Odisha news

ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକଙ୍କୁ ସମ୍ବର୍ଦ୍ଧନା

0

ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସୋସିଆଲ ମିଡିଆର ସଂଯୋଜକ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଙ୍ଗଳବାର ତିହିଡି ବ୍ଲକ ଯୁବ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ତିହିଡି ଟାଉନହଲ ପରିସରରେ ତାଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୂର୍ଯ୍ୟବଂଶୀ ତାଙ୍କ ବକ୍ତବ୍ୟରେ ଯୁବକ ମାନଙ୍କ ଉପରେ ଦଳ କେମିତି ଅଧିକରୁ ଅଧିକ ଗୁରୁତ୍ୱ ଦେବ ସେ ଦିଗରେ ସେ ଦୃଷ୍ଟି ଦେବେ ବୋଲି କହିଥିଲେ ।

ଯୁବନେତା କେଶବ ବେହେରାଙ୍କ ସଂଯୋଜନାରେ ଯୁବ ନେତା ପ୍ରଦୀପ ଜେନା, ତପନ ପାଣି, ଦୀପକ ନାଥ, କାଳିଆ ଦାସ, ଦେବବ୍ରତ ପାତ୍ର, ଶୁଭମ ସାର୍ଥକ ଜେନା, ଦାନବୀର ବାରିକ, ଦେବାଶିଷ ସାହୁ, ସନ୍ତୋଷ ନାୟକ, ପରେଶ ବାରିକ, ଚନ୍ଦ୍ରକାନ୍ତ ତ୍ରିପାଠୀ, କୈଳାଶ ଲେଙ୍କା ଓ ହରିଶ୍ଚନ୍ଦ୍ର ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply