ଭୁବନେଶ୍ୱର, ତା.୧୭/୦୬: ପ୍ରତି ମାସ ଶେଷ ରବିବାରରେ ପ୍ରସାରିତ ହୋଇ ଆସୁଛି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ଶ୍ରୀ ନରେନ୍ଦ୍ର ମୋଦି ରେଡିଓ ମାଧ୍ୟମରେ ଦେଶବାସୀଙ୍କ ସହ ସିଧାସଳଖ କଥାବାର୍ତା ହୋଇଥାନ୍ତି । ୨୦୧୪ ମସିହା ଅକ୍କୋବର ୩ ତାରିଖ ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୧୦୧ଟି ଏପିସୋଡ ପ୍ରସାରିତ ହୋଇସାରିଛି । ଚଳିତ ମାସରେ ୧୦୨ ତମ ଏପିସୋଡ ପ୍ରସାର ହେବ ଏବଂ ଏହା ଆସନ୍ତା କାଲି ୧୮ ତାରିଖ ଦିନ ପ୍ରସାରିତ ହେବ । ନମୋ ଆପ୍, ମାଇଗଭ୍ ଆପ୍ କିମ୍ବା ୧୮୦୦-୧୧-୭୮୦୦ ନମ୍ବରରେ ଡାଏଲ କରି ନିଜ ନିଜ ବହୁ ମୁଲ୍ୟ ପ୍ରସ୍ତାବକୁ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଭାରତୀୟ ଜନତା ପାର୍ଟୀର ସମସ୍ତ କାର୍ଯ୍ୟକର୍ତା ସାଧାରଣ ଲୋକଙ୍କ ଗହଣରେ ଏବଂ ନିଜ ନିଜ ବୁଥ୍ରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରି ମନ୍ କି ବାତ ଶୁଣିବା ।