Odisha news

ଅଚକ ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

0

ତିହିଡି, ୧୦/୦୫(ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଅଚକ ପଞ୍ଚାୟତ ପକ୍ଷରୁ ଉତ୍ତରବାହା ଗାଁରେ ବିଜେଡି ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୁଷ, ମହିଳା ଓ ଯୁବଗୋଷ୍ଠୀର ୫ରୁ ଉଦ୍ଦ୍ୱର୍ କର୍ମୀ ସାମିଲ ହୋଇ ବିଜେଡି ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ଲାଗି ପଣ କରିଥିଲେ । ପଞ୍ଚାୟତ ସଭାପତି ଅକ୍ଷୟ ମଲ୍ଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଏବର ଜିଲ୍ଲା ପରିଷଦ ସଭ୍ୟା ବିଦୁ୍ୟତଲତା ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ସମିତି ସଭ୍ୟ ଚିନ୍ତାମଣି ଦାସ, ଯୁବନେତା ସୁଧନ୍ୱା ନାୟକ, ସୁବାଶ ନାଥ, ବିଚିତ୍ର ମଳିକ, ପ୍ରଶାନ୍ତ ସାହାଣି, କୈଳାସ ସ୍ୱାଇଁ, ରମେଶ ମହାଳିକ, କୈଳାସ ମଲ୍ଲିକ, ସଚ୍ଚିକାନ୍ତ ସ୍ୱାଇଁ, ଗଣେଶ ବିଶ୍ୱାଳ, ଚିନ୍ତାମଣି ମଳିକ, ଶରତ ଦଳେଇ, ରତିକାନ୍ତ ନାୟକ, କାହ୍ନୁଚରଣ ମଳିକ, ଜୟଶ୍ରୀ ସାହାଣି, ଗୀତାରାଣୀ ବେହେରା, ଗୀତାଞ୍ଜଳୀ ପାଣିଗ୍ରାହୀ, ପପିନା ମଲ୍ଲିକ ପ୍ରମୁଖ ରାଜ୍ୟ ସରକାରଙ୍କ ସଫଳ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ବିରୋଧି ଦଳ ହୋଇଥିଲେ ମଧ୍ୟ ସାଂସଦଙ୍କ ଅନୁମୋଦନରେ ବିଗତ ୫ ବର୍ଷ ମଧ୍ୟରେ ଏହି ପଞ୍ଚାୟତର ବହୁ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ବକ୍ତମାନେ କହିଥିଲେ । ସେହିପରି ବିଗତ ଦୁଇ ବର୍ଷ ହେଲା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ କ୍ଷମତାକୁ ଆସିବା ପରଠାରୁ ଏଠାରେ ଉନ୍ନତିମୂଳକ କାର୍ଯ୍ୟ ଆଗେଇଛି । ମଠ, ମନ୍ଦିରର ଉନ୍ନତି କରଣ ସହିତ ରାସ୍ତାଘାଟ ଆଦିର ପରିବର୍ତ୍ତନ ହୋଇଛି ବୋଲି ସରପଞ୍ଚଙ୍କ ପ୍ରତିନିଧି ଗଣେଶ ପ୍ରସାଦ ବିଶ୍ୱାଳ କର୍ମୀ ସମ୍ମିଳନୀର ମତବ୍ୟକ୍ତ କରିଥିଲେ ।

Ad2
Leave A Reply