Odisha news

ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ମୋହନ ଜେନାଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ

0

ଭୁବନେଶ୍ୱର, ତା.୧୨/୧୨: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମୋହନ ଜେନା(୬୫)ବର୍ଷରେ ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ସ୍ୱର୍ଗତଃ ଜେନାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।
ଓଡିଶା ଆଜି ଜଣେ ଦକ୍ଷ ଓ ପ୍ରଭାବୀ ରାଜନୀତିଜ୍ଞଙ୍କୁ ହରାଇଛି । ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ସ୍ୱର୍ଗତଃ ମୋହନ ଜେନାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଗୋଟିଏ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ନିଷ୍ଠା, ଦକ୍ଷତା ଓ ବିଚକ୍ଷଣ ବୁଦ୍ଧି ନିଶ୍ଚିତ ଭାବେ ନୂତନ ପିଢୀକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମହାନ୍ତି ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ।

 

Nalco
Leave A Reply