କେନ୍ଦ୍ରସରକାର ଙ୍କ ଚାଉଳକାଟ ଵିରୋଧ ରେ ରଣପୁର ବିଜୁ ଜନତା ଦଳ ତରଫରୁ ଏନ. ଏସି ଓ ବ୍ଲକ ସମ୍ମୁଖ ରେ ପ୍ରତିବାଦ ଓ ବିକ୍ଷୋଭ ପଦର୍ଶନ
ରଣପୁର…. ବିଜୁଜନତା ଦଳ ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଧେଶ କ୍ରମେ ସାରା ରାଜ୍ୟ ରେ କେନ୍ଦ୍ର ସରକାର ଙ୍କ ଚାଷୀମରଣା ନିତି ଓ ଚାଉଳ କାଟ କୁ ନେଇ ବିକ୍ଷଭୋ ଓ ପ୍ରତିବାଦ ଶୋଭା ଯାତ୍ରା ଗତତିନି ଧରି ଅନୁଷ୍ଠିତ ହେଉଥିବା ବେଳେ, ଗୁରୁବାର ରଣପୁର ବିଜୁଜନତା ଦଳ ତରଫରୁ ରଣପୁର ବ୍ଲକ ଓ ଏନ. ଏସି ରେ ଏହି ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା.. ରାଜ୍ୟ ରେ ଥିବା ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ତିନି କୋଟି ପଚିଶି ଲକ୍ଷ ହିତାଧିକାରୀ ଙ୍କ ପାଞ୍ଚ କିଲୋ ଚାଉଳ କାଟ କୁ ନେଇ ଦଳୀୟ କର୍ମୀ ଓ ନେତା ମାନେ ପ୍ରତିବାଦ କରି ଗରିବ ଲୋକ ଙ୍କ ପେଟ କୁ କେନ୍ଦ୍ର ସରକାର ଲାତ ମାରିଥିବା ଅଭିଯୋଗ କରିଛନ୍ତି.. ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ନେତୃତ୍ୱ ରେ ଶତାଧିକ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ.. ରଣପୁର ଏନ. ଏସି ନଗରସଭାପତି ଲିଙ୍ଗରାଜ ନାୟକ ଓ ଅଧକ୍ଷ ରଙ୍ଗିନି ମହାନ୍ତି ନେତୃତ୍ୱ ରେ ରଣପୁର ଏନ. ଏସି ସମ୍ମୁଖ ରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା ଏଥିରେ ରଣପୁର ଏନ. ଏସି ର ସମସ୍ତ କାଉସିଲର ଓ ୱାର୍ଡ ସଭାପତି ଙ୍କ ସମେତ ଦଳୀୟ କର୍ମୀ ମାନେ ଯୋଗଦେଇଥିଲେ ସେହିଭଳି ରଣପୁର ବ୍ଲକ ସମ୍ମୁଖ ରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ନେତୃତ୍ୱ ରେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ରଞ୍ଜନ ଦାଶ. ଲିଟୁ ସ୍ୱାଇଁ, କିଶୋର ପଟ୍ଟନାୟକ, ନାରୀ ନେତ୍ରୀ କ୍ରିଷ୍ଣା ଦାଶ ସମେତ ଶତାଧିକ କର୍ମୀ ଯୋଗ ଦେଇ ବ୍ଲକ ଅଧିକାରୀ ଓ ଏନ. ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଥିଲେ
