Odisha news

ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ

0

ତିହିଡି,୨୫/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଜେପିର ଏକ ମିଶ୍ରଣ ପର୍ବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପ ସଭାପତି ଦୁର୍ଗାଚରଣ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ କେନ୍ଦ୍ରରୁ ବିଭିନ୍ନ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟ ସରକାର ଏହାର ସୁବିନିଯୋଗ କରି ପାରୁନଥିବା କହିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ଓବିସି ମୋର୍ଚ୍ଚା ଉପ ସଭାପତି ରଘୁନାଥ ପାତ୍ର, ଧୂଷୁରୀ ଜୋନ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସ୍ୱାଇଁ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବୁଦ୍ଧଦେବ ଜେନା, ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସ, ସମିତିସଭ୍ୟ ଯଶୋବନ୍ତ ମଲ୍ଲିକ, ଶକ୍ତିକେନ୍ଦ୍ର ପ୍ରମୁଖ ରମେଶ ରାଉତ, ମନୋରଞ୍ଜନ ନାୟକ, ଶତ୍ରୁଜିତ ନାୟକ, ସୁରେନ୍ଦ୍ର ନାୟକ, ବୁଦ୍ଧିରାମ ଖିଲାର, ଚନ୍ଦ୍ରମଣି ଖିଲାର ଓ ଶରତ ଦାସ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସେଠୀଙ୍କ ବଳିଷ୍ଠ ନେତୃତ୍ୱ ତଥା ବିଜେପିର ନୀତି ଆଦର୍ଶକୁ ଗ୍ରହଣ କରି ଅନ୍ୟ ଦଳର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ ।

Leave A Reply