଂଯୋଜକ ପ୍ରଶାନ୍ତ କୁମାର ଗଣ୍ଠିଆ, ଜଗତସିଂହପୁର ଜିଲ୍ଲା ସଭାପତି ତପନ କୁମାର ବେହେରା ଓ କଟକ ସଦର ଜିଲ୍ଲା ସାଧାରଣ ସଂପାଦକ ନିର୍ମଳ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
