Odisha news

ବୁଥ୍ ବୈଠକରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା

0

 ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୪ ନମ୍ବର ବୁଥ୍ର ୨୫ ଜଣିଆ କମିଟି ସଦସ୍ୟଙ୍କ ସହ ସାଂଗଠନିକ ଚର୍ଚ୍ଚା କରିଲେ

ଭୁବନେଶ୍ୱର, ତା.୩୦/୦୯: ‘ମୋ ବୁଥ୍, ସବୁଠୁ ମଜବୁତ୍’ । ଏହାକୁ ଆଧାର କରି ଭାରତୀୟ ଜନତା ପାର୍ଟୀ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ବୈଠକରେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା । ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ଶ୍ରୀ ନଡ୍ଡା ଆଜି ଦିଲ୍ଲୀ ପ୍ରତ୍ୟାବର୍ତନ ପୂର୍ବରୁ ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୪ ନମ୍ବର ବୁଥ୍ର ୨୫ ଜଣିଆ କମିଟି ସଦସ୍ୟଙ୍କ ସହ ସାଂଗଠନିକ ଚର୍ଚ୍ଚା କରିଥିଲେ । ବୁଥ୍ ସଭାପତି ତଥା ସ୍ଥାନୀୟ କର୍ପୋରେଟର ଶ୍ରୀ ଜୀବନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୁଥ୍ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ସମେତ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଜିଲ୍ଲା ସଭାପତି ବାବୁ ସିଂ ଏବଂ ମଣ୍ଡଳ ସଭାନେତ୍ରୀ ଶଶୀପ୍ରଭା ରଥ ଉପସ୍ଥିତ ଥିଲେ ।
ଏକ ରାଜନୈତିକ ଦଳ ପାଇଁ ତୃଣମୁଳ ସ୍ତରରେ ଥିବା ସାଂଗଠନିକ ବ୍ୟବସ୍ଥା ବୁଥ୍କୁ ଯାଇ ବୁଥ୍ କମିଟି ସଦସ୍ୟଙ୍କ ସହ ଚର୍ଚ୍ଚା କରିବା ଏବଂ ତାଙ୍କୁ ଉତ୍ସାହିତ କରିବା କେବଳ ଭାରତୀୟ ଜନତା ପାର୍ଟ ପକ୍ଷେ ସମ୍ଭବ । ଯେଉଁଥି ପାଇଁ ଭାରତୀୟ ଜନତା ପାର୍ଟୀ ବିଶ୍ୱର ଏକ ନମ୍ବର ରାଜନୈତିକ ଦଳ ହୋଇପାରିଛି ।

 

Nalco
Leave A Reply