ରାୟଗଡା,୨୫ ।୧୨ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସକୁ ଭାରତୀୟ ଜନତା ପାର୍ଟି ତରଫରୁ ସୁଶାସନ ଦିବସ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି । ଏହି ଅବସରରେ ରାୟଗଡା ବିଜେପି ତରଫରୁ ମଧ୍ୟ ସୁଶାସନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫୋଟ ଚିତ୍ରରେ ବିଜେପି କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହାପରି ରାୟଗଡା ମୁଖ୍ୟ ଚିକିତ୍ସାଳୟ ଯାଇ ସେଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସୁଶାସନ ଦିବସ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ତଥା ପ୍ରଭାରୀ ଶିବ ପଟ୍ଟନାୟକଙ୍କ ତତ୍ୱାବଧାନରେ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ବିଜେପି କୃଷକ ସେଲର ରାଜ୍ୟ ଉପ-ସଭାପତି ରଜତ ମାଦଳା, ବସନ୍ତ ଉଲ୍ଲାକା, ବିଭିଷଣ ପାଣି, ବିଦ୍ୟା ପଣ୍ଡା, ସନ୍ତୋଷ କୁମାର ହିକକା, ଜିତେନ୍ଦ୍ର ନାୟକ, ଲକ୍ଷମି ବୁରୁଡି, ଝରଣା ରାଣୀ, ଗୋପାଳ ପାଢୀ, ପୋଲ ରାଜୁ, ଅଜୟ ଚୂଲଟେ ପ୍ରମୁଖ ଉପସ୍ଥିତ ଥିଲେ ।
