Odisha news

ମିଶ୍ରଣ ପର୍ବ : ନିମାପଡା ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଦିଲୀପ ନାୟକ ଏବଂ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ଉତମ ପାଣିଗ୍ରାହୀଙ୍କ ବିଜେପିରେ ଯୋଗଦାନ

 କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କ ଟୋପି ଓ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଲେ
 କଳବଳକୁ ବ୍ୟବହାର କରି ସ୍ୱେଚ୍ଛାଚାରୀ ଶାସନ ଜାରି ରଖିଥିବା ଶାସକ ବିଜେଡିକୁ ଆଗାମୀ ଦିନରେ ଦୃଢ ଜବାବ୍ ଦେବେ ଓଡିଶାବାସୀ : ସମୀର ମହାନ୍ତି

ଭୁବନେଶ୍ୱର,ତା.୦୫/୧୧: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକାଶକୁ ପ୍ରଧାନ୍ୟ ଦେଇ କାର୍ଯ୍ୟ କରୁଥିବାବେଳେ ଅନ୍ୟ ପଟେ ରାଜ୍ୟରେ ବ୍ୟାପକ ଦୁର୍ନିତୀ କାରଣରୁ ଓଡିଶାବାସୀ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାକୁ ବଂଚିତ ହେଉଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଗତ ୨୦୧୯ ମସିହାରେ ନିମାପଡା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶ୍ରୀ ଦିଲୀପ ନାୟକ ଏବଂ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ଉତମ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ନାୟକଙ୍କ ସମେତ ବାଦଲ ବେହେରା, ନବଘନ ବଳବନ୍ତରାୟ, କାହ୍ନୁଚରଣ ଦାଶ, ପ୍ରତାପ ସାମନ୍ତରାୟ, ଶ୍ୟାମସୁନ୍ଦର ମଲ୍ଲିକ, ଚିତରଂଜନ ପାତ୍ର, ବୁଦ୍ଧିମତୀ ପୃଷ୍ଟି, ଦାମୋଦର ମିଶ୍ର, ଅଭିମନୁ୍ୟ ମୁଦୁଲି, ବିଚିତ୍ରାନନ୍ଦ ଜେନା, ସଂଜୟ କୁମାର ବେହେରା, ବିହାରୀ ଓଝା, ବିଶ୍ୱଜିତ୍ ପ୍ରଧାନ, ଅଶୋକ ପାତ୍ର, ଗିତାଞ୍ଜଳୀ ବରାଳ, ବାସନ୍ତୀ ପରିଡା, ଗୋପାଳ ଚନ୍ଦ୍ର ପ୍ରଧାନ, ବାପି ଦାଶ, ଗୁଲାମ ବକ୍ସ, ଗୁନାକର ଭୋଇ, ଅଜୟ ମୁଦୁଲି, ରବିନ୍ଦ୍ର ବେହେରା, ଲକ୍ଷ୍ମଣ ବେହେରା, ପ୍ରକାଶ ଭୋଇ, ମାନସ ବେହେରା, ତୋଫାନ କୁମାର ସେଠୀ, ସତ୍ୟନାରାୟଣ ରଥ, ଲକ୍ଷ୍ମୀଧର ଲେଂକା ପ୍ରମୁଖଙ୍କ ସମେତ ହଜାର ହଜାର ସମର୍ଥକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ଉତମ ପାଣିଗ୍ରାହୀ ଆଜି ନିଜ ଶତାଧିକ ସମର୍ଥକଙ୍କ ଗ୍ରହଣରେ ବିଜେପିରେ ସାମିଲ ହୋଇଛନ୍ତି । ଦିଗପହଣ୍ଡି ଅଂଚଳର ପ୍ରତାପ ବିଶୋୟୀ, ଶୁଭେନ୍ଦୁ ପାଢୀ, ଖଲି ମହାପାତ୍ର, ମନୋଜ ପଣ୍ଡା, ରଘୁନାଥ ସାମନ୍ତରାୟ, ବଳରାମ ପ୍ରଧାନ, ଅନିଲ ମିଶ୍ର, ଶୁଭ୍ରାଂଶୁ ପ୍ରଧାନ, ଅରୁଣ ଗୈାଡ, ଅରୋବିନ୍ଦ ବିଶୋୟୀ, ନରସିଂହ ପଣ୍ଡା, ବାଳକୃଷ୍ନ ପଣ୍ଡା, ଉଗ୍ରସେନ ସାମଲ, ଅଶୋକ ପ୍ରଧାନ, କୁଶ ପ୍ରଧାନ, ଜଗନ୍ନାଥ ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ବିଜେପିରେ ସାମିଲ ହୋଇଛନ୍ତି ।
ଆଇନ ବାଟରେ ଛିଡା ହୋଇ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାରେ ବାଧା ସୃଷ୍ଟି କରାଯାଉଛି । ରକ୍ଷକ ଆଜି ଭକ୍ଷକ ସାଜିଛି । ରାଜ୍ୟର ମାଁ ଓ ଭଉଣୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଶାସକ ବିଜେଡି ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ରାଜ୍ୟରେ ହିଂସା ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ମହିଳା ହିଂସା ଓ ନିର୍ଯ୍ୟାତନାରେ ଓଡିଶା ରାଜ୍ୟ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସେହିପରି ଶାସକ ବିଜେଡିର ଅପାରଗତା ଓ ନିଷ୍କ୍ରିୟତା ଏବଂ ବ୍ଲକ ସ୍ତରରେ ବ୍ୟାପକ ଦୁର୍ନୀତି କାରଣରୁ ରାଜ୍ୟରେ ବିକାଶର ବାଧାପ୍ରାପ୍ତ ହୋଇଛି । ଶାସକ ବିଜେଡିର ଅହଂକାର ଆଜି ସାଧାରଣରେ ପ୍ରତିଫଳିତ ହେଉଛି । କଳବଳକୁ ବ୍ୟବହାର କରି ଶାସକ ବିଜେଡି ଯେଉଁ ଭଳି ଭାବେ ସ୍ୱେଚ୍ଛାଚାରୀ ଶାସନ ଜାରି ରଖିଛି, ତାକୁ ସରଳ ଓଡିଶାବାସୀ କେବେହେଲେ ବରଦାସ୍ତ କରିବେ ନାହିଁ । ଆଗାମୀ ଦିନରେ ଓଡିଶାବାସୀ ନିଶ୍ଚିତ ଭାବେ ଦୃଢ ଜବାବ୍ ଦେବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏହି ଅବସରରେ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କ ଟୋପି ଓ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି, ରମାରଂଜନ ବଳିୟାରସିଂହ, ଠାକୁର ରଣଜିତ୍ ଦାସ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଗଂଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଯୋଗଦାନ କରିଥିବା ସମସ୍ତ ସଦସ୍ୟଙ୍କୁ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

 

Govt

Comments are closed.