ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ , ବିଜେଡିର ପାତର ଅନ୍ତର ନିତିକୁ ବିରୋଧ କରି ଛାତ୍ର କଂଗ୍ରେସ ପକ୍ଷରୁ ବିଧ୍ୟାୟକଙ୍କ କୁଶପୁତ୍ତଳିକା ଦାହ
ନାଉଗାଁ : ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଞ୍ଚାୟତ ଦହିପାଳ ଠାରେ ସୋମବାର ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ତାପନ ମାନ୍ୟବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାଶଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧ୍ୟାୟକ ପ୍ରସାନ୍ତ କୁମାର ମୁଦୁଲି, ବିଶିଷ୍ଠ ଅତିଥିଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ସମ୍ମାନୀତ ଅତିଥିଭାବେ ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲାପରିଷଦ ସଭ୍ୟ ସୁବଳ ବେହେରା, ପ୍ରକାସ କୁମାର ବସ୍ତିଆ, ପ୍ରଦିପ୍ତ କୁମାର ସ୍ୱାଇଁ, ସୁଜିତ ମଲ୍ଲିକ, ତିରୁଣା ସରପଞ୍ଚ ନିରୁପମା ଦାସ, ସମିତିସଭ୍ୟା ଝୁମୁରୀ ମଲ୍ଲିକ, ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲିଦାର ଜେ.କଳ୍ପନା ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷେ ଏହି କର୍ଯ୍ୟକ୍ରମରେ ଉଦ୍ଘାଟିତ ଫଳକରେ କିଛି ଜନ ପ୍ରତିନିଧିଙ୍କ ନାମ ସ୍ଥାନ ପାଇନଥିବାରୁ ବିଜେଡିର ଏହି ପାତର ଅନ୍ତର ନିତିକୁ ନେଇ ଏହି ଅଞ୍ଚଳରେ ବିଜେଡିର ଗୋଷ୍ଠି କନ୍ଦଳ ପଦାକୁ ଆସିଥରବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବେଶ ଧରିଛି । ଯାହାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଦିବା ୧୦ଘଟିକା ସମୟରେ ଏକ ପ୍ରେସ ବିଜ୍ଞପ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଯେଉଁଥିରେ ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଂଯୋଜକ ସୁନିଲି ମାଟିଆ ରାଜ୍ୟ ସରକାରଙ୍କ ତଥା ନବିନ୍ ପଟ୍ଟନାୟକଙ୍କ ମାଆକୁ ସମ୍ମାନ ଗାଁକୁ କାମର ନାରାବାଜୀ ଉପରେ ପ୍ରଶ୍ନ ରଖିଛନ୍ତି । ନାଉଗାଁ ବ୍ଲକରେ ଏହି ପ୍ରକଳ୍ପଟି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଶ୍ଚିନ୍ତ । ଯାହାକୁ ବହୁ ପୂର୍ବରୁ ପୂର୍ବତନ ବିଧ୍ୟାୟକ ଚିରଞିବ୍ ବିଶ୍ୱାଳ ଉଥାପନ କରିଥିଲେ । କିନ୍ତୁ ଆଜି ଏହାର ଶୁଭ ଭିତ୍ତିପ୍ରସ୍ତର ଉଦ୍ଘାଟନ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥରଲେ ମଧ୍ୟ ବିଜେଡିର ହୀନ ରାଜନୀତି ଯୋଗୁ ଏହି ବ୍ଲକର କିଛି ବିଜେଡି କର୍ମୀଙ୍କ କାନକୁହା କଥାରେ ମାନ୍ୟବର ବିଧ୍ୟାୟକ ଯାଣିମଧ୍ୟ ଉକ୍ତ ଫଳକରେ ନାଉଗାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମାମିନା ଦଳାଇ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁଙ୍କ ଭଳି ଜନ ପ୍ରତିନିଧି ମାନଙ୍କର ନାମ ସ୍ଥାନ ପାଇନାହିଁ । ଖାଲି ସେତିକି ନୁହେଁ ନାଉଗାଁ ପଞ୍ଚାୟତ ସମିତିର ବିଡିଓ ଜଣେ ମହିଳା ଅଧିକାରୀଣୀ ହୋଇଥିବା ସ୍ଥଳେ ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଉକ୍ତ ଫଳକରେ ବିଡିଓ ମହୋଦୟାଙ୍କ ନାମକୁ ମଧ୍ୟ ରଖାଯାଇନାହିଁ ।
