Odisha news

ବୁଗୁଡ଼ା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ 

0
ବୁଗୁଡ଼ା,୬/୫:ବୁଗୁଡ଼ା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କରଚୁଲି ପଞ୍ଚାୟତ ଓ ପୋଲସରା ଏନ ଏ ସି ୧୧ ନଂ ୱାର୍ଡର ଯୁବକ ମାନେ ବିଜେଡି ଛାଡି ବିଜେପିରେ ଯୋଗଦେଇ ଥିବା ଜଣା ପଡିଛି l ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଜିତେଇବା ପାଇଁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ସେମାନେ କହିଛନ୍ତି । ପୋଲସରା ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଜେପିରେ ସାମିଲ କରିଥିଲେ l ମିଶ୍ରଣ ପର୍ବରେ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ଧୋବା ପ୍ରଧାନ, ସୁନୀଲ ପାଢ଼ୀ, ବବଲୁ ନାୟକ,ହରେକୃଷ୍ଣ ସାହୁ,କେଦାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ  ।
Ad2
Leave A Reply