କେନ୍ଦୁଝର : ଘଟଗାଁର ମା ତାରିଣୀ ହୋଟେଲରେ ବିଜେଡିର ଏକ ମିଶ୍ରଣ ପର୍ବ ବ୍ଲକ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୧ବର୍ଷର ବିଜେଡି ସରକାରଙ୍କ ଶାସନ କ୍ଷମତା ମଧ୍ୟରେ ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ପ୍ରଫେସର ବଦ୍ରି ନାରାୟଣ ପାତ୍ର ପଞ୍ଚମ ଥରପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ସଂଗଠନକୁ ସୁଦୃଢ କରିବାରେ ସଫଳ ହୋଇଥିବା ଦେଖାଯାଇଛି।ଏହି ପରିପ୍ରେକ୍ଷିରେ ଘଟଗାଁ ବ୍ଲକର ବିରୋଧୀ ଦଳ କର୍ମୀମାନେ ତାଙ୍କର ଦୃଢ଼ ସଙ୍ଗଠନ ପ୍ରତି ଆସ୍ଥା ପ୍ରକଟ କରି ବିଜେଡି ଦଳରେ ଯୋଗ ଦେଇଛନ୍ତି। ଘଟଗାଁ ବ୍ଲକର ପୁରିମୁଣ୍ଡା, ମୁକୁନ୍ଦପୁର ପାଟଣା,ତରା,ବଡଜାମୁପଶି,ଓ ପଟିଲୋପଞ୍ଚାୟତରୁ ସତାଧିକ ବିରୋଧୀ ଦଳ କର୍ମୀ ବିଜେଡିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବ ପରେ ନୂତନ ଭାବେ ଯୋଗଦେଇ ଥିବା କର୍ମୀମାନଙ୍କୁ ବିଧାୟକ ଶ୍ରୀ ପାତ୍ର ଅଭିନନ୍ଦନ ଜଣାଇବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟୀ କରିବାରେ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ବିକ୍ରମ କେଶରୀ ଜେନା,ସିକନପାଢି, ବ୍ଲକ ଯୁବ ବିଜେଡି ସଭାପତି ରତନ ପଲେଇ, କିଶୋର ଜେନା, ସୁରେନ୍ଦ୍ର କୁମାର ଜେନା, ମାଧବାନନ୍ଦ ମହାନ୍ତ,ମାର୍କଣ୍ଡ ସୁଲ୍ୟ, ସୁନୀଲ ଦେହୁରୀ,ମନୋରଞ୍ଜନ ପଣ୍ଡା ସମେତ ଯୁବ ଛାତ୍ର ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।
Comments are closed.