ଯାହା ଏହି ବ୍ଲକର ସ୍ୱାଭିମାନ ପ୍ରତି ଏକ ଗୁରୁତ୍ୱପୁଣଯର୍ଣ ପ୍ରସଙ୍ଗ ଅଟେ । ସେପଟେ ନବିନ୍ ସରକାର ନାରୀପ୍ରତି ରହିଥିବା ସମ୍ମାନ କୁ ନେଇ ଭାଷଣବାଜୀ କରୁଥିବା ବେଳେ ଏହି ଘଟଣା ନାରୀମାନଙ୍କର ସମ୍ମାନ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି ବୋଲି ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଓ ଏହି ଘଟଣାକୁ କେନ୍ଦ୍ରକରି ମୁଖ୍ୟମନ୍ତ୍ରୀ ନବିନ୍ ପଟ୍ଟନାୟକ ଏହାର ଜବାବ ଦିଅନ୍ତୁ ଦାବିରେ ସଂଧ୍ୟାରେ ଛାତ୍ର କଂଗ୍ରେସ ପକ୍ଷରୁ ବିକାଶ ନାୟକ, ଅଜୟ କୁମାର ସାହୁ, ସୌମ୍ୟସଂଜିବ୍ ଦାସ, ସନ୍ଦିପ ମହାନ୍ତି, ସ୍ମୃତିରଞନ ଜେନା,ରଶ୍ମୀରଞନ ତ୍ରୀପାଠୀ, ନାରାୟଣ ଲେଙ୍କା, ନିଗମାନନ୍ଦ ସ୍ୱାଇଁଙ୍କ ସହିତ ସତାଧିକ ଛାତ୍ରକଂଗ୍ରେସ କର୍ମି ସ୍ଥାନୀୟ ନାଉଗାଁହାଟ ଦେବୀଘର ସମ୍ମୁଖରେ ଜଗତସିଂହପୁର ବିଧ୍ୟାୟକ ପ୍ରସାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏହି ଘଟଣାରେ ଜଗତସିଂହପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁଙ୍କ ପଚାରିବାରୁ ଫଳକରେ ନାଁ ରହିବା ଦୁରର କଥା ମୁଁ ଏହି ବିଜେଡି ସରକାରରେ ରହିଛି । ପୁଣି ଏକ ପ୍ରଶାସନିକ ପଦପଦବିରେ ଥାଇମଧ୍ୟ ମୋ ନିଜ ବ୍ଲକରେ ଆଜି ଗୋଟେ ଏଡବଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଯୋଇଁଠି ମନ୍ତ୍ରୀ ମହୋଦୟ ଆସୁଛନ୍ତି ଏ ସମ୍ପର୍କ ମୋ ପାଖରେ ସୂଚନା ନାହିଁ ଯାହା ସବୁଠାରୁ ବଡ ଦୁଖର ବିଶୟ ଅଟେ ।
ଖାଲି ସେତିକି ନୁହେଁ ବିଧ୍ୟାୟକ ମଧ୍ୟ ମୋତେ ଏ ସମ୍ପର୍କରେ କିଛି କହିନାହାନ୍ତି । ଯାହା ଆମ ବ୍ଲକର କିଛି ବିଜେଡି ନେତାଙ୍କ କାନକୁହା କଥାରେ ହୋଇଛି । ମୁଁ ବି ଏହି ଘଟଣାକୁ ନେଇ ଆମର ପ୍ରୀୟ ମୁଖ୍ୟମନ୍ତ୍ରୀ ନବିନ୍ ପଟ୍ଟନାୟଙ୍କ ସହିତ ମୋ ସରକାର, ୫ଟିକୁ ଚିଠିଲେଖିବି ବୋଲି କହିଛନ୍ତି । ନାଉଗାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମାମିନା ଦଳାଇଙ୍କ ପଚାରିବାରୁ ସେ ନାଉଗାଁ ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ଥାଇମଧ୍ୟ ତାଙ୍କୁ ଏହି କାର୍ଯ୍ୟକ୍ରମ ବିଶୟରେ ଅବଗତ କରାନଯିବା ଓ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାନଜିବା ଏକ ହୀନ ରାଜନୀତି ବୋଲି କହିଛନ୍ତି ।

Comments are closed.