Odisha news

ଭେଡା ସାଲେପୁର ଗାଁର ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ସହ ହତ୍ୟା କରାଯିବା ଘଟଣାର ସରଜମିନ ତଦନ୍ତ କରି ଫେରିଲା ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧୀ ଦଳ , ହତ୍ୟାକାରୀକୁ ତୁରନ୍ତ ଗିରଫ କରୁ ପୋଲିସ:ମହିଳାମୋର୍ଚ୍ଚା

0

 ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି
 ମାହାଙ୍ଗା ଅଂଚଳରେ ହତ୍ୟାକାଣ୍ଡ ଗୋଟେ ସାଧାରଣ ଘଟଣା ପାଲଟିଛି
 ପୋଲିସ ପ୍ରଥମେ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାକୁ ଚପେଇଦେବା ପାଇଁ ଅପପ୍ରୟାସ କରିଥିଲା
 ଗତ ମାସରେ ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳକୁ ରାଜନୈତିକ ହତ୍ୟା କରାଯାଇଥିଲା

ଭୁବନେଶ୍ୱର ତା.୨୨/୨: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଫେବୃଆରୀ ୧୭ ତାରିଖ ଦିନ କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ଅନ୍ତର୍ଗତ ଭେଡା ସାଲେପୁର ଗାଁରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡକୁ ୫ ଦିନ ବିତିଥିଲେ ବି ପୋଲିସ ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଗିରଫ ନକରିବା ପୋଲିସର ପାରିବାପଣିଆ ଉପରେ ସନେ୍ଦହ ସୃଷ୍ଟି ହୋଇଛି । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧୀ ଦଳ ଭେଡା ସାଲେପୁର ଗାଁ କୁ ଯାଇ ଘଟଣା ସ୍ଥଳରେ ପଂହଚି ହତ୍ୟାକାଣ୍ଡ ଘଟଣାର ସରଜମିନ ତଦନ୍ତ କରି ଫେରିଛି । ପ୍ରତିନିଧୀ ଦଳ ମୃତା ମହିଳାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ହତ୍ୟାକାଣ୍ଡ ସଂପର୍କରେ ଆଲୋଚନା କରି ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ଗତ ୨ ମାସ ଭିତରେ କଟକ ଜିଲ୍ଲା ମାହାଙ୍ଗା ଅଂଚଳରେ ହତ୍ୟାକାଣ୍ଡ ଗୋଟେ ସାଧାରଣ ଘଟଣା ପାଲଟିଛି । ଜାନୁଆରୀ ମାସରେ ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳକୁ ରାଜନୈତିକ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୧୨ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ରହସ୍ୟମୟ ଭାବେ ମୃତୁ୍ୟ ହୋଇଥିଲା । ଏବେ ପୁଣି ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣା ମହାଙ୍ଗା ଅଂଚଳର ଆଇନଶୃଙ୍ଖଳା ପରିସ୍ଥିତି କିପରି ଅଛି ତାହା ସ୍ପଷ୍ଟ କରୁଛି ବୋଲି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ କସ୍ତୁରୀ ମିଶ୍ର ଆକ୍ଷେପ କରି କହିଛନ୍ତି ।
ସ୍ଥାନୀୟ ବାସିନ୍ଦା ଏବଂ ପରିବାର ଲୋକଙ୍କ ଠାରୁ ପ୍ରତିିନିଧୀ ଦଳ ଜାଣିବାକୁ ପାଇଲା ଯେ, ସ୍ଥାନୀୟ ଅଂଚଳର କିଛି ଦୃବୁର୍ତମାନେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି । ପୋଲିସ ପ୍ରଥମେ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାକୁ ଚପେଇଦେବା ପାଇଁ ଅପପ୍ରୟାସ କରିଥିଲା । ପୋଲିସ କାହିଁକି ପ୍ରଥମରୁ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କଲା ନାହିଁ ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ, ଜୟଲକ୍ଷ୍ମୀ ମହାନ୍ତି, ଇତିଶ୍ରୀ ଜେନା, କୋଷାଧ୍ୟକ୍ଷା ସୁବାସିନୀ ବଳ, ମହିଳା ମୋର୍ଚ୍ଚା ସଦର ଜିଲ୍ଲା ସଭାନେତ୍ରୀ ଯାଜ୍ଞସେନୀ ଜେନା ପ୍ରମୁଖ ସାମିଲ ଥିଲେ ।

Leave A Reply