Odisha news

ମହିଳାଙ୍କ ମନର ବ୍ୟଥାକୁ ବୁଝି ସମ୍ବେଦନଶୀଳତାର ସହ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ: ସମୀର ମହାନ୍ତି

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ମହିଳା ମୋର୍ଚ୍ଚା

0

ଭୁବନେଶ୍ୱର,ତା.୧୬/୦୮: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ମହିଳାକେନ୍ଦ୍ରୀକ ଯୋଜନାକୁ ସଫଳତା ସହ କାର୍ଯ୍ୟାନ୍ୱୟନ କରି ଦେଶର ଅଗଣିତ ମାଁ ଓ ଭଉଣୀଙ୍କୁ ସମ୍ମାନ ପ୍ରଦାନ କରିଆସୁଛନ୍ତି । ‘ସ୍ୱଚ୍ଛଭାରତ’, ଉଜ୍ଜଳା, ଜନଧନ, ପ୍ରଧାନମନ୍ତ୍ରୀ ଆବାସ, ସୁକନ୍ୟା ସମୃଦ୍ଧି, ‘ବେଟି ବଚାଓ – ବେଟି ପଢାଓ’ ଭଳି ଅନେକ ଯୋଜନା କାରଣରୁ ମା ଓ ଭଉଣୀଙ୍କ କଷ୍ଟ ଓ ଦୁଃଖ ହ୍ରାସ ପାଇଛି ।

ମହିଳାଙ୍କ ସମ୍ମାନ ଓ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ସ୍ୱଚ୍ଛଭାରତ ଯୋଜନା ଅଧିନରେ ଦେଶର ୧୦ କୋଟି ଘରେ ଶୈାଚାଳୟ ତିଆରି କରାଯାଇଛି । ଉଜ୍ଜଳା ଯୋଜନା ଜରିଆରେ ୯ କୋଟିରୁ ଉଦ୍ଧ୍ୱର୍ ରୋଷେଇ ଗ୍ୟାସ ସଂଯୋଗ କରାଯାଇଛି । ଜନଧନ ଯୋଜନା ଦ୍ୱାରା ମହିଳାମାନଙ୍କୁ ରୋଜଗାର ପ୍ରଦାନ କରି ସ୍ୱାବଲମ୍ବୀ କରାଯାଇଛି । ମାତୃଶକ୍ତିର କଷ୍ଟକୁ ଭଲ ଭାବେ ହୃଦବୋଧ କରିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବାସ୍ତବରେ ମହିଳା ସଶକ୍ତିକରଣ ପାଇଁ ନିରନ୍ତର ଚିନ୍ତା କରିବା ସହିତ ତାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଗତ କାଲି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଲାଲ୍ କିଲ୍ଲାଠାରେ ଦେଶର ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ସମାଜରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ମହିଳାଙ୍କୁ ଆକ୍ଷେପ କରି ଖରାପ ଭାଷା ପ୍ରୟୋଗ କରିବା ଆଦିକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଆକ୍ରୋଶ ବ୍ୟକ୍ତ କରିଛନ୍ତି । ମହିଳାଙ୍କ ମନର ବ୍ୟଥାକୁ ବୁଝି ଏହାକୁ ସମ୍ବେଦନଶୀଳତାର ସହ ଗତକାଲି ଉଦବୋଧନ ସମୟରେ ସର୍ବସମ୍ମୁଖରେ ପ୍ରକାଶ କରିଥିବାରୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀମତୀ ସ୍ମୃତି ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ ଅବସରରେ ଆଜି ମହିଳା ମୋର୍ଚ୍ଚା ତରଫରୁ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ଉପସଭାପତି ଅନୀତା ପଟ୍ଟନାୟକ ଓ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ମହିଳା ମୋର୍ଚ୍ଚାର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲା ସଭାପତିମାନେ ଯୋଗ ଦେଇଥିଲେ ।

 

 

Leave A Reply