Odisha news

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ନୂଆପଡା ରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

0

ନୂଆପଡା / ଭୁବନେଶ୍ୱର,ତା.୩୧/୧୦ – ଆଜି ହେଉଛି ଭାରତର ପ୍ରଥମ ଗୃହ ମନ୍ତ୍ରୀ ଲୌହ ପୁରୁଷ ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତି । ୫୫୦ ଖଣ୍ଡ ଗଡ଼ଜାତ କୁ ଏକାଠି କରି ଆଜିର ଆଧୁନିକ ଭାରତକୁ ଏକ କରି ଏକ ବିଶାଲ ରାଷ୍ଟ୍ର ଭାବେ ଗଠନ କରିବାରେ ସେ ଥିଲେ ମୁଖ୍ୟ ନାୟକ। ତେଣୁ ଆଜିର ଦିନ ଟିକୁ ଦେଶ ବ୍ୟାପି ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ତାଙ୍କ ବଳିଦାନ କୁ ସମ୍ମାନ ଜଣାଇ ଆଜି ର ଦିନ ରେ ଦେଶ ବ୍ୟାପି ବିବିଧ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।
ଏହି ମର୍ମ ରେ ଆଜି ନୂଆପଡ଼ା ବସଷ୍ଟାଣ୍ଡ ଠାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ ସାମିଲ ହୋଇ ସମସ୍ତଙ୍କ ସହ ମିଶି ବସଷ୍ଟାଣ୍ଡ ଓ ଏହାର ପାରିପାର୍ଶିକ ଅଞ୍ଚଳ କୁ ଝାଡ଼ୁମାରି ସଫେଇ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ , ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ , ଯୁବ ନେତା ଅଭିନନ୍ଦନ ପଣ୍ଡା ଙ୍କ ସମେତ ବହୁ ବିଜେପି କର୍ମୀ, ପଦାଧିକାରୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

IEC 2 years
Leave A Reply