Odisha news

ବ୍ରହ୍ମପୁର ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

0
ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ,ଅନ୍ତୋଦୟ ଓ ଏକାତ୍ମ ମାନବବାଦର ପ୍ରଣେତା, ଜନନାୟକ,ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ସେଇ ମହାନ ଆତ୍ମାକୁ ବ୍ରହ୍ମପୁର ସ୍ଥିତ ଗାନ୍ଧୀନଗର ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ କାହ୍ନୁ ଚ଼ରଣ ପତିଙ୍କ ସମେତ ବିଜେପି ନେତୃବୢନ୍ଦ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆଜି ଅନୁଷ୍ଠିତ ହେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି । ୧୯୧୬ ସେପ୍ଟେମ୍ୱର ୨୫ ଆଜିର ଦିନରେ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଚନ୍ଦ୍ରଭାନ ଠାରେ ଜନ୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୬୭ ମସିହାରେ ଜନସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଇଥିଲେ । ଆଜିର ଅଖଣ୍ଡ ଭାରତ ପ୍ରସଙ୍ଗ ହେଉ କିମ୍ୱା କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ, ଭାରତର ଜାତୀୟତା,ସ୍ୱାଭିମାନ ଓ ସର୍ବୋପରୀ ଦେଶପ୍ରେମର ବହ୍ନି ଜାଳିଥିବା ଏହି କ୍ରାନ୍ତିକାରୀ ମହାପୁରୁଷ ପଣ୍ଡିତ ଦୀନଦୟାଲଙ୍କ ଜୀବନୀ ଉପରେ ବୋକ୍ତା ମାନେ ଆଲୋକପାତ କରିଥିଲେ । ‘ଅନ୍ତୋଦୟର’ ପ୍ରଣେତା ପଣ୍ଡିତ ଦୀନଦୟାଲଙ୍କ ଏହି ସିଦ୍ଧାନ୍ତକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ବିକାଶ ପାଇଁ ସର୍ବଦା ପ୍ରୟାସରତ ଥିବାବେଳେ, ପଣ୍ଡିତ ଦୀନଦୟାଲଙ୍କ ଆଦର୍ଶ ଓ ତ୍ୟାଗ ମାର୍ଗକୁ ପାଥେୟ କରି କାର୍ଯକର୍ତା ମାନେ ଆଗେଇବାକୁ ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି କହିଥିଲେ । ଏହି ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ’ ଏବଂ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଆଜିର କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଗାନ୍ଧୀନଗର ମଣ୍ଡଳ ସଭାପତି ସତ୍ୟନାରାୟଣ ବସନ୍ତିଆ,ମାଲି ସାହୁ,ଉପେନ୍ଦ୍ର ସାହୁଙ୍କ ସମେତ ଶିଳ୍ପାଞ୍ଚଳ ମଣ୍ଡଳ ଠାରେ ସଭାପତି ଶିବ ଶଙ୍କର ନାୟକଙ୍କ ନେତୢତ୍ୱରେ ଅନୁଷ୍ଠିତ ହେଇଥିବା କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ,ଡା.ସୁବାଷ ସାହୁ,କର୍ପୋରେଟର ବନିତା ସାହୁ,ଦଣ୍ଡଧର ହୋତା,ପ୍ରମୋଦ ମଣ୍ଡଳ,ଚିତ୍ତରଞ୍ଜନ ତ୍ରିପାଠୀ,ଅରୁଣ ମହାପାତ୍ର,ସୁନିଲ ନାୟକ,ସୁମିତ୍ ପାତ୍ର,ପି.ରାଜେନ୍ଦ୍ର କୁମାର,ତ୍ରିନାଥ ରେଡ଼ୀ,ଦୀପକ ନାୟକ ପ୍ରମୁଖଙ୍କ ସମେତ ବିରୁମିଷ୍ଟି ସାହି ବାସିନ୍ଦା ଯୋଗ ଦେଇଥିଲେ ।
Nalco
Leave A Reply