ତା.୨୦/୦୭, ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ ।
ବିଜେଡି ପ୍ରଥମକରି ବିରୋଧୀ ଭୂମିକାରେ ବସିଛି ଓ ବିଜେପି ଶାସକ ଦଳରେ ବସିଛି। ତେଣୁ ବିରୋଧୀ ଦଳରେ ଥିବା ସମୟର ଅଭିଜ୍ଞତା ଓ ଶାସକ ଦଳର ନୂଆ ଅଭିଜ୍ଞତା ନେଇ ଗୃହ ଚାଲିବ। ଆମେ ପୂରା ପ୍ରସ୍ତୁତ ଅଛୁ। ଆସନ୍ତାକାଲି ରାଜ୍ୟପାଳଙ୍କ ଭାଷଣ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବ l