Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମ , ଦେଶ ଆଜି ବିକାଶ ପଥରେ ଦୃତ ଗତିରେ ଆଗେଇ ଚାଲିଛି: ସମୀର ମହାନ୍ତି

0

 ରାଜ୍ୟର ସମସ୍ତ ନେତୃବୃନ୍ଦ, କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିଥିଲେ
 ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଂଚଳରେ ଅନୁଷ୍ଠିତ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷ

ଭୁବନେଶ୍ୱର, ତା.୨୬/୦୬: ଦେଶବାସୀଙ୍କ ମନର କଥା ଏବଂ ଭାବକୁ ଯଶସ୍ୱୀ ପ୍ରାଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭଲ ଭାବେ ହୃଦବୋଧ କରି ଅତି ସରଳ ଭାଷାରେ ଦେଶବାସୀଙ୍କ ସମ୍ମୁଖରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଉପସ୍ଥାପିତ କରନ୍ତି । ‘ମନ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସହ ଯୋଡି ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିର “୯୦ତମ ମନ୍ କି ବାତ୍” କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ; ଦେଶ ଆଜି ବିକାଶ ପଥରେ ଦୃତ ଗତିରେ ଆଗେଇ ଚାଲିଛି । ଷ୍ଟାର୍ଟ ଅଫ, ୟୁନିକର୍ଣ୍ଣ, ସ୍ୱୟଂ ସହାୟକ ଗୋଷ୍ଠୀ, ପର୍ଯ୍ୟଟନ, ସ୍ୱଚ୍ଛତା, ଜଳ ସଂରକ୍ଷଣ ଆଦି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବକ୍ତବ୍ୟ ଆମ ସମସ୍ତଙ୍କୁ ବହୁ ନୁତନ ତଥ୍ୟ ପ୍ରଦାନ କରିଛି । ସାଧାରଣ ପରିବାର ଏବଂ ଗ୍ରାମାଂଚଳ ତଥା ଛୋଟ ଛୋଟ ସହରରୁ ଆସୁଥିବା ଦେଶର ଯୁବକ ଓ ଯୁବତୀମାନେ କ୍ରୀଡା କ୍ଷେତ୍ରରୁ ଆରମ୍ଭ କରି ଆଜି ମହାକାଶ କ୍ଷେତ୍ରରେ ମଧ୍ୟ ନୂଆ ନୂଆ ପ୍ରୟୋଗ ଜାରୀ ରଖି ଦେଶକୁ ବିକାଶର ପଥରେ ଆଗେଇ ନେଉଛନ୍ତି । ୧୯୭୫ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରି ଦେଶର ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଥିଲେ । ବିଶେଷ କରି ଆମ ଯୁବପୀଢି ଏ ସମସ୍ତ ବିଷୟରେ ଅବଗତ ହେବା ଉଚିତ୍ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରତି ଦେଶବାସୀ ଆସ୍ଥା ପ୍ରକଟ କରୁଛନ୍ତି ଏବଂ ସେ ଆଜି ବିଶ୍ୱନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଗୈାରବର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଦୀର୍ଘ ୨ ବର୍ଷ ଧରି ସାଧାରଣ ଭକ୍ତଙ୍କ ଅନୁପସ୍ଥିତିରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ କୋଭିଡ୍ ଗାଇଡଲାଇନକୁ ଅନୁପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଶ୍ରୀ ମହାନ୍ତି ସମର୍ଥନ ଜଣାଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ୨୯ନଂ ୱାର୍ଡର ୧୧୧ନଂ ବୁଥ୍ରେ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ‘ମନ କି ବାତ୍’ କାର୍ଯ୍ୟକ୍ରମ ଶୁଣିଥିଲେ । ରାଜ୍ୟ ଗସ୍ତରେ ଥିବା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଦିଲୀପ ଘୋଷ ମଧ୍ୟ ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଂଚଳରେ ଅନୁଷ୍ଠିତ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ରାଜ୍ୟର ସମସ୍ତ ନେତୃବୃନ୍ଦ, କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିଥିଲେ ।

Leave A Reply