Odisha news

ରାଜ୍ୟ କାର୍ଯ୍ୟାଳୟରେ ୭୭ତମ ସ୍ୱାଧିନତା ଦିବସ ପାଳିତ , କଷ୍ଟଲବ୍ଧ ଦେଶର ସ୍ୱାଧିନତା ବିଶ୍ୱ ଦରବାରରେ ଭାରତବର୍ଷର ଏକ ସମୃଦ୍ଧ ପରିଚୟ ସୃଷ୍ଟି କରିପାରିଛି : ମନମୋହନ ସାମଲ

0

 ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଇବା ସହିତ ନିଜର ଅଧିକାର ପାଇବା ପାଇଁ ଲଢେଇ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ତା.୧୫/୦୮: ଭାରତର ମୁକ୍ତି ସଂଗ୍ରାମରେ ବଳିଦାନ ଦେଇଥିବା ପ୍ରତ୍ୟେକ ସଂଗ୍ରାମୀ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ । କଷ୍ଟଲବ୍ଧ ଦେଶର ସ୍ୱାଧିନତା ଆମ ସମସ୍ତଙ୍କୁ କ୍ରମଶଃ ସୁଦୃଢ ଓ ଶକ୍ତିଶାଳୀ କରି ବିଶ୍ୱ ଦରବାରରେ ଭାରତବର୍ଷର ଏକ ସମୃଦ୍ଧ ପରିଚୟ ସୃଷ୍ଟି କରିପାରିଛି । ପରାଧିନତା ନିଗଡରୁ ମୁକ୍ତି କରି ଆମକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିବା ଓ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ କୋଟି କୋଟି ପ୍ରଣାମ ଜଣାଇବା ସହିତ ୭୭ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଓଡିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଅନ୍ତ୍ୟୋଦୟକୁ ପ୍ରଧାନ୍ୟ ଦେଇ ଅନେକ ଗରୀବକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ବିକାଶ ଯାତ୍ରା ଦୃତ ଗତିରେ ଆଗେଇ ଚାଲିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, କ୍ରୀଡା, ସଂସ୍କୃତି, ବିଜ୍ଞାନ; ପ୍ରଯୁକ୍ତି ଶିକ୍ଷା, ମହାକାଶ ବିଜ୍ଞାନ, ଉଦ୍ଭାବନ, ପରିବେଶ ଓ ଜଳବାୟୁ ପରିବର୍ତନ ଇତ୍ୟାଦି କ୍ଷେତ୍ରରେ ଦେଶର ଯୁବକ ଓ ମହିଳାମାନେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଦେଶର ସୁନାମ ଆଣିଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଜାତିସଂଘ ନିରାପତା ପରିଷଦର ଅଧ୍ୟକ୍ଷ, ଜି-୨୦ ରାଷ୍ଟ୍ର ସଂଘର ସଭାପତି ଏବଂ ଇଂଟର ପାର୍ଲିଆମେଂଟାରୀ ୟୁନିଅନର ସଭାପତି ଭଳି ବିଶ୍ୱର ୩ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଂପ୍ରତି ଆମେ ଅବସ୍ଥାପିତ । ଆମ ରାଷ୍ଟ୍ରର ମହାଭାରତୀୟ, ମହାମାନବୀୟ ଓ ମହାଜାଗତିକ ସାଂସ୍କୃତିକୁ ବାସ୍ତବ ରୂପ ଦେବା ପାଇଁ ଆଜିର ଏହି ସ୍ୱାଧିନତା ଦିବସ ଅବସରରେ ଆମେ ସମସ୍ତେ ସଂକଳ୍ପ ନେବା । ଭାରତବର୍ଷ ଆଜି ବିଶ୍ୱ ଅର୍ଥନୀତିରେ ୫ମ ସ୍ଥାନ ଅଧିକାର କରିଛି ଏବଂ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ନିଶ୍ଚିତ ଭାବେ ବହୁ ଶୀଘ୍ର ୩ୟ ସ୍ଥାନ ହାସଲ କରିବା । ବିଶେଷ ଭାବେ ଆମ ଯୁବ ସମାଜ ଏହି ଆହ୍ୱାନକୁ ସାକାର କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ଆବଶ୍ୟକ । ଆଗାମୀ ୨୫ ବର୍ଷର ଅମୃତ କାଳଖଣ୍ଡ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶେଷ ଭାବେ ଯୁବପିଢୀଙ୍କ ପାଇଁ ସ୍ୱତନ୍ତ୍ର ଆହ୍ୱାନ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ସେହିପରି ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟବାସୀ ସ୍ୱର ଉଠାଇବା ସହିତ ନିଜର ଅଧିକାର ପାଇବା ପାଇଁ ଲଢେଇ କରିବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ଡ.ଯତୀନ ମହାନ୍ତି, ପୂର୍ଣ୍ଣିମା କେରକେଟା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରମାରଂଜନ ବଳିୟାରସିଂହ, ବରିଷ୍ଠ ନେତ୍ରୀ ସଂଚିତା ମହାନ୍ତି, ବରିଷ୍ଠ ନେତା ଅଶୋକ ମିଶ୍ର, ଶଂକର ପରିଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ୱର୍ୟା ବିଶ୍ୱାଳ, ଏସସି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ସାମାଜିକ ଗଣମାଧ୍ୟମ ରାଜ୍ୟ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଗୈାତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାନନବାଲା ପଟ୍ଟନାୟକ, ନିୟତି ଗିରି, ଚିତ୍ରଲେଖା ମହାନ୍ତି, ରଶ୍ମୀରଂଜନ କାନୁନଗୋ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

Nalco
Leave A Reply