Odisha news

କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଓଡିଶାର ଭଦ୍ରକ, ଯାଜପୁର ଓ ଜଗତସିଂହପୁରରେ ଆୟୋଜିତ ଜନସଭାରେ ଦିଆଯାଇଥିବା ଉଦବୋଧନର ମୁଖ୍ୟ ବିନ୍ଦୁ

0

ଜୁନ ୪ ତାରିଖ ଦିନ ନବୀନ ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯିବେ
****
ପଦ୍ମ ଫୁଲର ବଟନ ଚିପନ୍ତୁ, ବାବୁ ମାନଙ୍କ ସ୍ଥାନରେ ଓଡିଶାର ଜନସେବକ ଏଠାରେ ଶାସନ କରିବେ
****
୨୫ ବର୍ଷ ପରେ ଓଡିଶାରେ ଓଡିଆ କହୁଥିବା ମୁଖ୍ୟମନ୍ତ୍ରୀ ବିଜେପି ଦେବ
****
ନବୀନ ବାବୁଙ୍କ କାରଣରୁ ଖଣିଜ ସମ୍ପଦରେ ସମୃଦ୍ଧ ଓଡିଶାର ଲୋକ ମାନେ ଗରୀବ ଅଛନ୍ତି
****
ମୋଦୀ ସରକାର ଚାଉଳ ଦେଉଥିବା ସରକାର, ଅନ୍ୟ ପକ୍ଷରେ ନବୀନ ସରକାର ବ୍ୟାଗ ଦେଉଥିବା ସରକାର
****
ଅନୁପ୍ରବେଶକାରୀମାନେ ଓଡିଶା ଯାଏ ପହଂଚି ଗଲେଣି, ହେଲେ ନବୀନ ବାବୁ ତାଙ୍କୁ ରୋକିବାରେ ସକ୍ଷମ ନାହାନ୍ତି
****
ଚିଟ ଫଣ୍ଡରେ ଦୋଷୀ ମାନଙ୍କୁ ଜେଲରେ ଭର୍ତି କରି ଆମେ ଗରୀବ ଲୋକମାନଙ୍କର ଅର୍ଥ ଫେରସ୍ତ କରିବୁ
****
ଚାନ୍ଦବାଲି, ଯାଜପୁର, ନିମାପଡା, ତା.୨୮/୦୫: ମାନନୀୟ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ଆଜି ମଙ୍ଗଳବାର ଦିନ ଓଡିଶାର ଭଦ୍ରକ, ଯାଜପୁର ଓ ଜଗତସିଂହପୁରରେ ଜନସଭା ଗୁଡିକୁ ସମ୍ବୋଧିତ କରି ରତ୍ନ ଭଣ୍ଡାରର ପରିଚାଳନାରେ ଅପାରଦର୍ଶିତା, ଦୁର୍ନୀତି, କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ ନ କରାଯିବାକୁ ନେଇ ବିଜେଡି ସରକାର ଉପରେ ପ୍ରବଳ ପ୍ରହାର କରିଛନ୍ତି । କାର‌୍ୟକ୍ରମ ଗୁଡିକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମସ, ବିଜେପି ନେତା କମଳକାନ୍ତ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଯାଜପୁର ଲୋକସଭା ପ୍ରାର୍ଥୀ ରବି ନାରାୟଣ ବେହେରା, ଓ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ ।
ଶ୍ରୀ ଶାହ କହିଛନ୍ତି ଛଅ ପର‌୍ୟ୍ୟାୟର ନିର୍ବାଚନ ସମାପ୍ତ ହୋଇ ଯାଇଛି । ପାଂଚ ପର‌୍ୟ୍ୟାୟର ମତଦାନ ପରେ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୩୧୦ ଆସନ ଜିତି ବିଜେପି ସରକାର ଗଠନ କରି ସାରିଛନ୍ତି । ଷଷ୍ଠ ଓ ସପ୍ତମ ପର‌୍ୟାୟରେ ୪ ଶହ ପାର କରାଇବାର ଅଛି । ଏହା ସହ ଓଡିଶାରେ ବିଜେପିର ସରକାର ଗଠନ କରିବାର ଅଛି । ଓଡିଶାରେ ବିଜେପି ୭୫ରୁ ଉର୍ଧ ଆସନ ଜିତି ଡବଲ ଇଂଜିନ ସରକାର ଗଠନ କରିବାକୁ ଯାଉଛି । ୪ ଜୁନ ତାରିଖ ଦିନ ନିର୍ବାଚନ ଫଳାଫଳ ଆସିବ ଓ ନବୀନ ବାବୁ ମୁଖ୍ୟମନ୍ତ୍ରୀ ରହିବେ ନାହିଁ ବରଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯିବେ। ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଓଡିଆ କହୁଥିବା ଯୁବ ଓ ଜଗନ୍ନାଥଙ୍କ ଭକ୍ତ ହେବେ । ୨୫ ବର୍ଷ ପରେ ଓଡିଶାକୁ ଓଡିଆ କହୁଥିବା ଓ ଲେଖୁଥିବା ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଛି ।
କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଏହି ନିର୍ବାଚନ ଓଡିଆ ଅସ୍ମିତା, ଭାଷା, ଗୌରବ ଓ ଉତ୍କଳ ପ୍ରଦେଶର ସ୍ୱାଭିମାନର ନିର୍ବାଚନ ଅଟେ । ଓଡିଶାର ଜନସାଧାରଣ ତାମିଲବାବୁଙ୍କ ଶାସନରୁ ତ୍ରସ୍ତ ହୋଇ ସାରିଛି । ବିଜେପି ସରକାର ଆସିବା ପରେ ଏଠାରେ ଏକ ଜନସେବକ ଶାସନ କରିବ । ବିଜେଡି ସରକାର ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ କିଛି କରି ନାହିଁ । ଓଡିଶା ସମୃଦ୍ଧ ପ୍ରଦେଶ ମଧ୍ୟରୁ ଅନ୍ୟତମ, ଖଣିଜ ବହୁଳ ଅଂଚଳ, ୧୨ ମାସ ଜଳ ପ୍ରଦାନ କରୁଥିବା ନଦୀ ରହିଛି କିନ୍ତୁ ଓଡିଶାର ଲୋକ ମାନେ ଗରୀବ ହୋଇ ଅଛନ୍ତି । ଏଥି ପାଇଁ ଦୋଷୀ କେବଳ ନବୀନ ପଟ୍ଟନାୟକ । ସମଗ୍ର ଓଡିଶାରେ ଲକ୍ଷ ଲକ୍ଷ ଯୁବକ ନିଜର ବୟସ୍କ ମା- ବାପାଙ୍କୁ ଛାଡି ସାରା ଦେଶରେ କାମ କରିବାକୁ ଯାଇଥାନ୍ତି । ଓଡିଶାରେ ବିଜେପି ସରକାର ଗଠନ ହେବା ପରେ ଓଡିଶାରେ ଶିଳ୍ପ ସ୍ଥାପନା କରି ଯୁବକ ମାନଙ୍କୁ ରୋଜଗାରର ସୁବିଧା ଉପଲବ୍ଧ କରାଯିବ ।
ଶ୍ରୀ ଶାହ କହିଛନ୍ତି ଯେ, ଓଡ଼ିଶାରେ ଖଣି ଅଂଚଳରେ ଅନେକ ଅବସର ରହିଛି ତାପରେ ବି ରାଜ୍ୟର ଆଦିବାସୀ ଭୋକିଲା ରହିଯାଉଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ପାଇଁ ପଇସା ପଠାଉଛନ୍ତି, କିନ୍ତୁ ଓଡ଼ିଶାର ବାବୁ ଲୋକ ସବୁକିଛି ଦବେଇ ଦେଉଛନ୍ତି । ବିଜେପି ଏହା ସୁନିଶ୍ଚିତ କରିବ ଯେ, ଯେଉଁ ଅଂଚଳରେ ଖଣି ରହିଛି ସେହି ଅଂଚଳର ଆଦିବାସୀଙ୍କୁ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡର ଲାଭ ଦିଆଯିବ । ମୋଦି ସରକାର ଓଡ଼ିଶାରେ ଅନେକ ଜଳାଶୟକୁ ମଂଜୁରୀ ପ୍ରଦାନ କରିଛନ୍ତି, କିନ୍ତୁ କମିଶନ ନମିଳିବା କାରଣରୁ ତାମିଲ ବାବୁ ଏହି କାର‌୍ୟ୍ୟକୁ ବି ରୋକି ଦେଇଛନ୍ତି । ଓଡ଼ିଶାରେ ବ୍ଲାକଷ୍ଟର୍ମ, ରିଜରଭାୟର, ଜଳସେଚନ ଏବଂ ପ୍ରତି ଘରକୁ ନଳ ଯୋଗେ ଜଳ ଯୋଜନାରେ ବି ଘୋଟାଲା