Odisha news

ମହିଳା ଅଲମ୍ପିକ ଖେଳାଳିମାନଙ୍କର ଅସୀମ ସାମର୍ଥ୍ୟକୁ ପ୍ରଶଂସା କଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ

 ୪ଜଣ ମହିଳା ଖେଳାଳି ମୀରାବାଇ ଚାନୁ, ସାକ୍ଷୀ ମଲ୍ଲିକ, ପି.ଭି ସିନ୍ଧୁ ଏବଂ ଲୋଭଲିନା ବୋର୍ଗୋହେନ ବିଶ୍ୱ ଦରବାରରେ ଭାରତକୁ ଗୌରବାନ୍ୱିତ କରୁଛନ୍ତି
 ମୋଦୀ ସରକାରରେ ମହିଳା ସଶକ୍ତିକରଣ ଅଭିଯାନ ଅନ୍ତର୍ଗତ ଭାରତବର୍ଷରେ ମହିଳାଙ୍କ ପ୍ରତ୍ୟେକ ଦିଗକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ସଶକ୍ତ କରିବାରେ ଉଦ୍ୟମ କରାଯାଇଛି
 ନିଜ ମନ୍ତ୍ରୀମଣ୍ଡଳରେ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ସାମିଲ କରି ମହିଳାଙ୍କୁ ସମ୍ମାନିତ କରିବା ସହିତ ମହିଳା ଖେଳାଳିଙ୍କୁ ଯଥେଷ୍ଟ ପ୍ରୋସôାହନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଧନ୍ୟବାଦ
ଭୁବନେଶ୍ୱର,ତା.୦୩/୮: ଟୋକିଓ ଅଲମ୍ପିକ ୨୦୨୦ରେ କ୍ରୀଡାଜଗତର ୧୨୭ ଜଣ ଖେଳାଳି ଭାରତକୁ ପ୍ରତିନିଧିତ୍ୱ କରି ଦେଶ ପାଇଁ ଏକ ବିଶାଳ ଏବଂ ନୂତନ ସମ୍ବାବ୍ୟ ଆଣିବାକୁ ଯାଉଛନ୍ତି । ଭାରତକୁ ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ୪ଜଣ ମହିଳା ଖେଳାଳି ମୀରାବାଇ ଚାନୁ, ସାକ୍ଷୀ ମଲ୍ଲିକ, ପି.ଭି ସିନ୍ଧୁ ଏବଂ ଲୋଭଲିନା ବୋର୍ଗୋହେନ ବିଶ୍ୱ ଦରବାରରେ ଭାରତକୁ ଗୌରବାନ୍ୱିତ କରୁଛନ୍ତି । ଏହି ମହିଳା ଅଲମ୍ପିକ ଖେଳାଳିମାନଙ୍କର ଅସୀମ ସାମର୍ଥ୍ୟକୁ ଭାରତୀୟ ଜନତାପାର୍ଟି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତି ସ୍ମୃତି ପଟ୍ଟନାୟକ ପ୍ରଶଂସା କରିବା ସହ ସେମାନଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଭାରତ ସ୍ୱାଧୀନ ହେବା ୭୦ବର୍ଷ ମଧ୍ୟରେ ମହିଳା ଖେଳାଳିଙ୍କୁ ଯେଉଁ ପ୍ରୋସôାହନ, ସାହାର୍ଯ୍ୟ ଓ ସହଯୋଗ ମିଳିବା କଥା ତାହା ମିଳି ପାରିନଥିଲା । ତେଣୁ ଭାରତୀୟ ମହିଳା ଖେଳାଳି ମାନେ ବିଶ୍ୱ ଦରବାରରେ ନିଜ ଦକ୍ଷତାକୁ ସମ୍ପୂର୍ଣ୍ଣ ଭାବେ ରଖି ପାରିନଥିଲେ । ମୋଦୀ ସରକାରରେ ମହିଳା ସଶକ୍ତିକରଣ ଅଭିଯାନ ଅନ୍ତର୍ଗତ ଭାରତବର୍ଷରେ ମହିଳାଙ୍କ ପ୍ରତ୍ୟେକ ଦିଗକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ସଶକ୍ତ କରିବାରେ ଉଦ୍ୟମ କରାଯାଇଛି । ସେହିପରି ନିଜ ମନ୍ତ୍ରୀମଣ୍ଡଳରେ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ସାମିଲ କରି ମହିଳାଙ୍କୁ ସମ୍ମାନିତ କରିବା ସହିତ ମହିଳା ଖେଳାଳିଙ୍କୁ ଯଥେଷ୍ଟ ପ୍ରୋସôାହନ ଦେଇଥିବାରୁ ଶ୍ରୀମତୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Shares