Odisha news

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ : ରାଜ୍ୟ ସରକାରଙ୍କ ହେୟ ମନୋଭାବ

0

ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି: ସମୀର ମହାନ୍ତି
 ଆସ୍ଥା ଓ ବିଶ୍ୱାସର ପ୍ରତୀକ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା
 ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଏବଂ ସୁରକ୍ଷା ପ୍ରସଙ୍ଗରେ ବହୁ ଆଶା ରଖିଛନ୍ତି ଅଗଣିତ ଜଗନ୍ନାଥପ୍ରେମୀ
 ବର୍ତମାନ ରତ୍ନଭଣ୍ଡାର ଖୋଲିବାର ସଂପୂର୍ଣ୍ଣ ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ଏବଂ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ
 ଯଦି ରାଜ୍ୟ ସରକାର ତୁରନ୍ତ କମିଟି ଗଠନ ନକରନ୍ତି, ତାହେଲେ ହାଇକୋର୍ଟଙ୍କ ନିଦେ୍ର୍ଦଶ ଅବମାନନା ବିରୁଦ୍ଧରେ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବିଜେପି

ଭୁବନେଶ୍ୱର,ତା.୧୮/୧୦: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ଦୀର୍ଘ ବର୍ଷ ଧରି ବାରମ୍ବାର ଦାବି କରାଯାଉଛି । କିଏ କହୁଛି ଲୁଟ୍ ହୋଇଛି ତ ଆଉ କିଏ କହୁଛି ଚାବି ହଜିଯାଇଛି । ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଏବଂ ବିଜେପିର ତୀବ୍ର ଆନେ୍ଦାଳନ ପରେ ରାଜ୍ୟ ସରକାର ୨୦୧୮ ମସିହା ଜୁନ୍ ୬ ତାରିଖରେ ଜଷ୍ଟିସ୍ ରଘୁବୀର ଦାସ କମିଶନ ଗଠନ କରିଥିଲେ । ଆଜି ୫ ବର୍ଷ ବିତିଯାଇଥିଲେ ସୁଦ୍ଧା କମିଶନରୁ କିଛି ସୁଫଳ ମିଳିଲା ନାହିଁ । ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟରେ କ’ଣ ଅଛି ରାଜ୍ୟ ସରକାର ତାହା ଆଜି ପର୍ଯ୍ୟନ୍ତ ପ୍ରକାଶ କଲେ ନାହିଁ । କିନ୍ତୁ ପରବର୍ତୀ ସମୟରେ ଚାବି ହଜିବା, ନକଲି ଚାବି ମିଳିବା ଘଟଣା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଅନେକ ସନେ୍ଦହ ସୃଷ୍ଟି କରିଥିଲା । ଶେଷରେ ଶ୍ରୀମନ୍ଦିର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବାକୁ ମାନ୍ୟବର ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ଗତ ଅଗଷ୍ଟ ୪ତାରିଖରେ କମିଟି ଗଠନ ପାଇଁ ରିଜଲୁ୍ୟସନ କରାଯାଇଥିଲା ଓ ସେପ୍ଟେମ୍ବର ୨୯ରେ ମାନ୍ୟବର ହାଇକୋର୍ଟ ଶ୍ରୀମନ୍ଦିର କମିଟି ଗଠନ ନିଦେ୍ର୍ଦଶ ଦେଇଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ଅବମାନନା କରି ବର୍ତମାନ ସୁଦ୍ଧା କମିଟି ଗଠନ କରାଗଲା ନାହିଁ କି କୈାଣସି ପଦକ୍ଷେପ ନେଲେ ନାହିଁ ରାଜ୍ୟ ସରକାର । ରତ୍ନଭଣ୍ଡାରକୁ ନେଇ ଅଗଣିତ ଜଗନ୍ନାଥପ୍ରେମÿୀଙ୍କ ମନରେ ଉକ୍ରଂଠା ଓ ସନେ୍ଦହ ବୃଦ୍ଧି ହେଉଥିବାବେଳେ ରାଜ୍ୟ ସରକାରଙ୍କ ହେୟ ମନୋଭାବ ପୁଣି ଥରେ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
୧୯୭୮ ମସିହା ପରେ ଦୀର୍ଘ ୪୫ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇ ନାହିଁ । ରତ୍ନଭଣ୍ଡାର ସୁରକ୍ଷିତ ଅଛି ବୋଲି ଗଣମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସକ ଦୃଢ଼କ୍ତି ପ୍ରକାଶ କରୁଥିବାବେଳେ ଖୋଲିବାକୁ ନେଇ ଆନ୍ତରିକତା ଦେଖାଉ ନାହାନ୍ତି କାହିଁକି ? ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର କହିସାରିଛନ୍ତି । ରତ୍ନଭଣ୍ଡାର ଖୋଲିଲେ କୋଟି କୋଟି ଜଗନ୍ନାଥପ୍ରେମୀମାନଙ୍କ ଦ୍ୱନ୍ଦ୍ୱ ଦୂର ହେବ । ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଆଜି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
ଆଲୋଚନା ପ୍ରସଙ୍ଗରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗଜପତି ମହାରାଜ ହେଉଛନ୍ତି ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା କରାଗଲା । ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଏବଂ ସୁରକ୍ଷା ପ୍ରସଙ୍ଗରେ ବହୁ ଆଶା ରଖିଛନ୍ତି ଅଗଣିତ ଜଗନ୍ନାଥପ୍ରେମୀ । ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶାନୁଯାୟୀ ଏକ କମିଟି ଗଠନ କରାଯାଇ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲୁ । ରିଜଲୁ୍ୟସନ ମାଧ୍ୟମରେ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଏବଂ ସେ ନିଜେ ବହୁ ଆଶାବାଦୀ ଅଛନ୍ତି ବୋଲି ଗଜପତି ମହାରାଜ ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି । ବର୍ତମାନ ରତ୍ନଭଣ୍ଡାର ଖୋଲିବାର ସଂପୂର୍ଣ୍ଣ ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ଏବଂ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
୨ ମାସ ଭିତରେ କମିଟି ଗଠନ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିଦେ୍ର୍ଦଶ ଦେଇଥିବାବେଳେ ବର୍ତମାନ ୩ ମାସ ପୁରିବାକୁ ବସିଲାଣି, କିନ୍ତୁ ବର୍ତମାନ ସୁଦ୍ଧା କମିଟି ଗଠନ କରାଗଲା ନାହିଁ । ହାଇକୋର୍ଟଙ୍କ ନିଦେ୍ର୍ଦଶ ସତ୍ୱେ ଯଦି ରାଜ୍ୟ ସରକାର ତୁରନ୍ତ କମିଟି ଗଠନ ନକରନ୍ତି, ତାହେଲେ ହାଇକୋର୍ଟଙ୍କ ନିଦେ୍ର୍ଦଶ ଅବମାନନା ବିରୁଦ୍ଧରେ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ବରିଷ୍ଠ ବିଜେପି ନେତା ତଥା ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍)

Leave A Reply