Odisha news

ଯୁବ ବିଜେଡି ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ।

0
ବାଲିପାଟଣା ୨୮/୦୯: ବାଲିପାଟଣା ଥାନା ଅନ୍ତର୍ଗତ ସୁମୁଦି ଗ୍ରାମର ବିଜେଡି ଯୁବ ସଭାପତି ସନ୍ଦିପ୍ତ ସେନାପତିଙ୍କୁ ସେହି ଗ୍ରାମର ଦୁଇଜଣ ଯୁବକ ରାସ୍ତା କାମକୁ ନେଇ ଭୁଜାଲିରେ ମରଣାତ୍ମକ ଆକ୍ରମଣ କରିଥିବା ଜଣାପଡିଛି  ।ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ତାଙ୍କ ଘରେ ଛାଡିଥିଲେ ମଧ୍ୟ ଦୁଇ ଭାଇ ଘରେ ପଶି ପୁଣି ଆକ୍ରମଣ ସହ କବାଟ, ଝରକା ଓ ଗ୍ରୀଲକୁ ଭଙ୍ଗାରୁଜା କରିଛନ୍ତି  ।ସେ ଦୁଇଜଣ ହେଲେ ସୁମୁଦି ଗ୍ରାମର ଧବଳେଶ୍ବର ସେନାପତିଙ୍କ ପୁଅ ବିଭୁତିଭୂଷଣ ସେନାପତି (୩୫ )ଓ
ବିରେଞ୍ଚି ନାରାୟଣ ସେନାପତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମାର୍ଥ।ପୁର ଗ୍ରାମ ପଞ୍ଚାୟତ ସୁମୁଦି ଗ୍ରାମରେ ଆଜି ସକାଳ ୯.୩୦ ରେ ମା ଚେମେଦେଇ ଠାକୁରାଣୀଙ୍କ
ନିକଟରେ ଏକ ରାସ୍ତା କାମ ଲୋକଲଗାଇ କରୁଥିଲେ।ଏହି ସମୟରେ ସେହି ଗ୍ରାମର ବିଭୁତି ଓ ବିରେଞ୍ଚି ଦୁଇ ଭାଇ ପୂର୍ବ ଶତ୍ରୁତାରୁ ସେଠାରେ ପହଞ୍ଚି ବଟି ମାଗିଥିଲେ।ସନ୍ଦିପ୍ତ ବଟି ଦେବାକୁ ମନା କରି ଦେବାରୁ, ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା।ଶେଷରେ ଝଗଡ଼ାରୁ ଦୁଇ ଭାଇ ଭୁଜାଲି ଓ କୋଦାଳ ରେ ଆକ୍ରମଣ କରି ଗୁରୁତ୍ତର କରିଥିଲେ।ଲୋକମାନେ ସନ୍ଦିପ୍ତ କୁ ଉଦ୍ଧାର କରି ଘରେ ଛାଡିଥିଲେ।ତାଙ୍କୁ ମେଡିକାଲ ନେବାକୁ ବାହାରିବା ସମୟରେ, ଥାନାକୁ ଯାଉଛନ୍ତି ଭାବି ପୁଣି ଆକ୍ରମଣ କରିଥିଲେ।ଭୟରେ ଘର କବାଟ ବନ୍ଦ କରି ରହିଯିବାରୁ, କବାଟ,ଝରକା, ଓ ଗ୍ରୀଲ କୁ ବଡାଇ ଭାଙ୍ଗି ବାକୁ ଉଦ୍ୟମ କରିଥିଲେ।ସେଠାରୁ ପ୍ରଥମେ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଥାନାରେ ଅଭିଯୋଗ କରିଛନ୍ତି।ଖବର ଲେଖା ପର୍ଯ୍ୟନ୍ତ ଥାନା ଆଇଆଇସି ଘଟଣା  ର କୌଣସି ତଦନ୍ତ କରି ନ ଥିବା ଜଣାପଡିଛି  ।
Nalco
Leave A Reply