Odisha news

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସହାୟତା କେନ୍ଦ୍ର

0
ନିରାକାରପୁର,୧୮/୭:– ବିଜୁ ଛାତ୍ର ଜନତା ଦଳ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଏସିଆ ମହାଦେଶର ପ୍ରଥମ ଗ୍ରାମୀଣ ବିଜ୍ଞାନ ମହାବିଦ୍ୟାଳୟ କ୍ଷେତ୍ରବାସୀ ଡି.ଏ.ଭି. ଠାରେ ଏକ ହେଲ୍ପ ଡେକ୍ସର ଆୟୋଜନ କରାଯାଇଛି ।ଛାତ୍ର ନେତା ଲକ୍ଷ୍ମୀକାନ୍ତ ପ୍ରଧାନ ଓ ଚିତ୍ତ ରଂଜନ ମହାରଣା ଙ୍କ ନେତୃତ୍ୱ ରେ ରଶ୍ମୀ ରଂଜନ ପ୍ରଧାନ, ଶକ୍ତି ପ୍ରସାଦ ରାଉତରାୟ , ରୁଦ୍ରପ୍ରସାଦ ସେନାପତି , ଶୁଭେନ୍ଦୁ କୁମାର ସୁନ୍ଦରାୟ, ସଞ୍ଜୟ ପ୍ରଧାନ ଙ୍କୁ ନେଇ କେ. ବି. ଡି .ଏ .ଭି. ମହାବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ରେ ଏକ ସହାୟତା କେନ୍ଦ୍ର ଆଜି ଠାରୁ ଅନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ମହାବିଦ୍ୟାଳୟର ଯେକୌଣସି ଛାତ୍ରଛାତ୍ରୀ ଏହାର ସୁବିଧା ନେଇ ପାରିବେ ବୋଲି ସହାୟତା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କଲେଜରେ ନାମ ଲେଖାଇବା ପାଇଁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସବିଶେଷ ତଥ୍ୟ ଜଣାଇବା ସହିତ ନାମ ଲେଖା ପ୍ରକ୍ରିୟାରେ ସହଯୋଗ କରିବା ଏହି ହେଲ୍ପ ଡେସ୍କ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି।
Nalco
Leave A Reply