ଆଠଗଡ଼ ତା ୭/୧୦/୨୨ ଆଠଗଡ଼ ବ୍ଲକ ଅନ୍ତର୍ଗତ କୁମାରପୁର ପଞ୍ଚାୟତରେ ବିଜୁ ଜନତା ଦଳ ତରଫରୁ କୁମାରପୁର ଠାରୁ ଆରମ୍ଭ ହୋଇ ଓସ୍ତପୁର ହନୁମାନ ମନ୍ଦିର ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଜୁଜନତା ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୦୨ ଠାରୁ ଆରମ୍ଭ କରି ନଭେମ୍ବର ମାସ ୦୨ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ଵାଇଁ ଯୋଗ ଦେଇଥିଲେ । ଏହା ରାଜ୍ୟ ସରକାରଙ୍କ ଲୋକହିତକର ଯୋଜନା ବୋଲି ଲୋକ ମାନଙ୍କୁ ବୁଝାଇଥିଲେ। ଓଡ଼ିଶାରେ ବିଜୁ ଜନତା ଦଳ ନିରବଛିନ୍ନ ଭାବରେ ପଚିଶ ବର୍ଷ ଓଡ଼ିଶାବାସୀଙ୍କ ସେବା କରିବା ସହ ସାଢେ଼ ଚାରିକୋଟି ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଛି । ଏହି ପଦଯାତ୍ରାରେ ଆଠଗଡ ବ୍ଲକ ଦୁଇ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟା ମିନତୀ ଗାଗରାଇ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, କଣ୍ଡରେଇ ସରପଞ୍ଚ ଜ୍ଞାନରଞ୍ଜନ ଦାଶ, ବିଜୁ ମହିଳା ସଭାନେତ୍ରୀ ପ୍ରଣତୀ ନାୟକ, ରିନଝିନା ରାଉତ, ବର୍ଷା ରଣା, ବିନୋଦ କୁମାର ମାଝୀ, ଦୀପକ ପାଢ଼ୀ , ଦୀପକ୍ ଆଚାର୍ଯ୍ୟ, ପ୍ରଦୀପ୍ତ ଦାସ, ରମେଶ ଚନ୍ଦ୍ର ଘଡେ଼ଇ, ଦୁଇ ନମ୍ବର ଜୋନର ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଯୋଗଦେଇଥିଲେ।
