Odisha news

ବିଜେପି ପ୍ରତିଷ୍ଠାତା ସାଧାରଣ ସଂପାଦକ ତଥା ଏକାତ୍ମ ମାନବବାଦ୍ର ସ୍ରଷ୍ଟା ପଣ୍ଡିତ୍ ଦୀନଦୟାଲ ଉପଧ୍ୟାୟଜୀଙ୍କ 104 ତମ ଜନ୍ମଜୟନ୍ତୀ : ଆଜିର ପବିତ୍ର ଦିବସରେ ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟର ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡିବାର ନିଷ୍ପତି

0

 ଭୂବନେଶ୍ୱର ୟୁନିଟ ୪ ସ୍ଥିତ ମଙ୍ଗଳା ବସ୍ତିରେ ୧୦ରୁ ଉର୍ଦ୍ଦ କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡାଗଲା
 ରାଜ୍ୟର ସମସ୍ତ ବୁଥ୍ ସ୍ତରରେ ପଣ୍ଡିତ୍ ଦୀନଦୟାଲଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ଭୁବନେଶ୍ୱର, ତା.୨୫/୦୯: ଭାରତୀୟ ଜନତା ପାର୍ଟୀର ପ୍ରତିଷ୍ଠାତା ରାଷ୍ଟ୍ରୀୟ ସାଧାରଣ ସଂପାଦକ ପଣ୍ଡିତ୍ ଦୀନଦୟାଲ ଉପଧ୍ୟାୟଙ୍କ ଏକାତ୍ମ ମାନବବାଦ୍ ଦର୍ଶନକୁ ନିଜର ବୈଚାରିକ ସିଦ୍ଧାନ୍ତ ଭାବେ ଗ୍ରହଣ କରି ଭାରତୀୟ ଜନତା ପାର୍ଟୀ କାର୍ଯ୍ୟ କରିଆସୁଛି । ସମାଜର ସବୁଠୁ ତଳସ୍ତରରେ ବାସ କରୁଥିବା ଲୋକଙ୍କ ପାଖରେ ସମସ୍ତ ସରକାରୀ ବ୍ୟବସ୍ଥା ପହଂଚାଇବାର ଦୀନଦୟାଲଜୀଙ୍କ ଅନ୍ତୋଦ୍ୟୟ ଯୋଜନାର ଚିନ୍ତାଧାରାକୁ ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକାରୀ କରିବାର ପ୍ରୟାସ ଜାରି ରଖିଛନ୍ତି । ଆଜି ସେହି ମହାନ ଦୀନଦୟାଲଜୀଙ୍କ ୧୦୫ ତମ ଜନ୍ମଜୟନ୍ତୀ । ଏହି ଅବସରରେ ରାଜ୍ୟର ଅନେକ ସ୍ଥାନରେ ପାର୍ଟୀର କାର୍ଯ୍ୟକର୍ତାମାନେ ଦୀନଦୟାଲଜୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମମାନ କରିଛନ୍ତି । ଆଜି ଭୂବନେଶ୍ୱରଠାରେ ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ପଣ୍ଡିତ୍ ଜୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଆଜି ଭଳି ଏହି ପବିତ୍ର ଦିବସରେ ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟର ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡିବାର ନିଷ୍ପତି ଗ୍ରହଣ କରାଯାଇଛି । ଆଜି ଭୂବନେଶ୍ୱରର ୟୁନିଟ-୪ ଅଂଚଳସ୍ଥିତ ମଙ୍ଗଳା ବସ୍ତିର ୧୦ରୁ ଉର୍ଦ୍ଧ କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡାଯାଇଛି । ଏଥି ସହ ସୁକନ୍ୟା ସମୃଦ୍ଧି ଯୋଜନାର ସୁଫଳ ବିଷୟରେ ବସ୍ତିବାସିନ୍ଦାଙ୍କ ସହ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଆଲୋଚନା କରିଛନ୍ତି ।
ବେଟି ବଚାଓ – ବେଟି ପଢାଓ ଯୋଜନାର ଅଂଶ ବିଶେଷ ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ବର୍ଷରୁ କମ୍ ବୟସ୍କ ଝିଅପିଲାମାନଙ୍କ ଭବିଷ୍ୟତ, ଉଚ୍ଚଶିକ୍ଷା ଏବଂ ବିବାହ ପାଇଁ ଆବଶ୍ୟକୀୟ ଅର୍ଥରାଶିକୁ ପୁରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ଅର୍ଥ ସଂଚୟର ବ୍ୟବସ୍ଥା । ବର୍ଷକୁ ସର୍ବନିମ୍ନ ୨୫୦ ଟଙ୍କାରୁ ସର୍ବାଧିକ ୧,୫୦,୦୦୦ ଟଙ୍କା ଯେ କୈାଣସି ପୋଷ୍ଟ ଅଫିସ କିମ୍ବା ଅଧିକୃତ ବ୍ୟାଂକରେ ଜମା କରିପାରିବେ । ଝିଅର ୧୮ ବର୍ଷ ପରେ ତାର ଉଚ୍ଚଶିକ୍ଷା ପାଇଁ ସଂଚୟ ପରିମାଣର ୫୦ ପ୍ରତିଶତ ବ୍ୟବହାର କରିବାର ବ୍ୟବସ୍ଥା ଥିବାବେଳେ ୨୧ ବର୍ଷ ବୟସ ପରେ ତାର ବିବାହ ପାଇଁ ବଳକା ସଂଚୟ ଟଙ୍କା ବ୍ୟବହାର କରିପାରିବ । ଏହି ଯୋଜନା ମାଧ୍ୟମରେ ବିଶେଷ କରି ସ୍ୱଳ୍ପ ଓ ମଧ୍ୟ ଆୟ ବର୍ଗ ଏବଂ ଗରୀବ ପିତାମାତାମାନେ ବହୁ ଉପକୃତ ହୋଇପାରିବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରଶ୍ମୀରଂଜନ ମହାପାତ୍ର, ମହିଳା ମୋର୍ଚ୍ଚାର କସ୍ତୁରୀ ମିଶ୍ରୀ, ଶଶିପ୍ରଭା ରଥ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Nalco
Leave A Reply