Odisha news

ବିଜେଡିରେ ଯୋଗଦେଲେ ବିଜେପିର ୨ କାଉନ୍ସିଲର ରାଜ୍ ଗୁପ୍ତା ଓ ଭାଗ୍ୟଲକ୍ଷ୍ମୀ ନାୟକ

0

ବାରିପଦା  : ମଙ୍ଗଳବାର ବିଜୁ ଭବନ ଠାରେ ମୟୂରଭଞ୍ଜ ବିଜୁଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବାରିପଦା ପୌରପରିଷଦର ବିଜେପିର ୱାର୍ଡ ନମ୍ବର ୩ କାଉନ୍ସିଲର ରାଜ୍ ଗୁପ୍ତା ଓ ୱାର୍ଡ ନମ୍ବର ୨୬ କାଉନ୍ସିଲର ଭାଗ୍ୟଲକ୍ଷ୍ମୀ ନାୟକଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ଆନୁଷ୍ଠାନିକ ଭାବରେ ବିଜେଡିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ଯୋଗଦେଇ ନୂତନ ଭାବେ ଯୋଗଦେଇଥିବା କାଉନ୍ସିଲରଦ୍ୱୟଙ୍କୁ ପୁଷ୍ପଗୁଚ୍ଛ ଓ ବିଜେଡି ଉତ୍ତରୀ ଦେଇ ଦଳରେ ସ୍ୱାଗତ କରିଥିଲେ । ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ଉପନଗରପାଳ ସୀମା ଦାସ, ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ ପ୍ରମୁଖଙ୍କ ସମେତ ଛାତ୍ର ସଭାପତି, ଯୁବ ସଭାପତି, ମହିଳା ସଭାନେତ୍ରୀ, ସମସ୍ତ କାଉନ୍ସିଲର ବୃନ୍ଦ, ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ଛାମୁଆ ସଂଗଠନର ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Ad2
Leave A Reply