ହୋଇଛି । ରାଜ୍ୟରେ ବିଜେପିର ସରକାର ଗଠନ ପରେ ଦୁର୍ନୀତି କରୁଥିବା ସମସ୍ତ ବାବୁ ଜେଲ ଯିବେ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥତନ୍ତ୍ରକୁ ବିଶ୍ୱରେ ୧୧ତମ ସ୍ଥାନରୁ ପଂଚମ ସ୍ଥାନରେ ପହଂଚାଇବାର କାର‌୍ୟ୍ୟ କରିଛନ୍ତି । ମୋଦି ସରକାରର ତୃତୀୟ କାର‌୍ୟ୍ୟକାଳରେ ଭାରତର ଅର୍ଥତନ୍ତ୍ର ବିଶ୍ୱର ତୃତୀୟ ବୃହତ ଅର୍ଥତନ୍ତ୍ର ପାଲଟିବ । ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ପରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ପାଇଁ କାର‌୍ୟ୍ୟ କରାଯିବ ।
କେନ୍ଦ୍ରୀୟ ଗୃହ ଏବଂ ସହକାରିତା ମନ୍ତ୍ରୀ କହିଛନ୍ତି ଯେ, ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୫ଶହ ବର୍ଷ ପରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କଲେ, ପୂରା ଦେଶ ଓ ବିଶ୍ୱ ରାମଉତ୍ସବରେ ମଗ୍ନ ଥିଲା, କିନ୍ତୁ ନବୀନ ବାବୁ ଓଡ଼ିଶାର ଲୋକଙ୍କୁ ରାମଉତ୍ସବରେ ସାମିଲ ହେବାକୁ ଦେଲେନି । ନବୀନ ବାବୁଙ୍କ ପାର୍ଟି ଭଗବାନ ଜଗନ୍ନାଥଙ୍କ ସମ୍ମାନ ସହିତ ଖେଳିଛନ୍ତି । ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲାଯାଉନାହିଁ, ଜଗନ୍ନାଥ ମନ୍ଦିରର ପରମ୍ପରା ମୁତାବକ ଜଗନ୍ନାଥ ମନ୍ଦିରରେ ପୂଜା ହେବା ଉଚିତ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକଙ୍କୁ ଜବାବ ଦେବାକୁ ପଡିବ ଯେ, ଭଗବାନ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି କେଉଁଠି ଅଛି ? ରତ୍ନଭଣ୍ଡାରର ତଦନ୍ତ କମିଶନର ରିପୋର୍ଟ ସାର୍ବଜନୀନ କାହିଁକି କରାଗଲାନି ? ବିଜେଡି ସରକାର କାହାକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି ? ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ମାସକ ଭିତରେ ରତ୍ନଭଣ୍ଡାରର ତଦନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରାଯିବ । କଂଗ୍ରେସ କହୁଛି ଯେ, ପାକ ଅଧିକୃତ କଶ୍ମୀରର ଆଲୋଚନା କରନାହିଁ, କାରଣ ପାକିସ୍ତାନ ନିକଟରେ ପରମାଣୁ ବୋମା ରହିଛି । ରାହୁଲ ଗାନ୍ଧି ଓ ନବୀନ ବାବୁଙ୍କୁ ଡରିବାର ଅଛି ତ ଡରନ୍ତୁ, ବିଜେପି ଲୋକେ କାହାକୁ ଡରନ୍ତି ନାହିଁ । ପାକ୍ ଅଧିକୃତ କଶ୍ମୀର ଭାରତର ଅଟେ, ଭାରତ ତାକୁ ଫେରାଇ ଆଣିବ ।
କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ କହିଛନ୍ତି ଯେ, ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ୮୦ କୋଟିରୁ ଅଧିକ ଗରିବଙ୍କୁ ମାଗଣା ରାସନ ଦେଇଛନ୍ତି, ପ୍ରାୟ ୧୨ କୋଟି ଶୌଚାଳୟ ନିର୍ମାଣ କରାଇଛନ୍ତି ଏବଂ ଗରିବଙ୍କୁ ୪ କୋଟି ପକ୍କା ଘର ଦିଆଯାଇଛି, ୧୦ କୋଟି ଲୋକଙ୍କୁ ଉଜ୍ଜ୍ୱଳା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ଦେଇଛନ୍ତି ଏବଂ ୧୪ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଂଚାଇଛନ୍ତି । ମୋଦି ସରକାର ‘ଚାଉଳ ବାଲା ସରକାର’ ଅଟେ, ଅନ୍ୟପଟେ ନବୀନ ବାବୁଙ୍କ ସରକାର ‘କେବଳ ବ୍ୟାଗ ବାଲା ସରକାର’ ଅଟେ, ଏବଂ ନବୀନ ବାବୁଙ୍କୁ ଏହା ବୁଝିବାକୁ ପଡିବ ଯେ, ବ୍ୟାଗରେ ଗରିବର ପେଟ ପୂରେନାହିଁ ବରଂ ଶସ୍ୟରେ ଭରିଥାଏ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଘର ନିର୍ମାଣ କରି ଦେଉଛନ୍ତି କିନ୍ତୁ ନବୀନ ବାବୁଙ୍କ ସରକାର ତାର ପ୍ରଚାର ବିଜୁ ଆବାସ ଯୋଜନା ନାମରେ କରୁଛି ।
ଶ୍ରୀ ଶାହ କହିଛନ୍ତି ଯେ, ବିଜେଡି ସରକାର କେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ ହେବାକୁ ଦେଉନାହାନ୍ତି । ୨୦୧୯ ପୂର୍ବରୁ ଓଡ଼ିଶାରେ କେବଳ ୩.୫ ପ୍ରତିଶତ ଘରକୁ ପିଇବା ପାଣି ପହଂଚୁଥିଲା, କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଘରେ ଘରେ ପାଣି ପହଂଚାଇବାର ସଂକଳ୍ପ ନେଇଛନ୍ତି ଏବଂ ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ବର୍ଷକ ମଧ୍ୟରେ ବାକି ଥିବା ଘର ଯାଏ ପାଣି ପହଂଚିବ । ବିଜେପି ସରକାର ଗଠନ ହେବାର ୪ମାସରେ ଭଦ୍ରକ ମେଡିକାଲ କଲେଜର ସ୍ଥାପନା କରାଯିବ ଏବଂ ସ୍ୱାୟତ୍ତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ଉପାଧି ପ୍ରଦାନ କରାଯିବ । ଯୁବ ମୁଖ୍ୟମନ୍ତ୍ରୀ ହେବାର ବର୍ଷକ ଭିତରେ ଟେକ୍ସଟାଇଲ ପାର୍କ ସ୍ଥାପନ କରାଯିବ ଏବଂ ବନ୍ୟା ନିୟନ୍ତ୍ରଣ ପ୍ରସଙ୍ଗର ବି ସମାଧାନ କରାଯିବ । ସଳନ୍ଦୀ ନଦୀର ପାଣିର ଦିଗ ବଦଳାଇ ଜଳସେଚନ କେନାଲ ଆଡକୁ କରାଯିବ ଏବଂ ବନ୍ୟାପାଣିକୁ ଜଳସେଚନରେ ବ୍ୟବହାର କରାଯିବ । ଓଡ଼ିଶାରେ ବିଜେପି ସରକାର ଗଠନ ପରେ ରାଜ୍ୟରେ ଅନୁପ୍ରବେଶକାରୀମାନେ କଣ କୌଣସି ପକ୍ଷୀ ବି ପର ମାରିପାରିବ ନାହିଁ ।
ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଦ୍ରକ ଲୋକସଭା ଆସନରେ ୨ ଲକ୍ଷ ୧୫ ହଜାର ଘର ନିର୍ମାଣ କରିଛନ୍ତି, ଏକ ଲକ୍ଷ ୫୩ ହଜାର ଲୋକ ମାନଙ୍କ ଘରେ ବିଜୁଳି ପହଂଚାଇଛନ୍ତି, ୬ ଲକ୍ଷ ୪୮ ହଜାର ଶୌଚାଳୟ ନିର୍ମାଣ କରାଇଛନ୍ତି, ୬ ଲକ୍ଷ ୯୦ ହଜାର ଲୋକ ମାନଙ୍କ ଘରେ ପିଇବା ପାଣି ପହଂଚାଇଛନ୍ତି, ତିନି ଲକ୍ଷ ୪୮ ହଜାର ଚାଷୀଙ୍କୁ କିସାନ ସମ୍ମାନ ନିଧି ପହଂଚାଇଛନ୍ତି ଓ ସାତ ଲକ୍ଷ ଲୋକଙ୍କୁ ପ୍ରତି ମାସ ୫ କିଲୋ ଚାଉଳ ପ୍ରଦାନ କରିବାର କାମ କରିଛନ୍ତି । ରାଉରକେଲା, ସମ୍ବଲପୁର ପାରାଦୀପ, ଧାମରାରେ ଇଣ୍ଡଷ୍ଟ୍ରିଆଲ କରିଡର ନିର୍ମାଣ କରାଯିବ ଯେଉଁ ଥିଲେ ପାଖାପାଖି ସାଢେ ତିନି ଲକ୍ଷ ରୋଜଗାରର ସୃଜନ ହେବ । ଭୁବନେଶ୍ୱର- ରାଉରକେଲା – ବ୍ରହ୍ମପୁର ଓ ବାଲେଶ୍ୱରରେ ଷ୍ଟେଟ ଅଫ ଆର୍ଟ ଆଇଟି ପାର୍କ ଗଠନ କରାଯିବ। ୧୫ ଲକ୍ଷ ଗରୀବଙ୍କୁ ଘର ଓ ୨୬ ଲକ୍ଷ ଲୋକଙ୍କ ଘରକୁ ପାଇପ ଯୋଗେ ଜଳ ପ୍ରଦାନ କରାଯିବ ।
ଜଗତସିଂହପୁର ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଓଡିଶା ଖଣିଜ ସମ୍ପଦ ମାମଲାରେ ସବୁଠାରୁ ସମୃଦ୍ଧ ରାଜ୍ୟ ଅଟେ ହେଲେ ଓଡିଶାର ନାଗରିକ ଦେଶର ସବୁଠାରୁ ଅଧିକ ଗରୀବ ଅଟେ । ଏହାର କାରଣ ହେଲା ଯେ ଓଡିଶାର ଖଣିଜ ସମ୍ପଦକୁ ବାବୁ ମାନଙ୍କ ଇଶାରାରେ ରାଜ୍ୟ ବାହାରକୁ ପଠାଇବାର କାମ କରିଛନ୍ତି । ଖଦାନ ମିଳିବ ତ ତାମିଲକୁ, କଂଟ୍ରାକ୍ଟ ମିଳିବ ତ ତାମିଲକୁ, ରୋଜଗାର ମିଳିବ ତ ତାମିଲକୁ । ଆରେ ନବୀନ ବାବୁ ଯଦି ଏପରି ହିଁ ହେବାର ଥିଲା ତେବେ ଆପଣଙ୍କୁ ତାମିଲନାଡୁରୁ ନିର୍ବାଚନ ଲଢିବାର ଥିଲା । ଓଡିଶାରୁ ପଳାୟନକୁ କେବଳ ପ୍ରଧାନମନ୍ତ୍ରୀ ମୋଦୀ ହିଁ ରୋକି ପାରିବେ । ନବୀନ ବାବୁଙ୍କ ସରକାରରେ ଓଡିଶା ଲୋକ ମାନେ ଚିଟ ଫଣ୍ଡର ବିପୁଳ ରାଶି ହରାଇଛନ୍ତି । ବିଜେପି ସରକାର ଗଠନ ହେବାର ୧୮ ମାସ ମଧ୍ୟରେ ଚିଟ ଫଣ୍ଡର ଦୋଷୀ ମାନେ କାରାଗାର ଭିତରକୁ ଯିବେ । ଲୋକ ମାନଙ୍କୁ ସେମାନଙ୍କର ପରିଶ୍ରମର ଅର୍ଥ ଫେରା ଯିବ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଚାଷୀ ମାନଙ୍କୁ ସହାୟତା ପାଇଁ ୩୨୫ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଜମି ପଟ୍ଟା ମାମଲାରେ ମଧ୍ୟ ନବୀନ ବାବୁ କିଛି କରି ନାହାନ୍ତି । ବିଜେପି ସ୍ଥିର କରିଛି ଯେ ଏକ ବର୍ଷ ମଧ୍ୟରେ ଜମି ପଟ୍ଟା ମାମଲାର ସମାଧାନ କରାଯିବ।
