Odisha news

ମାଲକାନଗିରି ପୋଲିସ କ୍ୟାଟିଂନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣା ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

0

୧୦ ଦିନ ଭିତରେ ପୋଷ୍ଟମଟର୍ମ ରିପୋର୍ଟ ଦାଖଲ ଏବଂ ପୀଡିତାଙ୍କୁ ଅନୁକଂପା ରାଶି ପ୍ରଦାନ କରିବା ପାଇଁ ରାଜ୍ୟସରକାରଙ୍କୁ ତୁରନ୍ତ ନିଦେ୍ର୍ଦଶ ଦେଲେ ଓଏଚଆରସି

 ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ
 ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ମୃତୁ୍ୟର କାରଣକୁ ସାର୍ବଜନୀନ କରାଯାଉ
 ଘଟଣାରେ ମାନବଧିକାର କମିଶନ ହସ୍ତକ୍ଷେପ କରି ସ୍ୱତନ୍ତ୍ରଭାବେ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦିଅନ୍ତୁ

ଭୁବନେଶ୍ୱର,ତା.୨୪/୦୬: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ଏବେ ଏହାର ଆଉ ଏକ ଦୃଷ୍ଟାନ୍ତ ମାଲକାନଗିରିରୁ ଆସଛି । ଗତ ମେ ୭ ତାରିଖ ଦିନ ମାଲକାନଗିରି ପୋଲିସ କ୍ୟାଟିଂନରେ ଜଣେ ଆଦିବାସୀ ମହିଳା ଶ୍ରୀମତୀ ଚନ୍ଦ୍ରମା ଭୂମିଆଙ୍କ ସହ ଦୁଷ୍କର୍ମ କରାଯାଇଛି । ଏହା ପରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ଅବସ୍ଥା ଖରାପ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତୁ୍ୟ ହୋଇଥିଲା । ପିଡିତାଙ୍କ ସ୍ୱାମୀ ବୁଦୁରା ଗଉଡଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲା ଏବଂ ତାଙ୍କ ଦେହରେ କ୍ଷତ ବିକ୍ଷତ ଚିହ୍ନ ରହିଥିଲା । ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ବୁଦୁରା ଗଉଡ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ ।

ଏହି ଘଟଣାକୁ ଡେଢମାସରୁ ଉଦ୍ଧ୍ୱର୍ ବିତିଥିଲେ ମଧ୍ୟ ପୋଲିସ ଚୁପ୍ ରହିଛି । ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ନଆସିବାରୁ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ, ଯେହେତୁ ଘଟଣା ପୋଲିସ କ୍ୟାଟିଂନରେ ଘଟିଲା ଏବଂ ପୋଲିସର ସଂପୃକ୍ତି ଥିବାରୁ ଏଘଟଣାକୁ ସରକାରୀ ସ୍ତରରେ ଚାପି ଦିଆଯାଉଛି । ଏହି ଘଟଣା ବିରୁଦ୍ଧରେ ପ୍ରତିବାଦ କରି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ମଣ୍ଡଳୀ ଆଜି ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟି ୩ ଦଫା ଦାବି ଜଣାଇଛନ୍ତି ।
ଏହି ଘଟଣାରେ ମାନବଧିକାର କମିଶନ ହସ୍ତକ୍ଷେପ କରି ସ୍ୱତନ୍ତ୍ରଭାବେ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦିଅନ୍ତୁ । ପୀଡିତାର ପରିବାରକୁ ଉଚିତ ନ୍ୟାୟ ଦେଇ ଅନୁକଂପା ରାଶି ପ୍ରଦାନ କରାଯାଉ । ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ମୃତୁ୍ୟର କାରଣକୁ ସାର୍ବଜନୀନ କରାଯାଉ ବୋଲି ପ୍ରତିନିଧୀ ମଣ୍ଡଳ କମିଶନଙ୍କ ପାଖରେ ଦାବି କରିଛି ।

ପ୍ରତିନିଧୀ ମଣ୍ଡଳୀର ଗୁହାରୀ ଶୁଣିବା ପରେ ମାନ୍ୟବର ଓଏଚଆରସି ତୁରନ୍ତ ରାଜ୍ୟସରକାରଙ୍କୁ ନିଦେ୍ର୍ଦଶ ଦେଲେ କି ପୀଡିତାର ସଂପର୍କୀୟଙ୍କୁ ନ୍ୟାୟ ଅନୁଯାୟୀ ଅନୁକଂପା ରାଶି ତୁରନ୍ତ ପ୍ରଦାନ କରାଯାଉ । ୧୦ ଦିନରେ ପୋଷ୍ଟମର୍ଟମ ରିପୋର୍ଟକୁ ଓଏଚଆରସିଙ୍କ କୋର୍ଟରେ ଦାଖଲ କରିବା ପାଇଁ ଓଏଚଆରସି ରାଜ୍ୟସରକାରଙ୍କୁ ନିଦେ୍ର୍ଦଶ ଦେଇଥିବା କଥା ନିଜେ କମିଶନ ପ୍ରତିନିଧୀ ମଣ୍ଡଳୀଙ୍କୁ ଜଣାଇଛନ୍ତି । ଓଏଚଆରସି ଏହି ଘଟଣାର ଶୁଣାଣି କରି ଦୋଷୀକୁ ଚିହ୍ନଟ କରି ଦଣ୍ଡିତ କରିବାର ପ୍ରତିଶୃତି ଦେଇଛନ୍ତି ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ଆଗାମୀ ଦିନରେ ଓଏଚଆରସିଙ୍କ କୋର୍ଟରେ ଶୁଣାଣୀ ତାରିଖକୁ ବିଜେପି ଅପେକ୍ଷା କରିଛି । ଶୁଣାଣି ସମୟରେ ତଥ୍ୟ ପ୍ରମାଣ ସହ ଉପସ୍ଥିତ ହେବୁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

ଏହି ପ୍ରତିନିଧୀ ମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

Leave A Reply