Odisha news

ବଡସାହି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ରାଜକିଶୋର ଆଚାର୍ଯ୍ୟ ଇସ୍ତଫା ଦେଲେ

0

ବାରିପଦା, (ସବୁ୍ୟ) : ମୟୂରଭଞ୍ଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳୀର ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ରାଜକିଶୋର ଆଚାର୍ଯ୍ୟ ରବିବାର ବିଜୁଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ, ସେ ଜଣେ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ବଡସାହି ନିର୍ବାଚନ ମଣ୍ଡଳୀରେ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ସେମାନେ ଯେଉଁ ଭାବରେ ଅସମ୍ମାନ ପ୍ରଦର୍ଶନ କରୁଛନ୍ତି ଓ ନିନ୍ଦିତି କରି ଉଦେ୍ଦଶ୍ୟ ମୂଳକ ଭାବରେ କାର୍ଯ୍ୟ କରୁଛନ୍ତି ସେଥିରେ ଦଳରେ ଆଉ ମୋର କୌଣସି ସମ୍ମାନ ବା ଆବଶ୍ୟକତା ଥିବା ଉପଲବ୍ଧି କରିପାରୁନାହିଁ । ଏଭଳି ପରିସ୍ଥିତିରେ ବିଜୁଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ରାଜକିଶୋର ଆଚାର୍ଯ୍ୟ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ଆଚାର୍ଯ୍ୟ ୧୯୮୦ ମସିହାରୁ ଜନତା ଦଳ ଓ ବିଜୁଜନତା ଦଳ ପାଇଁ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଆସୁଥିବା ସହ ଏମ୍ସିସି ବ୍ୟାଙ୍କର ସଭାପତି ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ଅନ୍ୟପକ୍ଷରେ ରାଜକିଶୋରଙ୍କ ଇସ୍ତଫା ଫଳରେ ବଡସାହି ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ମହଙ୍ଗା ପଡିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Ad2
Leave A Reply