Odisha news

ବିକାଶର ଅନ୍ୟ ନାମ ବିଜେପି : ମନମୋହନ ସାମଲ

0

 ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ସୁଶ୍ରୀ ଆରତୀ ଦେବୀ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ
 କଂଗ୍ରେସ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଅଜିତ୍ ବାରିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଲେ
ଭୁବନେଶ୍ୱର,ତା.୦୫/୦୪: ଗତ ୧୦ ବର୍ଷର ମୋଦି ଶାସନରେ ଭାରତବର୍ଷର ଗାରିମା ବିଶ୍ୱ ଦରବାରରେ ବୃଦ୍ଧି ପାଇଛି । ପ୍ରତ୍ୟେକଟି କ୍ଷେତ୍ରରେ ଭାରତବର୍ଷର ବିକାଶ ହୋଇଛି । ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ମୋଦିଜୀ ନେଇଛନ୍ତି ଏବଂ ଏଥି ପାଇଁ କାର୍ଯ୍ୟରତ । ବିକାଶର ଅନ୍ୟ ନାମ ବିଜେପି । ମାତ୍ର ୨୪ ବର୍ଷର ଅପାରଗ ଓ ସ୍ଥାଣୁ ବିଜଡେି ସରକାର ପାଇଁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହୋଇଛି । ବିକାଶ ନାମରେ ବିନାଶର ରାଜନୀତି କରୁଛି ବିଜେଡି । ମୋଦି ଗ୍ୟାରେଂଟିର ସୁଲାଭ ସମଗ୍ର ଦେଶରେ ଅନୁଭବ ହେଉଥିବାବେଳେ ବିଜେଡି ସରକାର କାରଣରୁ ଓଡିଶାବାସୀ ବଂଚିତ ହୋଇଛନ୍ତି । ମୋଦି ଗ୍ୟାରେଂଟିକୁ ପ୍ରତ୍ୟେକ ଓଡିଶାବାସୀଙ୍କ ନିକଟରେ ପହଂଚାଇବା । ଆମେ ସମସ୍ତେ ଏକାଠି ହେବା ଏବଂ ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ କରିବା । ମୋଦିଜୀଙ୍କ ପ୍ରତି ଓଡିଶାବାସୀଙ୍କ ଭଲ ପାଇବା ପ୍ରତିଦିନ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟେକ ଦିନ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ହଜାର ହଜାର ସଂଖ୍ୟାରେ କର୍ମୀମାନେ ବିଜେପିରେ ସାମିଲ ହେଉଛନ୍ତି । ଏହି ଧାରା ଜାରୀ ରହିବ ଏବଂ ଓଡିଶାରେ ଏଥର ବିଜେପି ସରକାର ସୁନିଶ୍ଚିତ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଦିନବ୍ୟାପୀ ମିଶ୍ରଣ ପର୍ବ ଜାରୀ ରହିଥିଲା । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ସୁଶ୍ରୀ ଆରତୀ ଦେବୀ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ପୂର୍ବତନ ଜିଲ୍ଲା ସମ୍ପାଦକ ରବିନ୍ଦ୍ର କୁମାର ପରିଡା, ବୁଗୁଡା ବ୍ଲକ ଉପସଭାପତି ସୁନୀଲ କୁମାର ପାଢ଼ୀ, ବିକ୍ରମ ବୀର ବିକ୍ରମାଦିତ୍ୟ ଆରୁଖ, ଧୋବା ପ୍ରଧାନ, ବବୁଲ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ଜେନା, ମହେନ୍ଦ୍ର ପ୍ରସାଦ, ବସନ୍ତ କୁମାର ସାମଲ, ପଦ୍ମଚରଣ ଜେନା, ପବିତ୍ର କୁମାର ନାୟକ, ଲିଙ୍ଗରାଜ ସ୍ୱାଇଁ, ସିମାଚଂଳ ପ୍ରଧାନ, ପ୍ରକାଶ ଚନ୍ଦ୍ର ସେନାପତି, ସମିର ନାହାକ, ନାରାୟଣ ଦାସ, ସନ୍ତୋଷ କୁମାର ପୋଲାଇ, ବିଚିତ୍ର ସାହୁ, ସନ୍ତୋଷ କୁମାର ବିଶ୍ୱାଳ, ହରିହର ପ୍ରଧାନ, ସନ୍ତୋଷ କୁମାର ଭୋଳ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି କଂଗ୍ରେସ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଅଜିତ୍ ବାରିକ, କଂଗ୍ରେସ ନେତ୍ରୀ ତିଳୋତମା ପରିଡା, ପୁଷ୍ପରାଣୀ ନାୟକ, ସୁଶାନ୍ତ ନାୟକ, ସତ୍ୟଜିତ୍ ପ୍ରଧାନ, ପ୍ରସାଦ ମୁନି, ଜୟନ୍ତ ବାରିକ, ସମୀର ନାହାକ, କାହ୍ନା ନାହାକ, ଅମର ନାହାକ, ପବିତ୍ର ରାଉତ, ଟୁକୁନା ଗୌଡ, ରବିନ୍ଦ୍ର ସାମଲ, ରଞ୍ଜନ ଖଟେଇ, ରାଜିବ ନାହାକ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ଏହାପରେ ଶ୍ରୀ ମହାନ୍ତି ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା କରାଇଥିଲେ ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ଘୁମୁସୁର ଜିଲ୍ଲା ସଭାପତି ତଥା ପୋଲସରା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ, ଉପସଭାପତି ପ୍ରଭାକର ପଣ୍ଡା, ଜିଲ୍ଲା ସଭାପତି ତଥା ଏକାମ୍ର ଭୁବନେଶ୍ୱର ପ୍ରାର୍ଥୀ ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜିକା ପିଙ୍କି ପ୍ରଧାନ, ହରିହର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply