ପୋଲସର :ପୋଲସର ବ୍ଲକ୍ରର ଏନ ଏ ସି ଠାରେ ଆଜି ଘୁମୁସର ଜିଲା ବିଜେପି ତରଫରୁ ପୋଲସରା ବ୍ଲକ ଓ ଏନ ଏ ସି ର କର୍ମୀ ଙ୍କୁ ନେଇ ।ପୋଲସରା ଏନ ଏ ସି ରୁ ବାହାରି ଥାନା ଅଭିମୁଖେ ଯାଇ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଙ୍କୁ 7 ଦଫା ର ଏ କ ଦାବିପତ୍ର ଗଂଜାମ ଏସପିଙ୍କ ସକାଶେ ପ୍ରଦାନ କରିଥିଲେ ।କିଛି ଦିନ ତଳେ ପୋଲସରା ବ୍ଲକ ର ମଧୁପୋଲି ପଞ୍ଚାୟତର ହୀରପୋଲି ଗ୍ରାମର ପ୍ରଭାକର ଗୌଡ଼ ଙ୍କୁ ଉକ୍ତ ଗ୍ରାମର 7ଜଣ ବ୍ୟକ୍ତି ବାଡେଇ ମାରିଥିବା ନେଇ ଏକ ଲିଖିତ ଅଭିଯୋଗ ତାଙ୍କ ପୁଅ କରିଥିଲେ ଥାନାରେ ,କିନ୍ତୁ ଥାନା ଅଧିକାରୀ ତୁରନ୍ତ ଉକ୍ତ ଅପରାଧୀଙ୍କୁ ଥାନା କୁଆଣିଥିଲେ ।ମାତ୍ର କୋର୍ଟ କୁ ପଠାଇବାର ବିଳମ୍ବ କୁ ନେଇ ଘୁମୁସର ଜିଲା ବିଜେପି ପକ୍ଷରୁ ମୂତ୍ର ପ୍ରଭାକର ଷେଠି ର ତଦନ୍ତ କୁ ନେଇ ସନ୍ଦେହ ଓ ଆସମୀମାନେ ସରକାରି ଦଳର ହୋଇଥିବାରୁ ପୋଲିସ ଉପରେ ସନ୍ଦେହ କରି ଥାନା ଘେରାଉ ପାଇଁ ଅଡ଼ିବସିଥିଲେ ।କିନ୍ତୁ ଏହି ଦିନକୁ ଆଖିଆଗରେ ରଖି ପୋଲିସଗୁରୁବାର ଦିନ ଆସାମୀ ମାନଙ୍କୁ କୋର୍ଟ ପଠା ଇଥିବା ଦେଖିବାକୁ ମିଳିଥିଲା ।କିନ୍ତୁ ଆଜି ଘୁମୁସର ଜିଲା ବିଜେପି ପକ୍ଷରୁ ସଭାପତି ଗୋକୁଳାନନ୍ଦ ମଳିକ ଙ୍କ ସଭାପତିତ୍ୱ ରେ ଏନଏ ସି ଦେଇ ପୋଲସରା ଥାନା ଅଭିମୁଖେ ଯାଇ ସେଠାରେ7 ଦଫା ଲେଖାଥିବା ତଥା ପୋଲସରା ଅଂଚଳର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସ୍ଥାନୀୟ ବିଧାୟକ ଙ୍କ ଦ୍ଵାରା ବିଜେପି କର୍ମୀ ଙ୍କୁ ପୋଲିସ ର ଜୁଲମ,ବିଧାୟଙ୍କ ଙ୍କ ଇଙ୍ଗିତରେ ଅସାମାଜିକ ବ୍ୟକ୍ତି ଓ ଖଳ ପ୍ରକୁତିର ଲୋକଙ୍କୁ ସହଯୋଗ,ପ୍ରଭାକର ଗୌଡ଼ ଙ୍କୁ ନ୍ୟା ୟସହ କ୍ରାଇମେ ବ୍ରାଞ୍ଚ ତଦନ୍ତ,ଥାନା ଅଧିକାରୀ ଙ୍କୁ ତୁରନ୍ତ ବଦଳି ଏହିପରି 7 ଦଫା ଦାବି ଥାନା ଅଧିକାରୀ ଙ୍କ ମାଧ୍ୟମରେ ଗଂଜାମ ଏସ ପି କୁପ୍ରଦାନ କରିଥିଲେ ।ଉକ୍ତ ସ୍ଥାନରେ ଖଲୀକୋଟ ର ଅନିଳ ପଣ୍ଡା,ବିଧାୟକ ପାର୍ଥି ଆରତୀ ବେହେରା ,କବିସୂର୍ଯ୍ୟ ନଗରର ରଞ୍ଜନ ପୋଲାଇ, ସୋରଡା ର ନୀଳମଣି ବିଶୋଇ,ଘୁମୁସର ଜିଲା ଉପସଭାପତି ପ୍ରଭାକର ପଣ୍ଡା ଓ39 ନମ୍ବର ପୂର୍ବତନ ଜିଲାପରିସଦ ସୁଲତା ପ୍ରଧାନ ଙ୍କ ସହଯୁବ ଛାତ୍ର ସଭାପତି ପ୍ରମୋଦ ପଣ୍ଡାଙ୍କ ସହ ବହୁ ଦଳୀୟ କର୍ମୀ ଓସରପଞ୍ଚ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ ।

Comments are closed.