ବିଜେପି ପ୍ରାର୍ଥୀ ହେଲେ ସୂର୍ଯ୍ୟବଂଶୀ ସୁରଜ ସ୍ଥିତ ପ୍ରଜ୍ଞ
କେନ୍ଦ୍ରୀୟ ନିର୍ବାଚନ କମିଟିତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଜେପି ନଡ୍ଡାଙ୍କୁ ଧନ୍ୟବାଦ ଦେଲେ ସମୀରମହାନ୍ତି
ଭୁବନେଶ୍ୱର,ତା.୦୯/୧୦:ବିଜେପିର ବରିଷ୍ଠ ନେତା ତଥା ଉପନେତା ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ଙ୍କୁବିଜେପି ପ୍ରାର୍ଥୀକରିଛି । ଧାମନଗର ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଜେପି ନଡ୍ଡା ସୂର୍ଯ୍ୟ ବଂଶୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।
ସୂଚନା ଥାଉକି, ଦିବଙ୍ଗତ ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀ ଜଣେ ସାହିତି୍ୟକ, ଲେଖକ ତଥା ଜନ ପ୍ରତିନିଧି ଭାବେ ଭଦ୍ରକ ତଥା ଧାମ ନଗର ଲୋକଙ୍କ ବିକାଶ ପାଇଁ ଅହରଣ କାର୍ଯ୍ୟ କରୁଥିଲେ । ଧାମନଗରର ସଚେତନ ନାଗରିକ, ବୁଦ୍ଧିଜୀବୀ ତଥା ଜନ ସାଧାରଣଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଦିବଂଗତ ବିଷ୍ଣୁ ଭାଇଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୁରଜ ଧାମନଗର ସେବା ପାଇଁ ଲୋକଙ୍କ ଆସ୍ଥା ଭାଜନ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଶ୍ରୀ ସୂର୍ଯ୍ୟବଂଶୀ ନିଜର ବାପାଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ସେବା କରିବା ସହ ଧାମନଗର ବାସୀଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
