ଟସର ଦ୍ୱାରା ନିର୍ମିତ ହସ୍ତତନ୍ତ୍ର ସାମଗ୍ରୀକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରାଇବା ଦିଗରେ ରାଜ୍ୟ ସରକାର ଆବଶ୍ୟକୀୟ ପୋତ୍ସାହନ ଯୋଗାଇ ଦିଅନ୍ତୁ
ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓଡିଶାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି
ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ନିରୁପମା ରାଉତ ବିଜେପିରେ ହେଲେ ସାମିଲ
ବୈତରଣୀ ନଦୀର ଆଖୁଆପଦାକୁ ଯାଇ ବ୍ରିଟିଶ ସମୟରେ ନିର୍ମାଣ ହୋଇଥିବା ଆନିକଟକୁ ପରିଦର୍ଶନ କଲେ ରାଜ୍ୟ ସଭାପତି
ଭୁବନେଶ୍ୱର,ତା.୨୪/୦୨: ପ୍ରଧାନମନ୍ତ୍ରୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ‘ଭୋକାଲ ଫର ଲୋକାଲ’ ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି । ଦେଶର ବିକାଶରେ ସାଧାରଣ ଲୋକ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଆହ୍ୱାନକୁ ତୃଣମୂଳସ୍ତରରେ ପହଂଚାଇବା ଲାଗି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି କେଉଁଝର ଜିଲ୍ଲା ଗସ୍ତ କରି ଆନନ୍ଦପୁର ନିର୍ବାଚନମଣ୍ଡଳୀ ଫକୀରପୁର ଓ ମରେଇଗାଁ ଠାରେ ଟସର ଦ୍ୱାରା ନିର୍ମିତ ହସ୍ତତନ୍ତ୍ର ସାମଗ୍ରୀକୁ ବୁଲି ଦେଖିଛନ୍ତି । ଏହାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରାଇବା ଦିଗରେ ରାଜ୍ୟ ସରକାର ଆଗକୁ ଆସି ଆବଶ୍ୟକୀୟ ପୋତ୍ସାହନ ଯୋଗାଇ ଦେବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।
ଶ୍ରୀ ମହାନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ଠାରେ ପହଂଚି ଏକ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ନିରୁପମା ରାଉତ ଏବଂ ତାଙ୍କ ସମର୍ଥକ, ସମାଜସେବୀ ଦେବେନ୍ଦ୍ର ଜେନା ବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶହ ଶହ ସଂଖ୍ୟାରେ କଂଗ୍ରେସ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓଡିଶାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜିର ମିଶ୍ରଣ ଦ୍ୱାରା ବିଜେପି ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅଭିମନୁ୍ୟ ସେଠୀ ଓ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ବଦ୍ରି ଧଳ, ମହେଶ୍ୱର ସାହୁ, ଆଲୋକ ସେଠୀ ଏବଂ ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ପରେ ଶ୍ରୀ ମହାନ୍ତି ବୈତରଣୀ ନଦୀର ଆଖୁଆପଦାକୁ ଯାଇ ବ୍ରିଟିଶ ସମୟରେ ନିର୍ମାଣ ହୋଇଥିବା ଆନିକଟକୁ ପରିଦର୍ଶନ କରିଥିଲେ । ଦୀର୍ଘଦିନ ଧରି ରାଜ୍ୟ ସରକାର ଏହି ବ୍ୟାରେଜକୁ ଅଣଦେଖା କରିଆସୁଛନ୍ତି । ଆଗାମୀ ଦିନରେ ବହୁମୁଖୀ ବ୍ୟାରେଜ ପ୍ରକଳ୍ପ କରିବା ପାଇଁ ବିଜେପି ପକ୍ଷରୁ ଦସ୍ତଖତ ଅଭିଯାନ ଚାଲିଛି । ଜଳସେଚନ, ବନ୍ୟା ନିୟନ୍ତ୍ରଣ ଓ ବିଦୁ୍ୟତ ଉତ୍ପାଦନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ଆଖୁଆପଦା ଠାରେ ବହୁମୁଖୀ ବ୍ୟାରେଜ ପ୍ରତିଷ୍ଠା କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
Viagra will work only if you are sexually excited. cialis 20mg Immediately telephone your doctor or Poisons Information Centre telephone 13 11 26 for advice or go to Accident and Emergency at the nearest hospital if you think that you or anyone else may have taken too much Viagra.