Odisha news

ନୟାନନ୍ଦ ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

0

ତିହିଡି, ୧୯/୦୫: ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ନୂଆନନ୍ଦ ପଞ୍ଚାୟତରେ ବିଜେଡି ପକ୍ଷରୁ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନିଳମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦୁ୍ୟତଲତା ନାୟକ, ବିଜେଡି ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପ ପଣ୍ଡା, ନିର୍ବାଚନ ମଣ୍ଡଳୀ ଯୁବ ଯୁବ ସଭାପତି ସୁଧନ୍ୱା ନାୟକ, ଜିଲ୍ଲା ଯୁବ ସମ୍ପାଦକ ଅମର ମଳିକ, ଅମୂଲ୍ୟ ସାହୁ, ନିରୁପମା ମଳିକ, ଉର୍ମିଳା ଦାସ ଓ ସୁଶାନ୍ତ ମଳିକ ପ୍ରମୁଖ ମଞ୍ଚାସୀ ହୋଇ ରାଜ୍ୟ ସରକାରଙ୍କ ସଫଳତା ପ୍ରସଙ୍ଗରେ ବକ୍ତବ୍ୟ ରଖିବା ସହିତ ବିରୋଧିଙ୍କୁ ଟକ୍କର ଦେଇ ଚଳିତ ନିର୍ବାଚନରେ ଅଧିକରୁ ଅଧିକ ଭୋଟ ହାତେଇବାକୁ ପରାମର୍ଶ ଦେଇଥିଲେ । ସେହିପରି ଧାମନଗରକୁୁ ଏକ ବିକଶିତ ନିର୍ନାଚନରେ ପରିଣତ କରିବା ଲାଗି ଉଭୟ ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯତିନ୍ଦ୍ର ମଳିକ, କୈଳାସ ଚନ୍ଦ୍ର ପତି, ଅମୂଲ୍ୟ ଦାସ, ସୁବୋଧ ମିଶ୍ର, ଅଜୟ ମଳିକ, ଲିପି ମଳିକ, ଗେହ୍ଲା ଜେନା, ଦାମୋଦର ମହାଳିକ, ମନିନ୍ଦ୍ର ସାହୁ, ରବିନ୍ଦ୍ର ପୃଷ୍ଟି, ସଞ୍ଜୟ ସାହୁ, ଭକ୍ତହରି ଦାସ, ଅଶୋକ ମହାପାତ୍ର, ଅକ୍ଷୟ ମହାଳିକ, ଜଗବନ୍ଧୁ ଦାସ, ସୁକାନ୍ତ ବେହେରା, ହେମନ୍ତ ସାହୁ, ପ୍ରକାଶ ପାଣିଗ୍ରାହୀ, ଉମପ୍ରକାଶ ପାଣିଗ୍ରାହୀ, ହଗରା ସାହୁ, ଉମେଶ ବାରିିକ, ଶିବସୁନ୍ଦର ଶିଅଳ, ରାଜେନ୍ଦ୍ର ଦାସ ଓ ମଙ୍ଗୁ ମହାଳିକ ପ୍ରମୁଖ ବହୁ ପୁରୁଷ ଓ ମହିଳା କର୍ମର୍ୀ ଉପସ୍ଥିତ ଥିଲେ ।

Ad2
Leave A Reply