Odisha news

ଦଳ ବିରୋଧୀ କାର୍ଯ୍ୟ ପାଇଁ ପଞ୍ଚାୟତ ସଭାପତି ବିଜେଡିରୁ ବହିଷ୍କୃତ

0
ବୁଗୁଡ଼ା : ତା ୦୬/୦୨/୨୨ :  ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମ ପଞ୍ଚାୟତର ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରବିତ୍ର ସାହାଣିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜିବହିଷ୍କାର କରାଯାଇଥିବା ଜଣାଯାଇଛି । ପବିତ୍ର ଚଳିତ ନିର୍ବାଚନରେ ଖୋଳଖାଳି ପଞ୍ଚାୟତରେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ପ୍ରମାଣ ପାଇବା ପରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଏକ ଚିଠି ମାଧ୍ୟମରେ ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରିଛନ୍ତି । ଏନେଇ ସେ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ଏବଂ ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ମଧ୍ୟ ଅବଗତ କରାଇଛନ୍ତି ।
Leave A Reply