ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ୩୬ଟି ସାଂଗଠନିକ ଜିଲ୍ଲାର ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି । ବିଜେପି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ଅନୁଗୋଳ ଜିଲ୍ଲା ପାଇଁ ସୀମାଂଚଳ ଖଟେଇ, ବାଲେଶ୍ୱର ଜିଲ୍ଲାପାଇଁ ଗୋଲକ ପ୍ରସାଦ ମହାପାତ୍ର, ବରଗଡ଼ ଜିଲ୍ଲାପାଇଁ ନାଉରୀ ନାଏକ, ବାରିପଦା ପାଇଁ ବିଷ୍ଣୁ ସେଠୀ, ବଲାଙ୍ଗୀର ଜିଲ୍ଲା ପାଇଁ ସୁରେଶ୍ୱର ଶତପଥି, ଭଦ୍ରକ ଜିଲ୍ଲା ପାଇଁ କାଳନ୍ଦୀ ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି । ଅନୁରୂପ ଭାବେ ଭୁବନେଶ୍ୱର ପାଇଁ ଭୁବନ ମୋହନ ଜେନା, ବୌଦ୍ଧ ଜିଲ୍ଲା ପାଇଁ ରାମ ଚନ୍ଦ୍ର ମେହେର, ବଣାଇ ପାଇଁ ବଟ୍ଟ କିଶୋର ମିଶ୍ର, କଟକ ସହର ପାଇଁ ପୃଥ୍ୱୀରାଜ ହରିଚନ୍ଦନ, କଟକ ସଦର ପାଇଁ ଅମର ନାଏକ, ଦେଓଗଡ଼ ପାଇଁ ଧୀରେନ ସେନାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଢ଼େଙ୍କାନାଳ ଜିଲ୍ଲା ପାଇଁ ପ୍ରଭାତି ପରିଡ଼ା, ଗଜପତି ଜିଲ୍ଲା ପାଇଁ ସରୋଜ ସାବତ, ଘୁମୁସର (ଗଂଜାମ) ପାଇଁ ସୁରଥ ବିଶ୍ୱାଳ, ଯାଜପୁର ପାଇଁ ସାରଦା ପ୍ରସାଦ ଶତପଥି, ଜଗତସିଂହପୁର ଜିଲ୍ଲା ପାଇଁ ସାରଦା ପ୍ରଧାନ, ଝାରସୁଗୁଡ଼ା ପାଇଁ ଶଙ୍କର ଓରାମଙ୍କ ନାମ ଘୋଷଣାକରାଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲା ପାଇଁ ରମେଶ ସାହୁ, କନ୍ଧମାଳ ଜିଲ୍ଲା ପାଇଁ ବିରଂଚି ନାରାୟଣ ତ୍ରିପାଠୀ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଯତୀନ ମହାନ୍ତି, କେନ୍ଦୁଝର ଜିଲ୍ଲା ପାଇଁ ନବୀନ ରାମ, କୋରାପୁଟ ଜିଲ୍ଲା ପାଇଁ ବଳଭଦ୍ର ମାଝୀ, ଖୋର୍ଦ୍ଧା ଜିଲ୍ଲା ପାଇଁ ଭୃଗୁ ବକ୍ସପାତ୍ର, ମାଲକାନଗିରି ଜିଲ୍ଲା ପାଇଁ କାଳୀରାମ ମାଝୀ, ନୟାଗଡ଼ ଜିଲ୍ଲା ପାଇଁ ନିରଞ୍ଜନ ମିଶ୍ର, ନବରଙ୍ଗପୁର ଜିଲ୍ଲାପାଇଁ ମୁକେଶ ମହାଲିଙ୍ଗ୍ ଙ୍କ ନାମ ଘୋଷଣା କରାଯାଇଛି । ସେହିପରି ନୂଆପଡ଼ା ଜିଲ୍ଲା ପାଇଁ ଆର୍ତତ୍ରାଣ ମହାପାତ୍ର, ପାନପୋଷ ପାଇଁ ରବି ନାରାୟଣ ନାଏକ, ପୁରୀ ଜିଲ୍ଲା ପାଇଁ ଲେଖାଶ୍ରୀ ସାମନ୍ତସିଂହାର, ରାଇରଙ୍ଗପୁର ପାଇଁ ମୋହନ ମାଝୀ, ରାୟଗଡ଼ା ଜିଲ୍ଲା ପାଇଁ ଗୋବିନ୍ଦ ଜୈନ, ସମ୍ବଲପୁର ଜିଲ୍ଲାପାଇଁ ଟଙ୍କଧର ତ୍ରିପାଠୀ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଇଁ ମୁରଲି କ୍ରିଷ୍ଣାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଭବେନ୍ଦ୍ର ପଣ୍ଡାଙ୍କୁ ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି ।