Odisha news

କୃଷି ବିଲ୍ ପ୍ରସଙ୍ଗରେ ବରିଷ୍ଠ ନେତା ଶ୍ରୀ ଦିଗବିଜୟ ସିଂହଙ୍କ ବକ୍ତବ୍ୟ କଂଗ୍ରେସ ଦଳର ଚାଷୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରିଛି : ଗୋଲକ ମହାପାତ୍ର

0

 ୨୦୧୩ ମସିହାରେ ରାହୁଲ ଗାନ୍ଧୀଙ୍କ ବିବୃତି ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଇସ୍ତହାରର ଘୋଷଣାକୁ ଭୁଲିଯାଇଥିବା କଂଗ୍ରେସ ଦଳର ରାଜନୀତି ଦିଶାହୀନ ହୋଇପଡିଛି
 କୃଷି ବିଲ୍ ଦ୍ୱାରା ଚାଷୀ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)ରେ କିଛି ପ୍ରଭାବ ପଡିବ ନାହିଁ
 କୃଷି ବିଲ୍ ଦ୍ୱାରା ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବାର ନାହିଁ
 କୃଷକମାନଙ୍କ ଉତ୍ପାଦିତ ମୂଲ୍ୟକୁ ନିଶ୍ଚିତ କରିବ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଯେକୌଣସି ବଜାରରେ ବିକ୍ରି କରିବା ପାଇଁ ସହାୟକ ହେବ
 କୃଷକମାନଙ୍କର କୃଷିଜାତ ଦ୍ରବ୍ୟ ବିକ୍ରୟରେ ମଧ୍ୟସ୍ଥି ଓ ଦଲାଲ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି
 କୃଷି କ୍ଷେତ୍ରର ଭିତିଭୂମିକୁ ସୁଦୃଢ କରିବା ସହ ନିଯୁକ୍ତି ସୃଷ୍ଟି କରିବ
 ମଧ୍ୟସ୍ଥି ଓ ଦଲାଲମାନଙ୍କ ପ୍ରତି ନିଜ ଆନୁଗତ୍ୟର ନିଦର୍ଶନ କଂଗ୍ରେସ ଦଳ କରୁଛି

ଭୁବନେଶ୍ୱର, ତା.୨୪/୦୯: କଂଗ୍ରେସ ଦଳର ରାଜନୀତି ଦିଶାହୀନ ହୋଇପଡିଛି । କଂଗ୍ରେସ ଦଳର କଥା ଏବଂ କାର୍ଯ୍ୟ ମଧ୍ୟରେ ବହୁତ ପ୍ରଭେଦ । ଆଇନର ଆଳ ଦେଖାଇ କଂଗ୍ରେସ ଦଳ ମୂଳରୁ ଦେଶର ଚାଷୀକୁଳକୁ ବିଭିନ୍ନ ସମୟରେ କେବଳ ପ୍ରତାରିତ କରିଆସିଛି । ଶାସନ କ୍ଷମତାରେ ଥିବାବେଳେ ଚାଷୀ ହିତରେ କୈାଣସି ନିଷ୍ପତି ନେଇ ନଥିବା କଂଗ୍ରେସ ଦଳ ଆଜି ଯେତେବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ କୃଷି ସୁଧାରର ପ୍ରୟାସ କରାଯାଉଛି, ସେତେବେଳେ ହୀନ ଉଦେ୍ଦଶ୍ୟ ରଖି ସମଗ୍ର ଚାଷୀକୁଳକୁ ଭ୍ରମିତ କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ କଂଗ୍ରେସ ଦଳର ଚାଷୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଆଜି କଂଗ୍ରେସର ବରିଷ୍ଠ ନେତା ଶ୍ରୀ ଦିଗବିଜୟ ସିଂହଙ୍କ ପ୍ରେସ ବାର୍ତାର ଉତର ଦେଇ କହିଛନ୍ତି ।