କୋଣାର୍କ ମନ୍ଦିରର ସଡକକୁ ପର‌୍ୟ୍ୟଟନ ସଡକ ନିର୍ମାଣ କରି ସାରା ଦେଶର ପର‌୍ୟଟନକୁ ଏଠାକୁ ଆଣିବାର କାମ କରିବୁ ।ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ରେ ସାରା ବିଶ୍ୱର ନେତା ମାନଙ୍କୁ ସ୍ୱାଗତ କରିଥିଲେ ଓ ଏହି ଆୟୋଜନରେ କୋଣାର୍କ ସୂର‌୍ୟ୍ୟ ମନ୍ଦିରର ଫଟୋ ଲଗାଇବାର କାମ ମୋଦୀ ଜୀ କରିଥିଲେ । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଓଡିଶା ପରିବାପର ପ୍ରଥମ ରାଷ୍ଟ୍ରପତି କରିବାର କାମ କରିଛନ୍ତି । ଜଗତସିଂହପୁରରେ ନରେନ୍ଦ୍ର ମୋଦୀ ପାରାଦୀପରୁ ହଳଦିଆ ଯାଏ ୩୪୪ କିମି ଦୀର୍ଘ ଲମ୍ବା ପାଇପ ଲାଇନ ବିଛାଇଛନ୍ତି, ଏକ ଲକ୍ଷ ୩୫ ହଜାରହ ଗରୀବ ମାନଙ୍କ ପାଇଁ ଘର ନିର୍ମାଣ କରାଇଛନ୍ତି । ୨ ଲକ୍ଷ ୨୮ ହଜାର ଗରୀବଙ୍କୁ ବିଜୁଳିର ସୁବିଧା ଦେଇଛନ୍ତି, ୮ ଲକ୍ଷ ୧ ହଜାର ଘରେ ଶୌଚାଳୟ ନିର୍ମାଣ କରାଇଛନ୍ତି ।
ସେ କହିଛନ୍ତି ଯେ ଓଡିଶା ବିଜେପି ନିଜର ସଂକଳ୍ପ ପତ୍ରରେ ଘୋଷଣା କରିଛି ଯେ ବିଜେପି ସରକାର ଆସିବାର ୧୮ ମାସ ମଧ୍ୟରେ ଚିଟ ଫଣ୍ଡ ଦୁର୍ନୀତିରେ ସାମିଲ ସମସ୍ତ ଲୋକ ମାନଙ୍କୁ ଜେଲ ପଠାଯିବାର କାମ କରାଯିବ । ଚିଟ ଫଣ୍ଡର ସମସ୍ତ ଟଙ୍କା ଗରୀବ ମାନଙ୍କୁ ଫେରସ୍ତ କରାଯିବ । ଧାନ ୩୧ ଶହ ଟଙ୍କା ପ୍ରତି କ୍ୱିଂଟାଲ କ୍ରୟ କରାଯିବ । ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୨ ବର୍ଷ ଯାଏ ୫୦ ହଜାର ଟଙ୍କା କ୍ରୟ କରିବା ପାଇଁ ଭାଉଚର ପ୍ରଦାନ କରାଯିବ । ୨୫ ଲକ୍ଷ ଓଡିଆ ମାତା ଓ ଭଉଣୀ ମାନଙ୍କୁ ଲକ୍ଷପତି ଦିଦି କରାଯିବ, ଦିବ୍ୟାଙ୍ଗଜନ ଓ ବୃଦ୍ଧ ଜନଙ୍କୁ ୩ ହଜାର ଟଙ୍କାର ପେନସନ ପ୍ରଦାନ କରାଯିବ । ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ଦଶ ହଜାର ଟଙ୍କାର ବାର୍ଷିକ ଭତ୍ତା ପ୍ରଦାନ କରାଯିବ ଓ ୧.୫ ଲକ୍ଷ ଯୁବକ ମାନଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯିବ । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବିକାଶ ପାଇଁ ସାତ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି ହେଲେ ଏହି ରାଶି ନବୀନ ପଟ୍ଟନାୟକଙ୍କ ଭ୍ରଷ୍ଟ ସରକାରର ଭେଟି ଚଢିଗଲା । ଓଡିଶା ନିଜର ସ୍ୱାଭିମାନ ପାଇଁ ସମ୍ରାଟ ଅଶୋକଙ୍କ ସହ ଯୁଦ୍ଧ କରିଥିଲା, ପ୍ରତ୍ୟେକ ଓଡିଆ ନିଜର ଜୀବନ ବଳିଦାନ କରିଦେଇଥି୍ଲେ ହେଲେ ମୁଣ୍ଡ ନୂଆଇଁ ନ ଥିଲେ । ଶ୍ରୀ ଶାହ ସାଧାରଣ ଜନତାଙ୍କୁ ଜଣେ ଭୂମିପୁତ୍ରଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ କରିବାକୁ ଓ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ନିବେଦନ କରିଥିଲେ ।

Ad2
Leave A Reply