ପ୍ରତି ମୃତାହତ ପରିବାରକୁ କ୍ଷତିପୁରଣ ବାବଦରେ ୧୦ଲକ୍ଷ ଟଙ୍କା ପ୍ରଦାନ ଏବଂ ଆହତ ଯାତ୍ରୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି
ବିତରକ କଂପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
କେନ୍ଦ୍ର୍ର ସରକାର ୧୫୦ କୋଟି ଟଙ୍କାର ଅନୁଦାନ ଦେଇଥିଲେ ମଧ୍ୟ କାହିଁକି ଏମକେସିଜିରେ ଈଙ୍କକ୍ସଦ୍ଭ ଟଦ୍ଭସଗ୍ଧ ଓ ଞକ୍ସବଙ୍କଜ୍ଞବ ମବକ୍ସର ମରଦ୍ଭଗ୍ଧରକ୍ସ ହୋଇପାରିଲା ନାହିଁ ?
ଭୁବନେଶ୍ୱର, ତା.୧୦/୦୨: ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ମେଣ୍ଡରାଜ୍ପୁରଠାରେ ଏକ ଯାତ୍ରୀବାହୀ ବସ୍ଟି ୧୧ କେଭି ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସିବା କାରଣରୁ ୧୧ଜଣଙ୍କ ମୃତୁ୍ୟ ଘଟିବା ସହ ବହୁ ଜଣ ଗୁରୁତର ଆହତ ହୋଇଛନ୍ତି । ରାଜ୍ୟରେ ଏଭଳି ମର୍ମଦୁନ୍ତ ଘଟଣା ବାରମ୍ବାର ହେବା ସତ୍ୱେ କର୍ତୃପକ୍ଷ କୈାଣସି ପଦକ୍ଷେପ ନନେବା ପ୍ରଶାସନ ଓ ରାଜ୍ୟସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛି । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍୍ ପଡୁଛି । ଆଜିର ଏହି ଘଟଣାକୁ ରୋକା ଯାଇ ପାରିଥାନ୍ତା । ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାନଯିବା ଏବଂ ଅବହେଳା ଓ ଉଦାସୀନତା କାରଣରୁ ଯାତ୍ରୀମାନେ ଜୀବନ ହରାଇଛନ୍ତି । ଏହି ଘଟଣାରେ ପ୍ରତି ମୃତାହତ ପରିବାରକୁ କ୍ଷତିପୁରଣ ବାବଦରେ ୧୦ଲକ୍ଷ ଟଙ୍କା ପ୍ରଦାନ ଏବଂ ଆହତ ଯାତ୍ରୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଦାବି କରିଛନ୍ତି ।
କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ବିଜୁଳି ବିତରକ କଂପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାଉଥକୋ ସିଇଓଙ୍କୁ ତୁରନ୍ତ ଗିରଫ କରାଯିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ବର୍ତମାନ ବିଜୁଳି ସେବା ଯୋଗାଉଥିବା ବିତରକ କଂପାନୀ ପ୍ରତି ରାଜ୍ୟସରକାରଙ୍କ କୈାଣସି ନିୟନ୍ତ୍ରଣ ନାହିଁ । ବିଜୁଳି ବିତରକ କଂପାନୀମାନେ ମନୋମୁଖି କାର୍ଯ୍ୟ କରୁଛନ୍ତି । ଗୁଣାତ୍ମକ ବିଦୁ୍ୟତ ସେବା ଯୋଗାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଅତୀତରେ ଢେଙ୍କାନାଳ ଜିଲ୍ଲା ଭୁବନଠାରେ ଯାତ୍ରିବାହୀ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିବା କାରଣରୁ ଯାତ୍ରୀଙ୍କ ମୃତୁ୍ୟ ହୋଇଥିଲା । ଏପରିକି ବିଦୁ୍ୟୁତ ତାର ସଂସ୍ପର୍ଶରେ ଆସି ବହୁତ ହାତୀ ମଧ୍ୟ ଜୀବନ ହରାଇ ସାରିଲେଣି । ଫନି ଓ ହୁଡ୍ହୁଡ୍ ବାତ୍ୟା କାରଣରୁ କ୍ଷତିଗସ୍ତ ହୋଇଥିବା ବିଜୁଳି ଭିତିଭୂମି ସଜାଡିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ବହୁ ପରିମାଣର ଅର୍ଥ ଆସିଥିଲା । ମାତ୍ର ଭିତିଭୂମି ସଜାଡିବାରେ ରାଜ୍ୟସରକାର ବିଫଳ ହେଲେ । ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ସଠିକ୍ ତଦନ୍ତ ହେବା ଆବଶ୍ୟକ । ଏହି ମର୍ମଦୁନ୍ତ ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ରାଜ୍ୟର ଶକ୍ତିମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଦକ୍ଷିଣ ଓଡିଶାର ସବୁଠାରୁ ବଡ ଏମକେସିଜି ମେଡିକାଲଠାରେ ଜଳପୋଡା ବିଭାଗ (ଈଙ୍କକ୍ସଦ୍ଭ ଟଦ୍ଭସଗ୍ଧ) ରେ ଚିକିତ୍ସା ସୁବିଧା ନାହିଁ । ଯଦି ଏହି ବିଭାଗରେ ଚିକିତ୍ସା ଉବଲବ୍ଧ ଥାନ୍ତା ତେବେ ମୃତୁ୍ୟ ହୋଇଥିବା ଅନେକ ଜୀବନ ଆଜି ବଂଚି ଯାଇଥାନ୍ତା । ଏମକେସିଜି ମେଡିକାଲର ଉନ୍ନତିକରଣ ପାଇଁ କେନ୍ଦ୍ର୍ର ସରକାର ୧୫୦ କୋଟି ଟଙ୍କାର ଅନୁଦାନ ଦେଇଥିଲେ ମଧ୍ୟ କାହିଁକି ଈଙ୍କକ୍ସଦ୍ଭ ଟଦ୍ଭସଗ୍ଧ ଓ ଞକ୍ସବଙ୍କଜ୍ଞବ ମବକ୍ସର ମରଦ୍ଭଗ୍ଧରକ୍ସ ହୋଇପାରିଲା ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଗତକାଲି ବାଲେଶ୍ୱର ଜିଲ୍ଲା ବାଲିଆପାଳଠାରେ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ୧୧ କେ.ଭି ବିଦୁ୍ୟତତାର ସଂସ୍ପର୍ଶରେ ଆସିବା ପୂର୍ବରୁ ବର୍ତିଯାଇଛି । ଚାଳକଙ୍କ ଉପସ୍ଥିତ ବୃଦ୍ଧି ଯୋଗୁଁ ଏଭଳି ଏକ ବଡ ଅଘଟଣରୁ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି, ନହେଲେ କାଲି ପୁଣିଥରେ ବଡ ଅଘଟଣ ଘଟିଥାନ୍ତା । କେବଳ ବିଦୁ୍ୟତ ବିଭାଗର ଅପାରଗତା ଯୋଗୁଁ ସାଧାରଣ ନିରୀହ ଲୋକ ପ୍ରାଣ ହରାଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବିଦକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।