Odisha news

ଆଜିଠାରୁ ପୁରୀଠାରେ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ହେଉଛି ମୁଖ୍ୟ ପ୍ରସଙ୍ଗ: ଗୋଲକ ମହାପାତ୍ର

0

 ପ୍ରଶିକ୍ଷଣ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ
 କେନ୍ଦ୍ରୀୟ ଯୋଜନାକୁ ଘରେ ଘରେ ପଂହଚାଇବା ହେଉଛି ମୂଳଲକ୍ଷ୍ୟ
 ଆର୍ଥôକ ଓ ସାମାଜିକ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହୋଇନାହିଁ

ପୁରୀ/ଭୁବନେଶ୍ୱର, ତା.୧୩/୦୯: ଭାରତୀୟ ଜନତା ପାର୍ଟିର ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ ହେଉଛି ପ୍ରଶିକ୍ଷଣ । ଏଭଳି ପ୍ରଶିକ୍ଷଣ କାର୍ଯ୍ୟକର୍ତାଙ୍କୁ ସମାଜରେ ଆଗକୁ କାମ କରିବାର ପଥ ପ୍ରଦର୍ଶନ କରିଥାଏ । ଶିବିରରେ ପାର୍ଟିର ଚିନ୍ତାଧାରା ଉପରେ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ । ଆଜି ପୁରୀଠାରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି ଶିବିରକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉଦ୍ଘାଟନ କରିଥିଲେ । ମୋଟ ୧୫ଟି ସତ୍ରରେ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଷୟକୁ ଚିନ୍ତନ, ଆଲୋଚନା, ପର୍ଯ୍ୟାଲୋଚନା ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ପ୍ରଶିକ୍ଷଣର ପ୍ରଥମ ଦିବସରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀ, ସହ ପ୍ରଭାରୀ ଶ୍ରୀ ବିଜୟ ପାଲସିଂ ତୋମାର, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ପ୍ରଶିକ୍ଷଣ ଶିବିର ରାଜ୍ୟ ସଂଯୋଜିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ, ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀଙ୍କ ସମେତ ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତିମାନେ ଯୋଗ ଦେଇଛନ୍ତି । ଆଜି ଅନୁଷ୍ଠିତ ବିଭିନ୍ନ ସତ୍ରକୁ କେନ୍ଦ୍ର ପ୍ରଶିକ୍ଷଣ ଶିବିର ସଦସ୍ୟ ଡ. ହେମନ୍ତ ଗୋସ୍ୱାମୀ, ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ନିଜ ନିଜ ବିଷୟ ଉପରେ ଆଲୋଚନା କରିଥିଲେ ।
ଓଡ଼ିଶାରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାବାସୀଙ୍କ ପାଇଁ ଆଶାର ଆଲୋକ ହେବାକୁ ଯାଉଛି । ଓଡ଼ିଶାବାସୀଙ୍କ ଦୁଃଖ ଦୂର କରିବା ସହିତ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶାରେ ଘରେ ଘରେ ପଂହଚାଇବା ହେଉଛି ମୂଳଲକ୍ଷ୍ୟ । ଆର୍ଥôକ ଓ ସାମାଜିକ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ହେଉନାହିଁ । ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଓଡ଼ିଶାବାସୀ । ଧନୀ ବିଜେଡି ନେତାମାନେ ଗରୀବ ଓଡ଼ିଶାକୁ ଶୋଷଣ କରୁଛନ୍ତି । ଦୀର୍ଘ ୨୩ବର୍ଷର ନିରଙ୍କୁଶ ଶାସନ କ୍ଷମତା ପରେ ମଧ୍ୟ ରାଜ୍ୟବାସୀଙ୍କୁ ବାସଗୃହ, ପାନୀୟଜଳ, ଶୌଚାଳୟ ଓ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇବାରେ ବିଫଳ ହେଉଛନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟର ବିକାଶ ପାଇଁ ମୋଦି ପଠାଉଥିବା ପର୍ଯ୍ୟାପ୍ତ ଅର୍ଥକୁ ବିଜେଡି ନେତା ଓ କର୍ମୀ ମିଳିମିଶି ହରିଲୁଟ୍ କରୁଛନ୍ତି । ମୋଦି ଦେଉଥିବା କେନ୍ଦ୍ରୀୟ ଆର୍ଥôକ ଅନୁଦାନ ଓ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପଂହଚାଇବା ବିଜେପିର ପ୍ରାଥମିକତା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି, କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ଉପରେ ଆଗାମୀ ୩ଦିନ ଧରି ବିସ୍ତୃତ ଆଲୋଚନା କରାଯିବ । ରାଜ୍ୟସ୍ତରୀୟ ଶିବିରରେ ଯାହା ଶିକ୍ଷା ମିଳିବ ତାକୁ ଆଗାମୀ ଦିନରେ ମଣ୍ଡଳ ସ୍ତରରେ କାର୍ଯ୍ୟ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Nalco
Leave A Reply