କଂଗ୍ରେସ ଦଳର ଦୋମୁହାଁ ଚରିତ୍ରକୁ ମନେ ପକାଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୦୧୩ ମସିହାରେ ତକ୍ରାଳୀନ କଂଗ୍ରେସ ଦଳର ଉପସଭାପତି ଶ୍ରୀ ରାହୁଲ ଗାନ୍ଧୀ ୧୨ଟି କଂଗ୍ରେସ ଶାସିତ ରାଜ୍ୟରେ ଫଳ ଓ ପନିପରିବାକୁ ଏପିଏମସି ଅଇନରୁ ମୁକ୍ତ କରାଯିବ ବୋଲି କହିଥିଲେ । ଏପରିକି ଗତ ୨୦୧୯ ସାଧାରଣ ନିର୍ବାଚନରେ ଦଳର ଇସ୍ତହାରର ୧୧ତମ ବିନ୍ଦୁରେ କଂଗ୍ରେସ ଦଳ ଫଳ ଓ ପନିପରିବାକୁ ଏପିଏମସି ଆଇନରୁ ମୁକ୍ତ କରାଯିବ ବୋଲି ସ୍ପଷ୍ଟ ଘୋଷଣା କରିଥିଲା । ନିଜ ଶାସନ ଅମଳରେ ଚାଷୀକୁଳର ମଙ୍ଗଳ କରିବାରେ ବିଫଳ ହୋଇଥିବା ଆଜି ହତାଶ୍ ହୋଇ ଚାଷୀକୁଳକୁ ପୁଣି ଥରେ ବିଭ୍ରାନ୍ତ କରିବାର ଅପପ୍ରୟାସ ଆରମ୍ଭ କରିଦେଇଛି ।

ନୂତନ କୃଷି ବିଲ୍ ଦ୍ୱାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କିଛି ପ୍ରଭାବ ପଡିବ ନାହିଁ । ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସିଧାସଳଖ ମାର୍କେଟିଂ ପାଇଁ ସ୍ୱାଧୀନତା ପାଇବେ ଏବଂ ଏମଏସପି ବ୍ୟବସ୍ଥା କାରଣରୁ ଅଧିକ ମୂଲ୍ୟ ପାଇବାକୁ ସକ୍ଷମ ହେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେହିପରି ନୂତନ କୃଷି ବିଲ୍ ଦ୍ୱାରା ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବାର ନାହିଁ । ଏହି ବିଲ୍ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀମାନଙ୍କୁ ସେମାନଙ୍କ କୃଷି ଉତ୍ପାଦକୁ ନିଜେ ସିଧାସିଧା ବିନା ମଧ୍ୟସ୍ଥିରେ ଅଧିକ ପଇସା ରୋଜଗାର କରିବାର ଏକ ପ୍ଲାଟଫର୍ମ ଯୋଗାଇବ । ଏହି ବ୍ୟବସ୍ଥା ଦେଶ ବାହାରେ ଏବଂ ଦେଶର ବିଭିନ୍ନ ରାଜ୍ୟ ଭିତରେ ଓ ବାହାରେ ଚାଷୀଙ୍କୁ ବିକ୍ରି କରିବାରେ ପ୍ରୋତ୍ସାହନ ଦେବା ସହ ପରିବହନ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବ । ଯଦ୍ୱାରା ଚାଷୀମାନେ ଉପକୃତ ହେବେ । ଏହି ପରିବର୍ତନଶୀଳ ବିଲ୍କୁ ବିରୋଧ କରି ନିଜକୁ ଚାଷୀ ବିରୋଧୀ ବୋଲି ପ୍ରମାଣିତ କରିବା ସହ ମଧ୍ୟସ୍ଥି ଓ ଦଲାଲମାନଙ୍କ ପ୍ରତି ନିଜ ଆନୁଗତ୍ୟର ନିଦର୍ଶନ କଂଗ୍ରେସ ଦଳ କରୁଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ନେବା ପର ଠାରୁ କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଲଗାତାର ଭାବରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି, କୃଷି ସିଂଚାଇ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଜେଳସେଚନ, ସାର ଯୋଗାଣ ସୁନିଶ୍ଚିତ କରିବା, ଫସଲ ବୀମା ଯୋଜନା ଅଧୀନରେ କୋଟିକୋଟି ଚାଷୀଙ୍କୁ ଅନ୍ତଭୃକ୍ତ କରିବା, ଡିଜିଟାଲରେ କୃଷକଙ୍କୁ ଲିଙ୍କ୍ କରିବା(ଇ-ନାମ୍) ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ସିଧାସଳଖ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Nalco
Leave A Reply